ଲୁଟେରାଙ୍କ ଗୁଳିମାଡ଼ରେ ଟ୍ରକ୍‌ ଚାଳକ ଗୁରୁତର

ଟିକିରି/ରାୟଗଡ଼ା ଅଫିସ, ୧୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡ଼ୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଶନିବାର ରାତିରେ ବନ୍ଧୁକ ମୁନରେ ଜଣେ ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍‌ ହୋଇଛି। ଗୁଳିମାଡ଼ରେ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲାର ରମେଶ ଘଡ଼େଇ।
ସୂଚନା ଅନୁଯାୟୀ, ରମେଶ ଶନିବାର ସନ୍ଧ୍ୟାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ଲୋଡ୍‌ କରି ବିଶାଖାପାଟଣା ଯାଉଥିଲେ। ଉତ୍କଳ ଆଲୁମିନା କମ୍ପାନୀରୁ ଦିନରେ ବାହାରିଥିବା ଅନ୍ୟ ଏକ ଟ୍ରକ୍‌ କାଳିଆପଡ଼ା ଘାଟି ନିକଟ ରାସ୍ତାରେ ଖରାପ ହୋଇ ଅଟକିଥିଲା। ରମେଶ ଏହା ଦେଖି ସେଠାରେ ନିଜ ଗାଡ଼ି ଅଟକାଇଥିଲେ। ସାଥୀ ଚାଳକଙ୍କ ଗାଡ଼ି ଖରାପ ହୋଇଥିବାରୁ ତାଙ୍କ ଗାଡ଼ି ସଜାଡ଼ିବାରେ ସହଯୋଗ କରିଥିଲେ। ତେବେ ଗାଡ଼ି ଠିକ୍‌ ହୋଇପାରି ନ ଥିଲା। ଫଳରେ ସକାଳେ ମେକାନିକ୍‌ ଡାକି ଗାଡ଼ି ସଜାଡ଼ିବାକୁ ଯୋଜନା କରିଥିଲେ। ରମେଶ ନିଜ ଗାଡ଼ିରେ ଶୋଇଥିବାବେଳେ ରାତି ୩ଟାବେଳେ ୪ରୁ ୫ ଜଣ ଲୁଟେରା ଆସି ତାଙ୍କୁ ଗାଡ଼ି ମଧ୍ୟରୁ ଟାଣିନେଇ ଟଙ୍କା ମାଗିଥିଲେ। ରମେଶ ମନା କରିବାରୁ ବନ୍ଧୁକ ବାହାର କରି ଗୋଡ଼କୁ ଗୁଳି କରିଥିଲେ। ଏଥିରେ ରମେଶ ଗୁରୁତର ହୋଇଥିଲେ। ଅନ୍ୟ ଟ୍ରକ୍‌ ଚାଳକମାନେ ଶୋଇଥିବାବେଳେ ରମେଶ ଭୟରେ ବହୁ କଷ୍ଟରେ ଜଙ୍ଗଲ ମଧ୍ୟକୁ ପଳାଇ ଲୁଚିଥିଲେ। ପରେ ସେ ବିଶାଖାପାଟଣାସ୍ଥିତ ମାଲ ପରିବହନ ସଂସ୍ଥାକୁ ଘଟଣା ବିଷୟରେ ଜଣାଇଥିଲେ। ସଂସ୍ଥାର କର୍ତ୍ତୃପକ୍ଷ ବିଶାଖାପାଟଣାରୁ ଆସି ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ଆଲୁମିନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଟିକିରି ପୋଲିସ ୫୧/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏ ବିଷୟରେ ମାଲ ପରିବହନ କରୁଥିବା ସଂସ୍ଥାର ଏସ୍‌. କେ. ମିଶ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଉକ୍ତ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ୍‌ ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। କାଳିଆପଡ଼ା ଘାଟି ଦେଇ ଦୈନିକ ଶତାଧିକ ମାଲ୍‌ ବୋଝେଇ ଗାଡ଼ି ଚଳାଚଳ କରୁଛି। ରାସ୍ତା ଶୂନ୍‌ଶାନ ଏବଂ ଆଲୁଅ ନ ଥିବାରୁ ଏଠାରେ ବିଭିନ୍ନ ସମୟରେ ଡକାୟତି ହେଉଥିବା ଅଭିଯୋଗ ହେଉଛି। ତେଣୁ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?