ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପୂର୍ବଭଳି କୋର୍ଟ ଚାଲିବ

କଟକ ଅଫିସ, ୯ା୧: ଜାନୁୟାରୀ ଶେଷ ପର୍ଯ୍ୟନ୍ତ ହାଇକୋର୍ଟ ପୂର୍ବଭଳି ଚାଲିବ। ଅର୍ଥାତ୍‌ ଏହି ସମୟ ମଧ୍ୟରେ କୋର୍ଟ ସାଧାରଣ ଭାବେ କାର୍ଯ୍ୟ କରିବ ନାହିଁ। ହାଇକୋର୍ଟ ପକ୍ଷରୁ ଅନୁଷ୍ଠିତ ଫୁଲ୍‌କୋର୍ଟରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ ମଧ୍ୟ ପୂର୍ବପରି କାର୍ଯ୍ୟ କରିବ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପରେ ହାଇକୋର୍ଟ କଟକଣା ମଧ୍ୟରେ ଚାଲି ଆସୁଛି। ଭର୍ଚୁଆଲ୍‌ରେ ବିଭିନ୍ନ ମାମଲାର ଶୁଣାଣି କରାଯାଉଛି। ଆଇନଜୀବୀମାନେ ଘରୁ ରହି ମାମଲା ପରିଚାଳନା କରୁଛନ୍ତି।