ବିଚାର ଆରମ୍ଭ ହୋଇନାହିଁ

ଆକାର ପଟେଲ

ଭୀମା କୋରେଗାଁଓ ଘଟଣାରେ ଜାମିନ ନ ମିଳିବାରୁ କିଛି ଦିନ ପୂର୍ବେ ଷ୍ଟାନ୍‌ ସ୍ବାମୀଙ୍କ ଦେହାନ୍ତ ଘଟିଥିଲା। ସେ ବହୁ ଦଶନ୍ଧି ଧରି ଝାଡ଼ଖଣ୍ଡରେ ଆଦିବାସୀଙ୍କ ପାଇଁ କାମ କରୁଥିଲେ। ଏହା ପୂର୍ବରୁ ସେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ସୋସିଆଲ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଥିଲେ। ତେବେ ପୁଣେର ଭୀମା କୋରେଗାଁଓ ଘଟଣାରେ ସେ କାହିଁକି ଜେଲ୍‌ରେ ରହିଥିଲେ? ଭୀମା କୋରେଗାଁଓ ଘଟଣାରେ ୫ଟି ପୃଥକ ଓ ସାମଞ୍ଜସ୍ୟ ନ ଥିବା ବିଷୟ ରହିଛି। ପ୍ରଥମଟି ହେଲା ୩୧ ଡିସେମ୍ବର ୨୦୧୭ରେ ପୁଣେରେ ଏଲ୍‌ଗାର ପରିଷଦର ଏକ କାର୍ଯ୍ୟକ୍ରମ। ଏହି ସମାବେଶରେ ବକ୍ତା ଭାବେ ଯୋଗ ଦେଇଥିଲେ ପୂର୍ବତନ ହାଇକୋର୍ଟ ବିଚାରପତି ବି.ଜି.କୋଲସେ-ପାଟିଲ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ପି.ବି.ସାଓ୍ବନ୍ତ, ଗୁଜରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମିଓ୍ବାନି ଓ ଜେଏନ୍‌ୟୁର ସାମାଜିକ କର୍ମକର୍ତ୍ତା ଉମର ଖଲିଦ୍‌। କବୀର କଳା ମଞ୍ଚର ସଦସ୍ୟମାନେ କଳାକାର ଭାବେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଦ୍ୱିତୀୟ ଘଟଣାଟି ଥିଲା ତା’ପର ଦିନ, ଅର୍ଥାତ୍‌ ୧ଜାନୁୟାରୀ ୨୦୧୮ର। ଏହା କୋରେଗାଁଓ ଭୀମା ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନର ଦିବସ। ଏହି ଯୁଦ୍ଧ ୧ ଜାନୁୟାରୀ ୧୮୧୮ରେ ହୋଇଥିଲା ଓ ଇଂରେଜମାନେ ବ୍ରାହ୍ମଣ ପେସଓ୍ବାଙ୍କ ସେନାକୁ ପରାସ୍ତ କରିଥିଲେ। ଇଂରେଜଙ୍କ ସପକ୍ଷରେ ବହୁ ଦଳିତ ମାହାର ସୈନ୍ୟ ଏହି ଯୁଦ୍ଧ ଲଢ଼ିଥିତ୍ଲେ।
୧୯୨୭ରୁ ପ୍ରତିବର୍ଷ ବିଜୟର ଗାଥା ଗାନ କରିବାକୁ ସେହି ଗାଁକୁ ଯେତେବେଳେ ବି.ଆର. ଆମ୍ବେଡକର ଯାଉଥିଲେ,ସେତେବେଳେ ହଜାର ହଜାର ଦଳିତ କୋରେଗାଁଓକୁ ଆସି ସ୍ମାରକ ସ୍ତମ୍ଭ ନିକଟରେ ଏକାଠି ହେଉଥିଲେ। କିନ୍ତୁ ୨୦୧୮ରେ କୋରେଗାଁଓ ଭୀମା ପାଖ ଗାଁ ବଦ୍ଧୁ ବୁଦ୍ରୁକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପଛରେ ଇତିହାସ ରହିଛି। ୧୬୮୯ରେ ଓ୍ୟରଙ୍ଗଜେବଙ୍କ ଦ୍ୱାରା ମୃତ୍ୟୁଦଣ୍ଡ ପାଇବା ପରେ ଶିବାଜୀଙ୍କ ପୁଅ ଶାମ୍ବଜୀଙ୍କର ଅନ୍ତିମ ସଂସ୍କାର କିଏ କରିଥିଲେ ତାହା ହିଁ ଉତ୍ତେଜନାର କାରଣ। ମାହାରମାନେ ଦାବି କରିଥିଲେ,ସେମାନଙ୍କ ମଧ୍ୟରୁ ଗୋପାଳ ଗୋବିନ୍ଦ ଓ୍ୟରଙ୍ଗଜେବଙ୍କ ଆଦେଶ ଉଲ୍ଲଂଘନ କରି ଶାମ୍ବଜୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହା ମରାଠାମାନଙ୍କୁ ଅପମାନିତ କରିଥିଲା ଓ ସେମାନେ ଦାବି କରିଥିଲେ ଯେ, ସେମାନଙ୍କ ସମ୍ପ୍ରଦାୟର ଦୁଇଜଣ ଅନ୍ତିମ ସଂସ୍କାର କରିଥିଲେ। ବଦ୍ଧୁ ବୁଦ୍ରୁକରେ ଏକ ଛକରେ ଗୋବିନ୍ଦ ଓ ଶାମ୍ବଜୀଙ୍କ ସମାଧି ରହିଛି। ଶାମ୍ବଜୀଙ୍କ ଅନ୍ତିମ ସଂସ୍କାର ଗୋବିନ୍ଦ କରିଛନ୍ତି ବୋଲି ଏକ ଦାବି ସମ୍ବଳିତ ଫଳକ ୨୮ ଡିସେମ୍ବରରେ ଗୋବିନ୍ଦଙ୍କ ସମାଧି ଉପରେ ରଖାଯାଇଥିଲା। ତା’ପରଦିନ ଗୋବିନ୍ଦଙ୍କ ସମାଧି ଉପରେ ଥିତ୍ବା ଛତାଭଳି ଢାଞ୍ଚାକୁ ଭାଙ୍ଗିଦିଆଯାଇଥିଲା। ଦଳିତମାନେ ପ୍ରିଭେନ୍‌ଶନ ଅଫ୍‌ ଆଟ୍ରୋସିଟି ଆକ୍ଟରେ ଅଭିଯୋଗ ଦାଏର କରିଥିଲେ। କୋରେଗାଁଓ ଭୀମା ପଞ୍ଚାୟତ ତା’ଲୋକମାନଙ୍କୁ ୧ ଜାନୁୟାରୀ କାର୍ଯ୍ୟକ୍ରମକୁ ନ ଯିବା ଲାଗି କହିବା ସହ ଦେକାନ ବଜାର ବନ୍ଦ କରିବାକୁ ଡାକରା ଦେଇଥିଲା। ସେହିଦିନ ସକାଳେ ଦଳିତ ଓ ମରାଠାଙ୍କ ମଧ୍ୟରେ ହିଂସା ଉପୁଜିଥିଲା। ଦଳିତମାନେ କହିଥିତ୍ଲେ ଯେ ହାତରେ ଗେରୁଆ ପତାକା ଧରି ଦଳେ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଅପରପକ୍ଷରେ ମରାଠାମାନଙ୍କ ଅଭିଯୋଗ ଥିଲା,ଦଳିତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ହିଂସାରେ ଜଣେ ମରାଠାଙ୍କ ମୃତ୍ୟୁ ଘଟିଥିଲା। ପରେ ହିଂସା ପଶ୍ଚିମ ମହାରାଷ୍ଟ୍ରର ଅନ୍ୟ ସହରଗୁଡ଼ିକୁ ବ୍ୟାପିଥିଲା। ଏହି ହିଂସାରେ ମୁମ୍ବାଇ ପୋଲିସ କେତେ ଜଣ ପିଲାଙ୍କ ସମେତ ୩୦୦ ଦଳିତଙ୍କୁ ଗିରଫ କରିଥିଲା।
ତୃତୀୟ ଘଟଣାଟି ଥିତ୍ଲା ପୋଲିସ ଅଭିଯୋଗକୁ ନେଇ। ହିଂସାର କିଛିଦିନ ପରେ ତୁଷାର ଡମଗୁଡେ ନାମକ ଜଣେ ବ୍ୟକ୍ତି ଅଭିଯୋଗ ଦାୟର କରି ଦର୍ଶାଇଥିଲେ ଯେ, ଏଲ୍‌ଗାର ପରିଷଦର କାର୍ଯ୍ୟକ୍ରମ ଦଳିତ ସମ୍ପ୍ରଦାୟକୁ ଭୁଲ୍‌ ବାଟରେ ନେଇ ମାଓବାଦୀ ଚିନ୍ତାଧାରାରେ ରହି ହିଂସା ପଥ ଗ୍ରହଣ କରୁଛି। ଏହା ଥିତ୍ଲା ତାଙ୍କ ଅଭିଯୋଗ ଯାହାକୁ ଆଧାର କରି ଭୀମା କୋରେଗାଁଓ ସମାବେଶରେ ଯେଉଁମାନଙ୍କର କିଛି ନେଣ ଦେଣ ନ ଥିଲା ଏପରି କି ଯେଉଁମାନେ ସେଠାରେ ଉପସ୍ଥିତ ନ ଥିଲେ,ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କଲା। ଚତୁର୍ଥ ଘଟଣାରେ ଆରଏସ୍‌ଏସ୍‌ର ଏକ ସଂସ୍ଥା ଫୋରମ୍‌ ଫର୍‌ ଇଣ୍ଟିଗ୍ରେଟେଡ୍‌ ନ୍ୟାଶ୍‌ନାଲ ସୁକ୍ୟୁରିଟି ଦ୍ୱାରା ୯ ମାର୍ଚ୍ଚ୨୦୧୮ରେ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏହି ସଂସ୍ଥାର ସେକ୍ରେଟାରୀ ଶେଷାଦ୍ରି ଚାରୀ ଭାଜପାର ନ୍ୟାଶନାଲ ଏକ୍‌ଜିକ୍ୟୁଟିଭ କମିଟିରେ ଥିଲେ। ଉକ୍ତ ରିପୋର୍ଟରେ କୁହାଯାଇଥିଲା ଯେ, ଗଣ ସଂଗଠନରେ ଲୋକମାନଙ୍କୁ ଯୋଗ ଦେବା ଲାଗି ପ୍ରଲୋଭିତ କରିବା ମାଓବାଦୀଙ୍କ ଏକ ରଣନୀତି। ଏହି ସଂଗଠନଗୁଡ଼ିକ ଲୋକଙ୍କୁ ମାଓବାଦୀ ଭାବେ ନିଯୁକ୍ତ କରିବାରେ ସାହାଯ୍ୟ କରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖଥିଲା। ମେ’ରେ ୟୁଏପିଏ ଆଇନ ଭୀମା କୋରେଗାଁଓ ଘଟଣାରେ ଲାଗୁ କରାଗଲା। ୬ ଜୁନ୍‌ରେ ରିପବ୍ଲିକାନ୍‌ ପାନ୍ଥର୍‌ର ଧାଓ୍ବାଲେଙ୍କ ସମେତ ସାମାଜିକ କର୍ମୀ ସୁରୋନ୍ଦ୍ର ଗାଡ୍‌ଲିଂ, ବୁଦ୍ଧଜୀବୀ ମହେଶ ରାଉତ, ପ୍ରାଧ୍ୟାପକ ଶୋମା ସେନ୍‌ ଏବଂ ରୋନା ଓ୍ବିଲ୍‌ସନଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କୁ ସହରୀ ମାଓବାଦୀ ବୋଲି କୁହାଗଲା। ପଞ୍ଚମ ଘଟଣାରେ ଜୁଲାଇ ୨୦୧୭ରେ ଓ୍ବିଲ୍‌ସନଙ୍କ ଘରୁ ଏକ ଚିଠି ମିଳିଥିଲା ଯେଉଁଥିରେ ମୋଦି ରାଜକୁ ଶେଷ କରିବାକୁ ପଦକ୍ଷେପ ନେବା ଲାଗି କମ୍ରେଡ କିଷାନ ଏବଂ ଆଉ କିଛି ବରିଷ୍ଠ କମ୍ରେଡଙ୍କ ପ୍ରସ୍ତାବ ଉଲ୍ଲେଖ ରହିଥିଲା। ଏହି ତଥ୍ୟକୁ ଆଧାର କରି ସୁଧା ଭରଦ୍ୱାଜ, ଗୌତମ ନଭ୍‌ଲଖ,ପ୍ରାଧ୍ୟାପକ ଆନନ୍ଦ ଟେଲ୍‌ଟୁମ୍ବଡେ, ଖ୍ୟାତନାମା ତାମିଲ କବି ବାରବରା ରାଓ, ପ୍ରାଧ୍ୟାପକ ହନିବାବୁ ସମେତ କବୀର କଳା ମଞ୍ଚର ୩ଜଣଙ୍କୁ ଗିରଫ କରଯାଇଥିତ୍ଲା। ଏହାବାଦ ୮୩ ବର୍ଷୀୟ ପ୍ରିଷ୍ଟ୍‌ ଷ୍ଟାନ୍‌ ସ୍ବାମୀଙ୍କୁ ମଧ୍ୟ ପୋଲିସ ଗିରଫ କଲା। ଭୀମା କୋରେଗାଁଓ ହିଂସାରେ ଏମାନଙ୍କର କୌଣସି ସମ୍ପୃକ୍ତି ନ ଥିଲା। ଏପରି କି ଏମାନେ କେହି ବି ସେଠାରେ ଉପସ୍ଥିତ ନ ଥିତ୍ଲେ। ଏହି ଘଟଣାକୁ ଅତି ସମ୍ବେଦନଶୀଳ କୁହାଯାଇପାରେ, କାରଣ ହତ୍ୟା ଷଡଯନ୍ତ୍ରର ଅଭିଯୋଗ କରାଯାଇଥିତ୍ଲେ ବି ଏବେ ସୁଦ୍ଧା ଏହାର ବିଚାର ଆରମ୍ଭ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri