ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୬।୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ ଏପ୍ରିଲ ୨୭ରେ ବ୍ରାହ୍ମଣୀ ନଦୀରେ ସେତୁ ନ ଥିବାରୁ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା। ପଟ୍ଟାମୁଣ୍ଡାଇ ବ୍ଲକ କଣ୍ଠିଆ ନାଳ ସେତୁ ବିଳମ୍ବ ହୋଇଥିବା ବେଳେ ସେଠାରେ ପହଞ୍ଚତ୍ବାକୁ ରାସ୍ତା ସମସ୍ୟାର ସମାଧାନ ଏବେ ବି ହୋଇନାହିଁ। ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଜଙ୍ଗଲଘେରି ଜନଜାତିପଡ଼ାକୁ ରାସ୍ତାଟିଏ ନାହିଁ। ସାମାନ୍ୟ ବର୍ଷାରେ ପ୍ରାୟ ୨ କିମି ରାସ୍ତା ଗମନାଗମନ ଉପଯୋଗୀ ହୋଇପାରେ ନାହିଁ। ଗ୍ରାମର ରୋଗୀ ଓ ପ୍ରସୂତିଙ୍କୁ ଏକ ବାଉଁଶ ଓ ଲୁଗା ସାହାଯ୍ୟରେ ଭାର କରି ଆମ୍ବୁଲାନ୍ସ ଆସୁଥିବା ସ୍ଥାନ ପର୍ଯ୍ୟନ୍ତ ନେବାକୁ ପଡ଼େ। ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତଠାରୁ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଖରାପ ହୋଇଛି। ମହାକାଳପଡ଼ା ବ୍ଲକର ସୁନିତୀ ପଞ୍ଚାୟତର ୧ ନଂ. ୱାର୍ଡ ରାସ୍ତା ଗମନାଗମନ ଉପଯୋଗୀ ହୋଇ ରହିନାହିଁ। ୱାର୍ଡର ୧୦୦ରୁ ଊର୍ଦ୍ଧ୍ୱ ପରିବାର ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି। ଉପାନ୍ତ ଅଞ୍ଚଳର ରାସ୍ତା ସମସ୍ୟାକୁ ନେଇ ଏପରିି ଅଭିଯୋଗ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ପହଞ୍ଚୁଛି। ତେବେ ଗ୍ରାମାଞ୍ଚଳ ରାସ୍ତାକୁ ନେଇ ସମସ୍ୟାର ସମାଧାନ ହୋଇପାରୁନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଚଳିତ ଆର୍ଥିକ ବର୍ଷର ଅଦ୍ୟାବଧି ୫୫୬୨ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି। ରାଜକନିକା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୧୫୭ ଗ୍ରାମୀଣ ରାସ୍ତା ପ୍ରକଳ୍ପ ଅସମ୍ପୂର୍ଣ୍ଣ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୦୬୯ ରାସ୍ତା ପ୍ରକଳ୍ପ ରହି ଦ୍ୱିତୀୟ ସ୍ଥାନରେ ଅଛି। ରାସ୍ତା ସୁବିଧା ନ ଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା, ଆପଦବିପଦ କାଳରେ ଅଗ୍ନିଶମ ବିଭାଗରେ ସମସ୍ୟା ଦେଖାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଥିବା ଏହି ପ୍ରକଳ୍ପ ଶେଷ ପାଇଁ ପ୍ରଶାସନିକ ତପତ୍ରତା ନାହିଁ। ଆଗକୁ ବର୍ଷାଦିନ ଆସୁଥିବା ବେଳେ ଗମନାଗମନ ବିକାଶର ଚିତ୍ର ଏଠାରେ ଅସ୍ପଷ୍ଟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥ୍ୟ ଅନୁଯାୟୀ ଜିଲାର ଆଳି ବ୍ଲକ ଅଞ୍ଚଳରେ ମୋଟ ୨୪୯ଟି ରାସ୍ତା ନିର୍ମାଣାଧୀନ ଅଛି। ସେହିପରି ୨୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୧୮୦ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ଅଛି। ସେହିପରି ଡେରାବିଶ ବ୍ଲକ ୧୫୪୭ ରାସ୍ତା ପ୍ରକଳ୍ପରୁ ୫୩୯ଟି ରାସ୍ତା ନିର୍ମାଣାଧୀନ ଅଛି। ଗରଦପୁର ବ୍ଲକର ୧୦୬୩ରୁ ୫୪୭ଟି ପ୍ରକଳ୍ପ, କେନ୍ଦ୍ରାପଡ଼ାର ୧୫୦୯ରୁ ୫୦୯ଟି ପ୍ରକଳ୍ପ, ମହାକାଳପଡ଼ାର ୧୩୫୮ରୁ ୪୪୮ଟି ପ୍ରକଳ୍ପ, ମାର୍ଶାଘାଇର ୧୨୧୩ରୁ ୬୨୫ଟି ପ୍ରକଳ୍ପ, ପଟ୍ଟାମୁଣ୍ଡାଇର ୩୨୨୮ରୁ ୧୦୬୯ଟି ପ୍ରକଳ୍ପ, ରାଜକନିକାର ୧୯୦୧ରୁ ୧୧୫୭ଟି ପ୍ରକଳ୍ପ ଓ ରାଜନଗର ବ୍ଲକ ଅଞ୍ଚଳର ୧୯୬୯ରୁ ୪୧୯ଟି ପ୍ରକଳ୍ପ ନିର୍ମାଣାଧୀନ ଅଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଆଶିଷ କୁମାର ସେନାପତି, ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ କୁମାର ସ୍ବାଇଁ, ସାମାଜିକ କର୍ମୀ ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, ଜିଲାର ବିକାଶ ପାଇଁ ଗମନାଗମନ ପଥର ଗୁରୁତ୍ୱ ଅଧିକ। ତେବେ ଜିଲା ପ୍ରଶାସନ ଏ ସମ୍ପର୍କରେ ଅଣଦେଖା କରି ଚାଲିଛନ୍ତି ା କର୍ମନିଯୁକ୍ତି ପାଇଁ ଏହି ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ବେଳେ ଜିଲା ପ୍ରଶାସନ ଏଥିରେ ସଫଳ ହୋଇପାରିନାହିଁ। ଜିଲାରେ ଏବେ ପ୍ରାୟ ୩ ଲକ୍ଷ ଜବ୍‌କାର୍ଡଧାରୀ ପରିବାର ରହିଥିଲେ ମଧ୍ୟ ଅଳ୍ପ କିଛି ପରିବାରଙ୍କୁ କାମ ମିଳିଛି। ଗ୍ରାମୀଣ ରାସ୍ତା ଉନ୍ନତୀକରଣ ହୋଇ ପାରି ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସେବା ଆଦି ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଆଗରେ ବର୍ଷାଋତୁ ଓ ଲଘୁଚାପ ଜନିତ ସାମୁଦ୍ରିକ ଝଡ଼ ଭୟ ଆସି ଯାଇଥିବାରୁ ରାସ୍ତା ନିର୍ମାଣ ସମସ୍ୟା ଉତ୍କଟ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସକୁ ଜିଲାରେ ଗୁରୁତ୍ୱ ଦିଆଯାଇଛି। ଜବ୍‌କାର୍ଡଧାରୀଙ୍କ ଡିମାଣ୍ଡ ମୁତାବକ କାମ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକ ସମାପ୍ତ କରାଯିବାକୁ ଜିଲାର ୯ ବିଡିଓଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri