ଲୁଟେରାଙ୍କ ଗୁଳିମାଡ଼ରେ ଟ୍ରକ୍‌ ଚାଳକ ଗୁରୁତର

ଟିକିରି/ରାୟଗଡ଼ା ଅଫିସ, ୧୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡ଼ୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଶନିବାର ରାତିରେ ବନ୍ଧୁକ ମୁନରେ ଜଣେ ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍‌ ହୋଇଛି। ଗୁଳିମାଡ଼ରେ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲାର ରମେଶ ଘଡ଼େଇ।
ସୂଚନା ଅନୁଯାୟୀ, ରମେଶ ଶନିବାର ସନ୍ଧ୍ୟାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ଲୋଡ୍‌ କରି ବିଶାଖାପାଟଣା ଯାଉଥିଲେ। ଉତ୍କଳ ଆଲୁମିନା କମ୍ପାନୀରୁ ଦିନରେ ବାହାରିଥିବା ଅନ୍ୟ ଏକ ଟ୍ରକ୍‌ କାଳିଆପଡ଼ା ଘାଟି ନିକଟ ରାସ୍ତାରେ ଖରାପ ହୋଇ ଅଟକିଥିଲା। ରମେଶ ଏହା ଦେଖି ସେଠାରେ ନିଜ ଗାଡ଼ି ଅଟକାଇଥିଲେ। ସାଥୀ ଚାଳକଙ୍କ ଗାଡ଼ି ଖରାପ ହୋଇଥିବାରୁ ତାଙ୍କ ଗାଡ଼ି ସଜାଡ଼ିବାରେ ସହଯୋଗ କରିଥିଲେ। ତେବେ ଗାଡ଼ି ଠିକ୍‌ ହୋଇପାରି ନ ଥିଲା। ଫଳରେ ସକାଳେ ମେକାନିକ୍‌ ଡାକି ଗାଡ଼ି ସଜାଡ଼ିବାକୁ ଯୋଜନା କରିଥିଲେ। ରମେଶ ନିଜ ଗାଡ଼ିରେ ଶୋଇଥିବାବେଳେ ରାତି ୩ଟାବେଳେ ୪ରୁ ୫ ଜଣ ଲୁଟେରା ଆସି ତାଙ୍କୁ ଗାଡ଼ି ମଧ୍ୟରୁ ଟାଣିନେଇ ଟଙ୍କା ମାଗିଥିଲେ। ରମେଶ ମନା କରିବାରୁ ବନ୍ଧୁକ ବାହାର କରି ଗୋଡ଼କୁ ଗୁଳି କରିଥିଲେ। ଏଥିରେ ରମେଶ ଗୁରୁତର ହୋଇଥିଲେ। ଅନ୍ୟ ଟ୍ରକ୍‌ ଚାଳକମାନେ ଶୋଇଥିବାବେଳେ ରମେଶ ଭୟରେ ବହୁ କଷ୍ଟରେ ଜଙ୍ଗଲ ମଧ୍ୟକୁ ପଳାଇ ଲୁଚିଥିଲେ। ପରେ ସେ ବିଶାଖାପାଟଣାସ୍ଥିତ ମାଲ ପରିବହନ ସଂସ୍ଥାକୁ ଘଟଣା ବିଷୟରେ ଜଣାଇଥିଲେ। ସଂସ୍ଥାର କର୍ତ୍ତୃପକ୍ଷ ବିଶାଖାପାଟଣାରୁ ଆସି ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ଆଲୁମିନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଟିକିରି ପୋଲିସ ୫୧/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏ ବିଷୟରେ ମାଲ ପରିବହନ କରୁଥିବା ସଂସ୍ଥାର ଏସ୍‌. କେ. ମିଶ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଉକ୍ତ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ୍‌ ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। କାଳିଆପଡ଼ା ଘାଟି ଦେଇ ଦୈନିକ ଶତାଧିକ ମାଲ୍‌ ବୋଝେଇ ଗାଡ଼ି ଚଳାଚଳ କରୁଛି। ରାସ୍ତା ଶୂନ୍‌ଶାନ ଏବଂ ଆଲୁଅ ନ ଥିବାରୁ ଏଠାରେ ବିଭିନ୍ନ ସମୟରେ ଡକାୟତି ହେଉଥିବା ଅଭିଯୋଗ ହେଉଛି। ତେଣୁ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri