ବୃଦ୍ଧି ପାଉଛି ବୀମା ଶିଳ୍ପର କାରବାର

ନୂଆଦିଲ୍ଲୀ, ୯।୧୧: ଗତ କିଛି ମାସ ହେବ ବିଭିନ୍ନ କାରଣ ଓ ମାନ୍ଦାବସ୍ଥା ଯୋଗୁ ଭାରତୀୟ ବୀମା ଶିଳ୍ପରେ ବ୍ୟାପକ ଅସ୍ଥିରତା ଦେଖାଦେଇଥିଲା। କାରଣ କୋଭିଡ୍‌ ଯୋଗୁ ସବୁ ବର୍ଗର ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବୀମା କ୍ଷେତ୍ରରେ ନିବେଶ କରିବାକୁ ପ୍ରାୟ ୭୦%ରୁ ଅଧିକ ଲୋକ ଆଗ୍ରହୀ ନ ଥିଲେ। ହେଲେ ଏହି ସମୟରେ ସ୍ବାସ୍ଥ୍ୟବୀମାରେ କିଛି ପରିମାଣର ନିବେଶ ( ନୂଆ ବୀମା ଅଥବା ବୀମା ପୁନଃ ପ୍ରଚଳନ) କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ୧୫.୫% ଅଣ ଜୀବନ ବୀମା ପ୍ରିମିୟମ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ସ୍ବାସ୍ଥ୍ୟ ଏବଂ ମୋଟର ବୀମା ପାଇଁ ଚାହିଦା ଅଭିବୃଦ୍ଧି ହ୍ରାସ ପାଇଥିବା ବୀମା ଶିଳ୍ପ ବିଶେଷଜ୍ଞମାନେ ମତପ୍ରକାଶ କରିିଛନ୍ତି। ତେବେ ଅଣଜୀବନ ବୀମା ଶିଳ୍ପ କ୍ଷେତ୍ରରେ ୨୦୨୨ ଅକ୍ଟୋବରରେ ପୁନର୍ବାର ବୃଦ୍ଧି ଘଟିଛି। ଏ ନେଇ ମଙ୍ଗଳବାର ଜେନେରାଲ ଇନ୍‌ସୁରାନ୍ସ କାଉନସିଲ (ଜିଆଇସି) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବରରେ ୨୦,୪୨୩.୩୮ କୋଟି ଟଙ୍କାର ପ୍ରିମିୟମ ଜମା ସହ ୧୫.୫୧ % ଅଭିବୃଦ୍ଧି ଘଟିଥିଲା। ସେହିଭଳି ସାଧାରଣ ବୀମାକାରୀ ଯେଉଁମାନେ ଏକାଧିକ ବ୍ୟବସାୟ ପରିଚାଳନା କରନ୍ତି ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ବର୍ଷକୁ ବର୍ଷ ମଧ୍ୟରେ ୧୭.୫% ଅଭିବୃଦ୍ଧି ହୋଇ ୧୮,୩୯୦.୮୬ କୋଟି ଟଙ୍କାରେ ପହଞ୍ଚତ୍ଛି। ବର୍ଷକୁ ବର୍ଷ ମଧ୍ୟରେ ୪ରାଷ୍ଟ୍ରାୟତ୍ତ ବୀମାକାରୀ ପ୍ରିମିୟମରେ ୨୨.୪୬% ବୃଦ୍ଧି ଘଟିଛି। ବିଶେଷକରି ଘରୋଇ କ୍ଷେତ୍ରରେ ବୀମାକାରୀଙ୍କ ପ୍ରିିମିୟମରେ ବର୍ଷକୁ ବର୍ଷ ମଧ୍ୟରେ ୧୪.୫% ଅଭିବୃଦ୍ଧି ହୋଇଛି। ଏପରିକି ଘରୋଇ କ୍ଷେତ୍ରରେ ବୀମାକାରୀଙ୍କ ମଧ୍ୟରେ ଆଇସିଆଇସିଆଇ ପ୍ରିିମିୟମରେ ୨,୦୪୭.୧୨ କୋଟି ଟଙ୍କା ଆୟ କରିଛି, ଯାହାକି ୨୨.୧୯% ବୃଦ୍ଧି ହୋଇଛି। ବଜାଜ ଆଲିଆନ୍ସ ଜେନେରାଲ ପ୍ରିମିୟମ ୨୪.୫୪% ବର୍ଷକୁ ବର୍ଷ ମଧ୍ୟରେ ବୃଦ୍ଧି ପାଇ ୧,୨୩୦ କୋଟି ଟଙ୍କା ହୋଇଛି। ସେହିପରି ଏଚ୍‌ଡିଏଫ୍‌ସି ଆଗ୍ରୋ ପ୍ରିମିୟମ ୫% ବୃଦ୍ଧି ହୋଇ ୧,୨୯୮.୧୯ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ୨୦୨୨-୨୩ରେ ଅଣଜୀବନ ବୀମାକାରୀ କ୍ଷେତ୍ରରେ ୧୫% ବର୍ଷକୁ ବର୍ଷ ମଧ୍ୟରେ ପ୍ରିମିୟମ ଅଭିବୃଦ୍ଧି ହୋଇ ୧.୪୫ ଟ୍ରିଲିୟନ୍‌ ଟଙ୍କାରେ ପହଞ୍ଚଛି, ଯାହାକି ଘରୋଇ କ୍ଷେତ୍ର ଦ୍ୱାରା ସାଧାରଣ ବୀମାକାରୀ ଏବଂ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମାକାରୀଙ୍କ ଦ୍ୱାରା ପରିଚାଳିତ । ଉଲ୍ଲେଖଯୋଗ୍ୟ, ୨୦୨୨-୨୩ରେ ୨୦%ରୁ ଅଧିକ ଅଭିବୃଦ୍ଧି ପରେ ଅଣଜୀବନବୀମା ଶିଳ୍ପରେ ୧୦% ଅଭିବୃଦ୍ଧି ଘଟିଛି। ସେହିପରି ଏଚ୍‌ ୧ ୨୦୨୨-୨୩ରେ ଶିଳ୍ପ କ୍ଷେତ୍ରରେ ଗତବର୍ଷ ସମାନ ଅବଧିରେ ୧୨.୬% ତୁଳନାରେ ୧୫.୩% ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ସ୍ବାସ୍ଥ୍ୟ, ମୋଟର ଏବଂ ଫସଲ ବୀମା ଦ୍ୱାରା ପରିଚାଳିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri