Posted inଫୁରସତ

ଓଲଟା ଯାଉଛି ଟ୍ରେନ୍‌

ଯାତାୟାତର ଏକ ବଡ଼ ମାଧ୍ୟମ ହେଉଛି ଟ୍ରେନ୍‌। ଯେକୌଣସି ଦେଶ ହେଉନା କାହିଁକି ରେଳ ଧାରଣା ଉପରେ ଚାଲୁଥିବା ଏହି ଟ୍ରେନ୍‌ ସବୁଠି ଏକ ଶସ୍ତା ଓ ସୁଗମ ଯାତାୟାତର ମାଧ୍ୟମ ଭାବେ ପରିଚିତ। ଆଜିକାଲି ବିଭିନ୍ନ ବିଶେଷତ୍ୱ ଥିବା ଟ୍ରେନ୍‌ ଚାଲୁଛି। କାହାର ସ୍ପିଡ୍‌ ଅଧିକ ତ କେଉଁ ଟ୍ରେନ୍‌ ପାହାଡ଼ିଆ ଅଞ୍ଚଳରେ ଯାଏ। କେଉଁ ଟ୍ରେନ୍‌ ହୋଇଥାଏ ବହୁତ ଲକ୍‌ଜୁରିୟସ୍‌। ତେବେ ଜାଣନ୍ତିକି ଏମିତି ବି ଏକ ଟ୍ରେନ୍‌ ଅଛି, ଯାହା ତା’ର ଟ୍ରାକ୍‌ ଉପରେ ନ ଯାଇ, ଯାଇଥାଏ ରେଳଧାରଣାର ତଳଭାଗରେ ଝୁଲନ୍ତା ଅବସ୍ଥାରେ। ଆଉ ଏଇ ଅଜବ ଟ୍ରେନ୍‌ ଜର୍ମାନୀରେ ଦେଖିବାକୁ ମିଳେ। ଏଥିରେ ଯାତ୍ରା କରିବାର ମଜା ଅଲଗା। ଏହାକୁ ଦେଖିଲେ ମନରେ ଆସେ ଏଇ ଝୁଲନ୍ତା ଟ୍ରେନ୍‌ ଖସି ପଡ଼ିବନି ତ! ହେଲେ ଏଥିରେ ଯାତ୍ରା କରିବା ଯେତିକି ନିରାପଦ ସେତିକି ମଜାଦାର ମଧ୍ୟ। ସେଇଥିପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି ଏହି ଓଲ୍ଟା ପୋଲ୍ଟା ଟ୍ରେନ୍‌ରେ ବସି ଭିନ୍ନ ଏକ ଅନୁଭବ ସାଉଁଟିବା ପାଇଁ। ଜର୍ମାନୀର ଏହି ଟ୍ରାକ୍‌ ଓ ଟ୍ରେନ୍‌ ତିଆରି ହେବାର ୧୨୧ ବର୍ଷ ହୋଇଗଲାଣି। ଉକ୍ତ ଟ୍ରେନ୍‌ ୧୯୦୧ରେ ଆରମ୍ଭ ହୋଇଥିଲା। ତେବେ ଏଭଳି ରେଳପଥ ନିର୍ମାଣ କରିବା ପଛର କାରଣ ହେଉଛି, ଏହି ଟ୍ରେନ୍‌ର ରୁଟ୍‌ ଆରମ୍ଭ ହେବା ପୂର୍ବରୁ ହିଁ ସହର ବହୁତ ଡେଭେଲପ୍‌ ହୋଇସାରିଥିଲା। ତେଣୁ ଟ୍ରାକ୍‌ କରିବା ଲାଗି ସ୍ଥାନ ନ ଥିଲା। ଶେଷରେ ରେଳ ଟ୍ରାକ୍‌ ଭୂମିରେ ନ କରି ବ୍ରିଜ୍‌ ପରି ନର୍ମାଣ କରି ଝୁଲନ୍ତା ଅବସ୍ଥାରେ ଟ୍ରେନ୍‌ ଯିବାର ଯୋଜନା କରାଗଲା। ୧୩.୩ କିମିର ଉକ୍ତ ଟ୍ରେନ୍‌ ରୁଟ୍‌ରେ ଟ୍ରେନ୍‌ଟି ଝୁଲନ୍ତା ଅବସ୍ଥାରେ ନଦୀ, ଝରଣା, ରାସ୍ତା ଆଦି ଅତିକ୍ରମ କରି ଯାଇଥାଏ। ଆଉ ପର୍ଯ୍ୟଟକ ଏହାର ବେଶ୍‌ ମଜା ଉଠାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri