ବୃଦ୍ଧି ପାଉଛି ବୀମା ଶିଳ୍ପର କାରବାର

ନୂଆଦିଲ୍ଲୀ, ୯।୧୧: ଗତ କିଛି ମାସ ହେବ ବିଭିନ୍ନ କାରଣ ଓ ମାନ୍ଦାବସ୍ଥା ଯୋଗୁ ଭାରତୀୟ ବୀମା ଶିଳ୍ପରେ ବ୍ୟାପକ ଅସ୍ଥିରତା ଦେଖାଦେଇଥିଲା। କାରଣ କୋଭିଡ୍‌ ଯୋଗୁ ସବୁ ବର୍ଗର ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବୀମା କ୍ଷେତ୍ରରେ ନିବେଶ କରିବାକୁ ପ୍ରାୟ ୭୦%ରୁ ଅଧିକ ଲୋକ ଆଗ୍ରହୀ ନ ଥିଲେ। ହେଲେ ଏହି ସମୟରେ ସ୍ବାସ୍ଥ୍ୟବୀମାରେ କିଛି ପରିମାଣର ନିବେଶ ( ନୂଆ ବୀମା ଅଥବା ବୀମା ପୁନଃ ପ୍ରଚଳନ) କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ୧୫.୫% ଅଣ ଜୀବନ ବୀମା ପ୍ରିମିୟମ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ସ୍ବାସ୍ଥ୍ୟ ଏବଂ ମୋଟର ବୀମା ପାଇଁ ଚାହିଦା ଅଭିବୃଦ୍ଧି ହ୍ରାସ ପାଇଥିବା ବୀମା ଶିଳ୍ପ ବିଶେଷଜ୍ଞମାନେ ମତପ୍ରକାଶ କରିିଛନ୍ତି। ତେବେ ଅଣଜୀବନ ବୀମା ଶିଳ୍ପ କ୍ଷେତ୍ରରେ ୨୦୨୨ ଅକ୍ଟୋବରରେ ପୁନର୍ବାର ବୃଦ୍ଧି ଘଟିଛି। ଏ ନେଇ ମଙ୍ଗଳବାର ଜେନେରାଲ ଇନ୍‌ସୁରାନ୍ସ କାଉନସିଲ (ଜିଆଇସି) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବରରେ ୨୦,୪୨୩.୩୮ କୋଟି ଟଙ୍କାର ପ୍ରିମିୟମ ଜମା ସହ ୧୫.୫୧ % ଅଭିବୃଦ୍ଧି ଘଟିଥିଲା। ସେହିଭଳି ସାଧାରଣ ବୀମାକାରୀ ଯେଉଁମାନେ ଏକାଧିକ ବ୍ୟବସାୟ ପରିଚାଳନା କରନ୍ତି ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ବର୍ଷକୁ ବର୍ଷ ମଧ୍ୟରେ ୧୭.୫% ଅଭିବୃଦ୍ଧି ହୋଇ ୧୮,୩୯୦.୮୬ କୋଟି ଟଙ୍କାରେ ପହଞ୍ଚତ୍ଛି। ବର୍ଷକୁ ବର୍ଷ ମଧ୍ୟରେ ୪ରାଷ୍ଟ୍ରାୟତ୍ତ ବୀମାକାରୀ ପ୍ରିମିୟମରେ ୨୨.୪୬% ବୃଦ୍ଧି ଘଟିଛି। ବିଶେଷକରି ଘରୋଇ କ୍ଷେତ୍ରରେ ବୀମାକାରୀଙ୍କ ପ୍ରିିମିୟମରେ ବର୍ଷକୁ ବର୍ଷ ମଧ୍ୟରେ ୧୪.୫% ଅଭିବୃଦ୍ଧି ହୋଇଛି। ଏପରିକି ଘରୋଇ କ୍ଷେତ୍ରରେ ବୀମାକାରୀଙ୍କ ମଧ୍ୟରେ ଆଇସିଆଇସିଆଇ ପ୍ରିିମିୟମରେ ୨,୦୪୭.୧୨ କୋଟି ଟଙ୍କା ଆୟ କରିଛି, ଯାହାକି ୨୨.୧୯% ବୃଦ୍ଧି ହୋଇଛି। ବଜାଜ ଆଲିଆନ୍ସ ଜେନେରାଲ ପ୍ରିମିୟମ ୨୪.୫୪% ବର୍ଷକୁ ବର୍ଷ ମଧ୍ୟରେ ବୃଦ୍ଧି ପାଇ ୧,୨୩୦ କୋଟି ଟଙ୍କା ହୋଇଛି। ସେହିପରି ଏଚ୍‌ଡିଏଫ୍‌ସି ଆଗ୍ରୋ ପ୍ରିମିୟମ ୫% ବୃଦ୍ଧି ହୋଇ ୧,୨୯୮.୧୯ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ୨୦୨୨-୨୩ରେ ଅଣଜୀବନ ବୀମାକାରୀ କ୍ଷେତ୍ରରେ ୧୫% ବର୍ଷକୁ ବର୍ଷ ମଧ୍ୟରେ ପ୍ରିମିୟମ ଅଭିବୃଦ୍ଧି ହୋଇ ୧.୪୫ ଟ୍ରିଲିୟନ୍‌ ଟଙ୍କାରେ ପହଞ୍ଚଛି, ଯାହାକି ଘରୋଇ କ୍ଷେତ୍ର ଦ୍ୱାରା ସାଧାରଣ ବୀମାକାରୀ ଏବଂ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମାକାରୀଙ୍କ ଦ୍ୱାରା ପରିଚାଳିତ । ଉଲ୍ଲେଖଯୋଗ୍ୟ, ୨୦୨୨-୨୩ରେ ୨୦%ରୁ ଅଧିକ ଅଭିବୃଦ୍ଧି ପରେ ଅଣଜୀବନବୀମା ଶିଳ୍ପରେ ୧୦% ଅଭିବୃଦ୍ଧି ଘଟିଛି। ସେହିପରି ଏଚ୍‌ ୧ ୨୦୨୨-୨୩ରେ ଶିଳ୍ପ କ୍ଷେତ୍ରରେ ଗତବର୍ଷ ସମାନ ଅବଧିରେ ୧୨.୬% ତୁଳନାରେ ୧୫.୩% ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ସ୍ବାସ୍ଥ୍ୟ, ମୋଟର ଏବଂ ଫସଲ ବୀମା ଦ୍ୱାରା ପରିଚାଳିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri