ଟିକିରି/ରାୟଗଡ଼ା ଅଫିସ, ୧୬।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡ଼ୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଶନିବାର ରାତିରେ ବନ୍ଧୁକ ମୁନରେ ଜଣେ ଟ୍ରକ୍ ଚାଳକଙ୍କଠାରୁ ଲୁଟ୍ ହୋଇଛି। ଗୁଳିମାଡ଼ରେ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲାର ରମେଶ ଘଡ଼େଇ।
ସୂଚନା ଅନୁଯାୟୀ, ରମେଶ ଶନିବାର ସନ୍ଧ୍ୟାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ଲୋଡ୍ କରି ବିଶାଖାପାଟଣା ଯାଉଥିଲେ। ଉତ୍କଳ ଆଲୁମିନା କମ୍ପାନୀରୁ ଦିନରେ ବାହାରିଥିବା ଅନ୍ୟ ଏକ ଟ୍ରକ୍ କାଳିଆପଡ଼ା ଘାଟି ନିକଟ ରାସ୍ତାରେ ଖରାପ ହୋଇ ଅଟକିଥିଲା। ରମେଶ ଏହା ଦେଖି ସେଠାରେ ନିଜ ଗାଡ଼ି ଅଟକାଇଥିଲେ। ସାଥୀ ଚାଳକଙ୍କ ଗାଡ଼ି ଖରାପ ହୋଇଥିବାରୁ ତାଙ୍କ ଗାଡ଼ି ସଜାଡ଼ିବାରେ ସହଯୋଗ କରିଥିଲେ। ତେବେ ଗାଡ଼ି ଠିକ୍ ହୋଇପାରି ନ ଥିଲା। ଫଳରେ ସକାଳେ ମେକାନିକ୍ ଡାକି ଗାଡ଼ି ସଜାଡ଼ିବାକୁ ଯୋଜନା କରିଥିଲେ। ରମେଶ ନିଜ ଗାଡ଼ିରେ ଶୋଇଥିବାବେଳେ ରାତି ୩ଟାବେଳେ ୪ରୁ ୫ ଜଣ ଲୁଟେରା ଆସି ତାଙ୍କୁ ଗାଡ଼ି ମଧ୍ୟରୁ ଟାଣିନେଇ ଟଙ୍କା ମାଗିଥିଲେ। ରମେଶ ମନା କରିବାରୁ ବନ୍ଧୁକ ବାହାର କରି ଗୋଡ଼କୁ ଗୁଳି କରିଥିଲେ। ଏଥିରେ ରମେଶ ଗୁରୁତର ହୋଇଥିଲେ। ଅନ୍ୟ ଟ୍ରକ୍ ଚାଳକମାନେ ଶୋଇଥିବାବେଳେ ରମେଶ ଭୟରେ ବହୁ କଷ୍ଟରେ ଜଙ୍ଗଲ ମଧ୍ୟକୁ ପଳାଇ ଲୁଚିଥିଲେ। ପରେ ସେ ବିଶାଖାପାଟଣାସ୍ଥିତ ମାଲ ପରିବହନ ସଂସ୍ଥାକୁ ଘଟଣା ବିଷୟରେ ଜଣାଇଥିଲେ। ସଂସ୍ଥାର କର୍ତ୍ତୃପକ୍ଷ ବିଶାଖାପାଟଣାରୁ ଆସି ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ଆଲୁମିନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଟିକିରି ପୋଲିସ ୫୧/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏ ବିଷୟରେ ମାଲ ପରିବହନ କରୁଥିବା ସଂସ୍ଥାର ଏସ୍. କେ. ମିଶ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଉକ୍ତ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ୍ ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। କାଳିଆପଡ଼ା ଘାଟି ଦେଇ ଦୈନିକ ଶତାଧିକ ମାଲ୍ ବୋଝେଇ ଗାଡ଼ି ଚଳାଚଳ କରୁଛି। ରାସ୍ତା ଶୂନ୍ଶାନ ଏବଂ ଆଲୁଅ ନ ଥିବାରୁ ଏଠାରେ ବିଭିନ୍ନ ସମୟରେ ଡକାୟତି ହେଉଥିବା ଅଭିଯୋଗ ହେଉଛି। ତେଣୁ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।
କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….
ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…
ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି ।ଏ…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…
ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ
ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…
ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…
ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…
ବ୍ରିଜ୍ ଉପରେ ହଠାତ୍ ଫାଟିଲା ପାନୀଳ ଜଳ ପାଇପ୍, ଆଉ ତା’ ପରେ…
ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…
Archives

