ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ

ବରଗଡ଼ ଅଫିସ୍‌,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇଭାଇଙ୍କ ନିଷ୍ଠାପର ସେବା କାର୍ଯ୍ୟକୁ ରାଜ୍ୟ ପରିବହନ ବିଭାଗ ଟୁଇଟ୍‌ କରି ପ୍ରଶଂସା କରିଥିଲା। ସୋମବାର ବରଗଡ଼ ଆଞ୍ଚଳିକ ଅଧିକାରୀ ମାନସ ସାହୁ ଦୁଇଭାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ, ୨୦୧୮ ଜାନୁୟାରୀ ୧୪ରେ ବରଗଡ଼ ଜିଲା ଦୁବଲାବାହାଲ ଛକରେ ସଂଘଟିତ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲାର ଆହତଙ୍କୁ ଉଦ୍ଧାର କରି ଦିବସ ଦିପ୍ତୀପୁର ସ୍ବାସ୍ଥ୍ୟକେନ୍ଦ୍ରରୁ ଭୀମସାର୍‌, ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ। ଫଳରେ ଆହତଙ୍କ ଜୀବନ ରକ୍ଷା ପାଇଥିଲା । ସେହିପରି ୨୦୧୮ ଅକ୍ଟୋବର ୧୯ରେ ପୁଞ୍ଜିପଥର ଛକ ପାଖରେ ଘଟିଥିବା ସଡ଼କ ଦୁର୍ଘଟଣା ଯୋଗୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଦିବସ ନିଜ ସ୍କୁଟ ଯୋଗେ ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେହିପରି ଗତବର୍ଷ ଜୁଲାଇ ୭ରେ ବିଜେପୁର ବ୍ଲକ ପଡ଼ା ଛକ ପାଖରେ ସଂଘଟିତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ୨ଜଣଙ୍କୁ ଆକାଶ ବରଗଡ଼ର ଏକ ଘରୋଇ ହସପିଟାଲକୁ ପହଞ୍ଚାଇ ସେମାନଙ୍କ ଜୀବନରକ୍ଷା କରିଥିଲେ। ଏହା କେବଳ ଦୃଷ୍ଟାନ୍ତ ମାତ୍ର, ଏଭଳି ଅନେକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନରକ୍ଷା କରିଛନ୍ତି । ଏହାଛଡ଼ା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବିକାଶ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ସଚେତନତା ସୃଷ୍ଟି କରୁଥିବା ବେଳେ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ତାଙ୍କ ପ୍ରମୁଖ ଭୂମିକା ରହିଛି । ସେହିପରି ଦିବସଙ୍କ ଭାଇ ଆକାଶ ବରଗଡ଼ ସହରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ମଧ୍ୟ ବଡ଼ଭାଇଙ୍କ ପ୍ରେରଣାରେ ଜନସେବା କରି ଆସୁଛନ୍ତି । ଦୁଇଭାଇଙ୍କ ଏଭଳି ସେବାକୁ ବରଗଡ଼ ଜିଲା ପାଇକମାଲ ଥାନା ଟେମରୀ ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଟୁଇଟ୍‌ କରି ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୪୮ ସ୍ଥାନର ବାସିନ୍ଦା

ଯାଜପୁର ଅଫିସ,୧୯।୬: ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍‌: ୧୦୫୦୦-୨୦୧୨’ ମାପଦଣ୍ଡ ଅନୁଯାୟୀ ରାଜ୍ୟର ୨୫ ଜିଲାର ୪୮ ସ୍ଥାନର ଭୂତଳ ଜଳ ବ୍ୟବହାର ଅନୁପଯୋଗୀ।...

ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ

କର୍ଲାମୁଣ୍ଡା,୨୭ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା, ଗଜବାହଲ, ରିଷିଡ଼ା ପଞ୍ଚାୟତର ସରପଞ୍ଚ ଓ ଚାଷୀ ପ୍ରତିନିଧି ଶନିବାର ବଲାଙ୍ଗୀର ଜିଲା ତୁଷରା ଏନ୍‌ଏସି ବଙ୍ଗୋମୁଣ୍ଡା...

ନାବାଳିକାଙ୍କୁ ବଳାତ୍କାର: ବନ୍ଧା ହେଲେ ଯୁବକ

ଚିତ୍ରଡ଼ା,୨୫ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଗୁ...

ମେଡିିକାଲ କଲେଜ ସ୍ଥାପନ ଦାବି ଜୋର ଧରିଲା

ଭଦ୍ରକ ଅଫିସ,୧୭ା୩ : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଦୀର୍ଘବର୍ଷ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସହ ଜିଲା...

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ ଅଫିସ,୩।୬: ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଦାରୁବିଗ୍ରହଙ୍କୁ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯିବ।...

ନିର୍ବାଚନ ଲାଗି ମୟୂରଭଞ୍ଜରେ ସୁରକ୍ଷା କଡ଼ାକଡ଼ି ; ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୨୯।୪- ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲେଶ୍ୱର ଲୋକ ସଭା ଆସନରେ ସାମିଲ ହୋଇଥିବା ଏହି ଜିଲାରେ...

ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି...

ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୯ ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ...

Advertisement
Archives

Model This Week