ମିଥ୍ୟା ସତ୍ୟପାଠ ଜାଲିଆତି ଧରାପଡ଼ିଲା

ନୟାଗଡ଼ ଅଫିସ/ଓଡ଼ଗାଁ,୩ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବରସାହି ପଞ୍ଚାୟତ ସିଙ୍ଗାରପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଥ୍ୟା ସତ୍ୟପାଠରେ ଜାଲିଆତି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଣକ ନାଁରେ ଆସିଥିବା ଆବାସ କାର୍ଯ୍ୟାଦେଶକୁ ଅନ୍ୟ ଜଣଙ୍କୁ ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଫସିବାକୁ ଯାଉଛନ୍ତି। ତେବେ ପୂର୍ବତନ ସରପଞ୍ଚଙ୍କ ନାଁ ଜାଲିଆତିରେ ଆସୁଥିବାବେଳେ ସରକାରୀ ଭାବେ ପ୍ରମାଣ ଅଭାବରୁ ସେ ଖସି ଯାଇପାରନ୍ତି ବୋଲି ଜଣାପଡୁଛି। ଅନ୍ୟପକ୍ଷେ ସାର୍ଟିଫିକେଟ କେସ୍‌ କରାଯାଇ ଫର୍ଜରୀ କରି ହାତେଇଥିବା ଅନୁଦାନକୁ ସରକାର ଆଦାୟ କରିବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସିଙ୍ଗାରପୁରରେ ଆବାସ ଯୋଜନାରେ ଘର ନ ଥାଇ ମରାମତି ପାଇଁ ୩ ହଜାର ଟଙ୍କା ଆସିବା ପରେ ଜାଲିଆତି ପଦାରେ ପଡିଛି।
ସିଙ୍ଗାରପୁର ଗାଁର ଗୀତା ନାୟକ ଅଭିଯୋଗ ଅନୁସାରେ, ମୋ ସ୍ବାମୀ ଗଣେଶଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିନି। ତେବେ ଆବାସ ଯୋଜନାରେ ଘର ମରାମତି ପାଇଁ ୩ ହଜାର ଟଙ୍କା କିପରି ଆସିଛି। ମୋ ପରିବାରର କୌଣସି ଲୋକ ସିଙ୍ଗାରପୁରରେ ରହୁନାହୁଁ। ଅର୍ଥ ଅଭାବ ଯୋଗୁ ଚାଳ ଛପର କରି ନ ପାରିବାରୁ ଘର ଭାଙ୍ଗିଗଲା। ପ୍ରାୟ ୮ ବର୍ଷ ହେଲାଣି ଗାଁ ଛାଡିଲୁଣି। ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋ ସ୍ବାମୀଙ୍କ ନାଁରେ ଆବାସ କାର୍ଯ୍ୟାଦେଶରେ ଘର କିପରି କରାଗଲା। ଏଣୁ ଆବାସ ଯୋଜନାରେ ଜାଲିଆତି କରି ଘର ଚୋରି କରାଯାଇଛି ବୋଲି ଓଡ଼ଗାଁ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଫେବୃୟାରୀ ୨୮ରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପରେ ବିଡିଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ ଆବାସ ଯୋଜନା ଜାଲିଆତିର ଗୁମର ଖୋଲିଛି। ଏ ନେଇ ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା କୁହନ୍ତି, ସିଙ୍ଗାରପୁର ଆବାସ ଯୋଜନା ଦୁର୍ନୀତି ଘଟଣାରେ ତତ୍‌କାଳୀନ ସରପଞ୍ଚ, ପିଇଓ, ଗ୍ରାମ୍ୟ ରୋଜଗାର ସେବକଙ୍କ ଭୂମିକା ରହିଥିବା ତଦନ୍ତରୁ ଜଣାପଡିଛି। ତେବେ ବ୍ୟାଙ୍କରେ କେଉଁ କାଗଜାତ ଦାଖଲ କରାଯାଇ ଦୁର୍ନୀତି ହୋଇଛି ସେନେଇ କାଗଜାତ ବ୍ୟାଙ୍କକୁ ମଗାଯାଇଛି। ବ୍ୟାଙ୍କରୁ କାଗଜାତ ଆସିବା ପରେ ଜାତିଆତି କରି ହଡ଼ପ ହୋଇଥିବା ଅନୁଦାନ ଟଙ୍କାକୁ ସାର୍ଟଫିକେଟ କେସ୍‌ କରି ଆଦାୟ କରାଯିବ। ଅଭିଯୋଗକାରୀ ଗୀତାଙ୍କ ସ୍ବାମୀ ଗଣେଶଙ୍କ କାର୍ଯ୍ୟାଦେଶକୁ ସେହି ଗାଁର ଅନ୍ୟ ଜଣେ ଗଣେଶ ନାୟକ ମିଥ୍ୟା ସତ୍ୟପାଠ କରି ହଡ଼ପ କରିଛନ୍ତି। ଅନ୍ୟପକ୍ଷେ ପିଇଓ ଓ ଜିଆରଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲା ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri