ସହରରେ ଟ୍ରାଫିକ ସମସ୍ୟା ଗୁରୁତର

କେନ୍ଦୁଝର,୧ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ବିଶେଷ କରି ରାମ ରାମ ଗଳି ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗୁଡୁଛି। ଗାଡ଼ି ପାର୍କିଂ ପାଇଁ ସ୍ଥାନ ନ ଥିବାରୁ ଲୋକେ ରାସ୍ତା ଉପରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ସହର ମଧ୍ୟରେ ଭାରିଯାନ ଚଳାଚଳ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି। ବିଶେଷକରି ସହର ମଧ୍ୟରେ ଆଳୁ, ପିଆଜ, ଫଳ, ଖାଦ୍ୟ ସାମଗ୍ରୀ ଲୁଗାପଟା ଆଦି ଗୋଦାମ ଘର ଚାଲୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ମତପ୍ରକାଶ ପାଉଛି। ଏ ସମ୍ପର୍କରେ କେନ୍ଦୁଝର ପୌରପରିଷଦରେ ଅନେକ ଥର ଅଭିଯୋଗ କଲେ ବି କିଛି ଫଳ ମିଳୁନାହିଁ।
ସୂଚନା ଅନୁଯାୟୀ, ଅଜନ୍ତା ଗଳି, ରାମରାମ ଗଳି ରାସ୍ତାଗୁଡ଼ିକ ବଡ଼ ଟ୍ରକ୍‌ ଦ୍ୱାରା ଘଣ୍ଟା ଘଣ୍ଟା ଜବରଦଖଲ ହୋଇ ରହୁଛି। ଏଥିପ୍ରତି ପୋଲିସ କିମ୍ବା ପୌର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଉକ୍ତ ଅଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଓ ସାଧାରଣ ଲୋକମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ରାସ୍ତା ଓ ଡ୍ରେନ୍‌ ଭାଙ୍ଗୁଥିବାରୁ ଲକ୍ଷାଧିକ ଟଙ୍କା କ୍ଷତି ହେବା ସହ ଟ୍ରାଫିକ ଜାମ୍‌ ହେଉଥିଲେ ହେଁ ପ୍ରଶାସନ ନ ଶୁଣି ଚୁପ୍‌ ରହୁଛି। ଏଭଳି ପରିସ୍ଥିତିକୁ ନେଇ ଉକ୍ତ ଗଳି ରାସ୍ତା ଗୁଡ଼ିକରେ କିଛି ବର୍ଷ ପୂର୍ବେ ଲୁହା ଗେଟ୍‌ ଲଗାଯାଇ ଟ୍ରକ୍‌ ଯାତାୟାତ ବାରଣ କରାଯାଇଥିଲା। ଗୋଦାମ ଘର ସହର ବାହାରେ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଇତି ମଧ୍ୟରେ ବହୁ ବର୍ଷ ବିତିଯାଇଥିଲେ ହେଁ ଗୋଦାମ ସ୍ଥାନାନ୍ତର କରାଯାଉନାହିଁ କିମ୍ବା ପୁଣି ଲୁହା ଗେଟ୍‌ ଲଗାଇ କଟକଣା ଲଗାଯାଉନାହିଁ। ବିଶେଷିକରି ସାପ୍ତାହିକ ହାଟ ଭିଡ଼ ସମୟରେ ତଥା ଅନ୍ୟ ଦିନ ମାନଙ୍କରେ ଦିନ ୯/୧୦ଟା ସମୟରେ ମଧ୍ୟ ଉକ୍ତ ଗଳି ରାସ୍ତାରେ ଟ୍ରକ୍‌ ଚଳାଚଳ ଏବଂ ପାର୍କିଂ କରାଯାଉଛି। ଫଳରେ ଯାତାୟାତ ସମସ୍ୟା ସୃଷ୍ଟି ହେବା ସହ ପାହାଡ଼ରୁ ଆସି ରାସ୍ତା କଡ଼ରେ ବିକ୍ରି କରୁଥିବା ଆଦିବାସୀ ଓ ଛୋଟ ବେପାରୀମାନଙ୍କୁ ନାଲିଆଖି ଦେଖାଇ ଉଠାଇ ଗାଡ଼ି ଚଳାଚଳ କରାଯାଉଥିବା ଅଭିଯୋଗ ହେଉଛି। ଗଳି ରାସ୍ତା କଡ଼ରେ ଫଳ, ଆଳୁ, ଅନ୍ୟାନ୍ୟ ଖାଉଟି ଦ୍ରବ୍ୟର ଗୋଦାମ ରହିବା ହେତୁ ଦିନରେ ବଡ଼ ବଡ଼ ଟ୍ରକ ଲାଗି ସାମ୍ରୀ ଖାଲି କରାଯାଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି ବୋଲି ବୁଦ୍ଧିଜୀବୀ ରବିନ୍ଦ୍ର ପାଢ଼ୀ କହିଛନ୍ତି। ରାସ୍ତାର ଦୁଇ ପାଖରେ ଲୁହା ବାର ଲଗାଇ ବାକୁ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦୁଝର ଗଡ଼ ପୌରପରିଷଦ କର୍ଣ୍ଣପାତ କରୁ ନ ଥିବା କୁହାଯାଇଛି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ଏଜକ୍ୟୁଟିଭ ଅଫିସର ମଧୁସ୍ମିତା ସାମନ୍ତରାୟଙ୍କୁ ପଚାରିବାରୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏନେଇ କେନ୍ଦୁଝରଗଡ଼ ପୌରପାଳିକା ସଂଗ୍ରାମ ବେହେରା କହିଛନ୍ତି, ପୌରପାଳିକା ପକ୍ଷରୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ ଶୀଘ୍ର ସହର ଓ ଗଳି ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ବୋର୍ଡ ବା ଗେଟ୍‌ ଲଗାଯାଇ କଟକଣା କରାଯିବ। ରାସ୍ତା, ଡ୍ରେନ୍‌ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?