ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ

ବରଗଡ଼ ଅଫିସ୍‌,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇଭାଇଙ୍କ ନିଷ୍ଠାପର ସେବା କାର୍ଯ୍ୟକୁ ରାଜ୍ୟ ପରିବହନ ବିଭାଗ ଟୁଇଟ୍‌ କରି ପ୍ରଶଂସା କରିଥିଲା। ସୋମବାର ବରଗଡ଼ ଆଞ୍ଚଳିକ ଅଧିକାରୀ ମାନସ ସାହୁ ଦୁଇଭାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ, ୨୦୧୮ ଜାନୁୟାରୀ ୧୪ରେ ବରଗଡ଼ ଜିଲା ଦୁବଲାବାହାଲ ଛକରେ ସଂଘଟିତ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲାର ଆହତଙ୍କୁ ଉଦ୍ଧାର କରି ଦିବସ ଦିପ୍ତୀପୁର ସ୍ବାସ୍ଥ୍ୟକେନ୍ଦ୍ରରୁ ଭୀମସାର୍‌, ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ। ଫଳରେ ଆହତଙ୍କ ଜୀବନ ରକ୍ଷା ପାଇଥିଲା । ସେହିପରି ୨୦୧୮ ଅକ୍ଟୋବର ୧୯ରେ ପୁଞ୍ଜିପଥର ଛକ ପାଖରେ ଘଟିଥିବା ସଡ଼କ ଦୁର୍ଘଟଣା ଯୋଗୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଦିବସ ନିଜ ସ୍କୁଟ ଯୋଗେ ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେହିପରି ଗତବର୍ଷ ଜୁଲାଇ ୭ରେ ବିଜେପୁର ବ୍ଲକ ପଡ଼ା ଛକ ପାଖରେ ସଂଘଟିତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ୨ଜଣଙ୍କୁ ଆକାଶ ବରଗଡ଼ର ଏକ ଘରୋଇ ହସପିଟାଲକୁ ପହଞ୍ଚାଇ ସେମାନଙ୍କ ଜୀବନରକ୍ଷା କରିଥିଲେ। ଏହା କେବଳ ଦୃଷ୍ଟାନ୍ତ ମାତ୍ର, ଏଭଳି ଅନେକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନରକ୍ଷା କରିଛନ୍ତି । ଏହାଛଡ଼ା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବିକାଶ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ସଚେତନତା ସୃଷ୍ଟି କରୁଥିବା ବେଳେ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ତାଙ୍କ ପ୍ରମୁଖ ଭୂମିକା ରହିଛି । ସେହିପରି ଦିବସଙ୍କ ଭାଇ ଆକାଶ ବରଗଡ଼ ସହରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ମଧ୍ୟ ବଡ଼ଭାଇଙ୍କ ପ୍ରେରଣାରେ ଜନସେବା କରି ଆସୁଛନ୍ତି । ଦୁଇଭାଇଙ୍କ ଏଭଳି ସେବାକୁ ବରଗଡ଼ ଜିଲା ପାଇକମାଲ ଥାନା ଟେମରୀ ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଟୁଇଟ୍‌ କରି ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri