‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ ଦେଶବିଦେଶର ପର୍ଯ୍ୟଟକଙ୍କୁ ଟାଣି ଆଣିବାର ସାମର୍ଥ୍ୟ ରଖେ। ଏହାକୁ ନଜରରେ ରଖି ଗ୍ରାମୀଣ ପର୍ଯ୍ୟଟନ (ରୁରାଲ୍‌ ଟୁରିଜମ୍‌) ଉପରେ ଦୃଷ୍ଟି ନିବଦ୍ଧ କରିଛି ସରକାର, ଯାହା ବାରିହୋଇପଡୁଛି ଢେଙ୍କାନାଳ ଜିଲାର ଡୋକ୍ରା ଶିଳ୍ପୀଙ୍କ ଗାଁ ନବଜୀବନପୁର (ସଦେଇବେରେଣୀ)ରୁ। ରୁରାଲ ଟୁରିଜମରେ ଯୋଡ଼ିହେବା ପରେ ଏହି ଗାଁ ନୂଆ ରୂପରେ ଝଲସୁଛି। ପର୍ଯ୍ୟଟକଙ୍କ ଆଗମନ ହେଲେ ବିଦେଶୀ ପୁଞ୍ଜି ପ୍ରବାହ ସହ ପାରମ୍ପରିକ ଡୋକ୍ରା ହସ୍ତଶିଳ୍ପ ସ୍ବତନ୍ତ୍ର ପରିଚୟ ପାଇବ ବୋଲି ଆଶାବାଦୀ ଅଛନ୍ତି ଅଞ୍ଚଳର ଶିଳ୍ପୀ ପରିବାର।
ଢେଙ୍କାନାଳ ଜିଲାର ଗ୍ରାମୀଣ ପର୍ଯ୍ୟଟନକୁ ବଳ ଯୋଗାଇବାକୁ ସଦର ବ୍ଲକ ସପ୍ତଶଯ୍ୟାକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନେଇଥିଲେ ସରକାର। ଫୋକସ୍‌ରେ ରହିଥିଲା ପ୍ରସିଦ୍ଧ ଡୋକ୍ରା ହସ୍ତଶିଳ୍ପୀଙ୍କ ଗାଁ ନବଜୀବନପୁର। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ପ୍ରସ୍ତାବ କ୍ରମେ ଏଠାରେ ଆରମ୍ଭ ହୋଇଥିଲା ଉନ୍ନୟନ କାର୍ଯ୍ୟ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁର ହୋଇଥିଲା ୨ କୋଟି ଟଙ୍କା। ପ୍ରାକୃତିକ ପରିବେଶ ପାଇଁ ସପ୍ତଶଯ୍ୟା ଦେଶବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ନବଜୀବନପୁରରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ତିଆରି କରିବାକୁ ଦିଆଯାଇଥିଲା ଗୁରୁତ୍ୱ, ଯାହା ସାକାର ରୂପ ନେଇଛି। ଅନୁଦାନ ମିଳିଥିବା ୫ କୋଟି ଟଙ୍କାରେ ମୁଖଶାଳା, ଡୋକ୍ରା କାରିଗରମାନେ ହସ୍ତଶିଳ୍ପ ନିର୍ମାଣ ଲାଗି ଏକ ହଲ୍‌, ସାମଗ୍ରୀ ବିକ୍ରୟ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ବୈଠକଖାନା, ପର୍ଯ୍ୟଟକ ରହଣି ସ୍ଥଳ ନିର୍ମାଣ କରାଯାଇଛି। ପ୍ରକଳ୍ପ ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ଇତିମଧ୍ୟରେ ପାଖାପାଖି ସମସ୍ତ କାମ ଶେଷ ହୋଇସାରିଥିବାବେଳେ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଏହି ଶିଳ୍ପୀ ଗ୍ରାମ। କରୋନା କଟକଣା ହଟିବା ପରେ ନବଜୀବନପୁର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶାପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ନବଜୀବନପୁର ଅଞ୍ଚଳରେ ୧୨୦ ଡୋକ୍ରା ଶିଳ୍ପୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଗ୍ରାମରେ ହସ୍ତଶିଳ୍ପ ନିର୍ମାଣ କରୁଛନ୍ତି। ଅନ୍ୟ କେତେକ ପରିବାର ସପ୍ତଶଯ୍ୟା ପାହାଡ଼ ପାଦଦେଶକୁ ଉଠିଯାଇ ଡୋକ୍ରା କଳାକୃତି ଗଢୁଛନ୍ତି। ଏହି ଦୁଇଗୋଷ୍ଠୀଙ୍କୁ ଏକାଠି କରାଗଲେ ଡୋକ୍ରା ଶିଳ୍ପର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ପର୍ଯ୍ୟଟକ ଆସିଲେ ସଫଳତା ଜଣାପଡ଼ିବ
ଗ୍ରାମୀଣ ପର୍ଯ୍ୟଟନର ବିକାଶ ଲାଗି ମଞ୍ଜୁର ହୋଇଥିବା ଅନୁଦାନରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଶିଳ୍ପୀଗ୍ରାମ ନବଜୀବନପୁର ଏବେ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି। ଆଗନ୍ତୁକ ଆସିବା ପରେ ପ୍ରକଳ୍ପର ସଫଳତା ଜଣାପଡ଼ିବ।
-ଜେଶସ ସାହୁ, ସପ୍ତଶଯ୍ୟା ସରପଞ୍ଚ

ଭିନ୍ନ ଅନୁଭୂତି ସାଉଁଟିବେ ଆଗନ୍ତୁକ
ଢେଙ୍କାନାଳ ଜିଲାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ରୁରାଲ ଟୁରିଜମରେ ଯୋଡ଼ି ହୋଇଥିବା ନବଜୀବନପୁର ସେମାନଙ୍କୁ ଭିନ୍ନ ଅନୁଭୂତି ଦେବ। ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।
-ନରୋତ୍ତମ ବେହେରା, ପିଡି ଡିଆର୍‌ଡିଏ

ପ୍ରକଳ୍ପକୁ ବ୍ୟାପକ କରାଯିବ
ନବଜୀବନପୁରରେ ହୋଇଥିବା ସମସ୍ତ ପର୍ଯ୍ୟଟନ ସମ୍ପର୍କିତ ପ୍ରକଳ୍ପର ରକ୍ଷଣାବେକ୍ଷଣା ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କରୋନା ସ୍ଥିତି ସୁଧୁରିବା ପରେ ପର୍ଯ୍ୟଟକଙ୍କ ଆଗମନକୁ ଲକ୍ଷ୍ୟ କରି ଆବଶ୍ୟକ ପଡ଼ିଲେ ପ୍ରକଳ୍ପକୁ ବ୍ୟାପକ କରାଯିବ।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri