ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର, ୨୧ା୨(ବ୍ୟୁରୋ):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସୋମବାରଠାରୁ ଆଦିବାସୀ ମେଳା ଆରମ୍ଭ ହୋଇଛି। ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଏହି ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ କଳାବସ୍ତୁ ପ୍ରଭାଗକୁ ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ଆଦିବାସୀ ଶିଳ୍ପୀ, କଳାକାର ଓ ଜନଜାତିର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଆଦିବାସୀ କଳା, ସଂସ୍କୃତି ଓ ସ୍ଥାପତ୍ୟ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ସୁଯୋଗ ସୃଷ୍ଟି ହେଉଛି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ମାର୍ଚ୍ଚ ୧ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ମୋଟ ୧୨୧ଟି ଷ୍ଟଲ୍‌ ଖୋଲିଥିବାବେଳେ ଏଥିରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ହେଉଛି। ୧୦ଟି ପ୍ରାଚୀନ ଜନଜାତି ଘରର ମଡେଲ ପ୍ରଦର୍ଶିତ ହେଉଛି। ଏଥିରେ ପରମ୍ପରା ସହ ପ୍ରଗତିର ଝଲକ ଦେଖିବାକୁ ମିଳୁଛି। ସେହିପରି ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା ହୋଇଛି। ଆଇଟିଡିଏ ଓ ମାଇକ୍ରୋପ୍ରୋଜେକ୍ଟ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଭ୍ୟାମାନେ ନିଜ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି। ଆଇଟିଡିଏ ଦ୍ୱାରା ୬୨ଟି ଷ୍ଟଲରେ ଜନଜାତି ଏସ୍‌ଏଚ୍‌ଜିର ମା’ମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି। ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନ ଜନଜାତି ଏସ୍‌ଏଚ୍‌ଜିର ମହିଳାଙ୍କୁ ଆବଣ୍ଟିତ ହୋଇଥିବାବେଳେ ଟିଡିସିସି, ଓଏଫ୍‌ ଏସ୍‌ଡିଏସ୍‌, ମିଶନ ଶକ୍ତି, ଓର୍‌ମାସ୍‌, ମିଲେଟ୍‌ ମିଶନ, ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ତଥା ଯୋଜନା ଓ ସଂଯୋଜନ ବିଭାଗ ୨୩ଟି ଷ୍ଟଲରେ ନିଜ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ତଥା ସୂଚନା ପ୍ରଦାନ କରୁଛନ୍ତି। ଏଥିସହ ମନୋରଞ୍ଜନ ପାଇଁ ମେଳାରେ ପ୍ରତି ସନ୍ଧ୍ୟା ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ୪ଟି ନୃତ୍ୟ ଦଳ ପକ୍ଷରୁ ଧୁରୁଆ ଜନଜାତିଙ୍କ ବିର୍‌ଲି ନୃତ୍ୟ, କନ୍ଧ ଜନଜାତିର ଢାପ୍‌ ନୃତ୍ୟ, କନ୍ଧ ଜନଜାତିଙ୍କ ଘୁମୁରା, ପରଜା ଜନଜାତିଙ୍କ ଢେମ୍‌ସା ନୃତ୍ୟ ପରିବେଷିତ ହୋଇଥିଲା।
ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-‘ଟି’) ଭି.କେ. ପାଣ୍ଡିଆନ୍‌, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ବିଶ୍ୱରଞ୍ଜନ ସାସମଲ, ଓପିଇଏଲ୍‌ଆଇପିର ପ୍ରୋଗ୍ରାମ ଡାଇରେକ୍ଟର ପି. ଅର୍ଥନାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମେଳାରେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ କରାଯିବା ସହିତ ଘରୋଇ ସୁରକ୍ଷା କର୍ମୀ ଓ ସିସି କ୍ୟାମେରାର ବ୍ୟବସ୍ଥା ହୋଇଛି। ନିରାପତ୍ତା ଦୃଷ୍ଟିକୋଣରୁ ମୁଖ୍ୟ କଣ୍ଟ୍ରୋଲ ରୁମ୍‌, ଆଣୁ ଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ଦମକଳ କେନ୍ଦ୍ର, ଅସ୍ଥାୟୀ ଜନସ୍ବାସ୍ଥ୍ୟ ଓ ବିଦ୍ୟୁତ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଥିସହ କରୋନା ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri