ପର୍ଯ୍ୟଟକଙ୍କ ଆକର୍ଷଣ ତାରାତାରିଣୀଙ୍କ ଭବ୍ୟ ଆଦିପୀଠ

ଜିତେନ୍ଦ୍ର କୁମାର ନାୟକ
ତାରାତାରିଣୀ ପୀଠ, ୧୮।୫: ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କ ମୃତଦେହକୁ ଶିବ କାନ୍ଧରେ ପକାଇ ସମଗ୍ର ଭାରତ ବୁଲୁଥିବା ବେଳେ ବିଭିନ୍ନ ସ୍ଥାନରେ ମା’ଙ୍କ ଶରୀରର କିଛି ଅଂଶ ପଡ଼ିଥିଲା। ସେଥିମଧ୍ୟରୁ ୪ ସ୍ଥାନକୁ ପ୍ରମୁଖ ଶକ୍ତିପୀଠ ଭାବେ ଅଭିହିତ କରାଯାଇଛି। ପୁରୀଠାରେ ମା’ଙ୍କ ପାଦ ଖଣ୍ଡ ପଡ଼ିଥିଲା ଓ ତାହା ବିମଳା ଭାବେ ପରିଚିତ। ବ୍ରହ୍ମପୁର ନିକଟସ୍ଥ ଛତ୍ରପୁରରେ ସ୍ତନଖଣ୍ଡ ପଡ଼ିଥିବାରୁ ତାରାତାରିଣୀ, ଆସାମର ଗୁଆହାଟୀର କାମାକ୍ଷାଠାରେ ଯୋନି ଖଣ୍ଡ ପଡ଼ିଥିବା ବେଳେ ପଶ୍ଚିମବଙ୍ଗର କାଳୀଘାଟରେ ମା’ଙ୍କ ମୁଖଖଣ୍ଡ ପଡ଼ି ଦକ୍ଷିଣ କାଳିକା ଭାବେ ପ୍ରସିଦ୍ଧି ଅର୍ଜନ କରିଆସିଛନ୍ତି। ତେବେ ତାରାତାରିଣୀଙ୍କ ପୀଠ ବିଷୟରେ ସପ୍ତଦଶ ଶତାବ୍ଦୀ ଯାଏ ଅଜଣା ରହିଥିଲା। ଏକ ଲୋକକଥାରୁ ଜଣାପଡ଼ିଛି, ଗଞ୍ଜାମ ଜିଲାର ଖରିଦା ବୀର ଜଗନ୍ନାଥପୁର ଗ୍ରାମରେ ବସୁ ପ୍ରହରାଜ ନାମକ ଜଣେ ବ୍ରାହ୍ମଣ ପଣ୍ଡିତ ଥିଲେ। ସେ ମା’ଙ୍କ ବଡ଼ ଭକ୍ତ ଭାବେ ପରିଚିତ। ହେଲେ ସେ ଥିଲେ ସନ୍ତାନହୀନ। ଏକଦା ମା’ ତାରାତାରିଣୀ ପ୍ରହରାଜଙ୍କ ଘରେ ଦୁଇ ଭଉଣୀ ଭାବେ ଉଭା ହୋଇଥିଲେ। କିଛିବର୍ଷ ରହିବା ପରେ ସେମାନେ ଦିନେ ତାଙ୍କ ଘରୁ ଉଭାନ ହୋଇଗଲେ। ଗ୍ରାମବାସୀ କହନ୍ତି, ଦୁଇ ଭଉଣୀ କୁମାରୀ ପର୍ବତ ଆଡ଼କୁ ଯାଇଥିବା ବେଳେ କେଉଁଆଡ଼େ ଉଭାନ ହୋଇଗଲେ ତାହା କେହି ଜାଣିପାରିଲେ ନାହିଁ। ସେହି ଦୁଇ ଭଉଣୀଙ୍କୁ ପ୍ରହରାଜ ଯେତେ ଖୋଜିଲେ ମଧ୍ୟ ପାଇଲେ ନାହିଁ। ଏଥିରେ ବ୍ରାହ୍ମଣ ବିଷାଦଗ୍ରସ୍ତ ହୋଇ ଭାଙ୍ଗିପଡ଼ିଲେ। ହେଲେ ସେହିଦିନ ରାତିରେ ତାରାତାରିଣୀ ସ୍ବପ୍ନରେ ଆସି କହିଲେ ସେମାନେ ତାଙ୍କ ଦୁଇ ଝିଅ ନ ଥିଲେ। ଉଭୟ ଥିଲେ ଆଦିଶକ୍ତି-ତାରା ଓ ତାରିଣୀ। ଏହା ପରେ ମା’ ପ୍ରହରାଜଙ୍କୁ ନିର୍ଦ୍ଦେଶ ଦେଲେ ବିଷାଦମୁକ୍ତ ହୋଇ ଅତି ଭକ୍ତିର ସହ ତାରିଣୀ ପର୍ବତର ଶିଖରରେ ମନ୍ଦିର ତୋଳି ଦେବୀଙ୍କୁ ସ୍ଥାପନ କରିବାକୁ। ସେହି ଅନୁଯାୟୀ ପଣ୍ଡିତ ପ୍ରହରାଜ ମା’ଙ୍କୁ ସ୍ଥାପନ କଲେ। ସେବେଠାରୁ ତାରାତାରିଣୀ ଶାନ୍ତି ଓ ଶକ୍ତିର ପ୍ରତୀକ ଭାବେ ଦିଗବିଦିଗ ହେବା ପରେ ସମଗ୍ର ଭାରତବର୍ଷରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ତେବେ ଓଡ଼ିଶା ସରକାରଙ୍କ ଦୀର୍ଘ ଦୁଇ ଦଶନ୍ଧିର ନିରବଚ୍ଛିନ୍ନ ଉଦ୍ୟମର ଫଳସ୍ବରୂପ ଆଜି ଏହି ପୀଠ ନବ୍ୟରୂପ ଧାରଣ କରି ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର ଭବ୍ୟ କେନ୍ଦ୍ର ପାଲଟିଛି।
ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୫ ମେ’ରୁ ଆରମ୍ଭ ହୋଇଛି। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସସ୍ତ୍ରୀକ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ରେ ଏଭଳି ଏକ ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ ଯେତେବେଳେ ତାଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅଧୀନରେ ଏହା ଆସୁଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହାକୁ ଏକ ଜାତୀୟ ସ୍ତରର ପର୍ଯ୍ୟଟନ କେନ୍ଦ୍ର କରିବା ସହ ଏଠାରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାପ୍ତ ସୁବିଧା ଦେବା ଲାଗି ପ୍ରୟାସ କରାଯାଇଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୀଠ ଓ ଆଖପାଖ ଅଞ୍ଚଳର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ହୋଇଛି। ସର୍ପିଳ ଗତିରେ ସଡ଼କ ଯେଭଳି ହିଲ୍‌ଟପ୍‌କୁ ଯାଇଛି ଯାତ୍ରୀ ଯାନରେ ଗଲା ବେଳେ ପାହାଡ଼ ଓ ବନାନୀଯୁକ୍ତ ମନୋରମ ଦୃଶ୍ୟକୁ ଉପଭୋଗ କରିପାରୁଛନ୍ତି। ପର୍ବତ ଶିଖରରେ ଅଧିଷ୍ଠିତ ଆଦିଶକ୍ତିଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଏହାର ପାଦଦେଶକୁ ଚାହିଁଲେ ଋଷିକୁଲ୍ୟା ନଦୀର ଧାର ଦେଖିପାରୁଛନ୍ତି। ନୂଆକରି ଯଜ୍ଞ ମଣ୍ଡପ, ଦୀପ ଘର, ଭ୍ୟୁ ପଏଣ୍ଟ, ମେଡିଟେଶନ୍‌ ସେଣ୍ଟର୍‌, ପ୍ରଶାସନିକ ଭବନ, ମୁଣ୍ଡନ କକ୍ଷ, ବଜାର ଗୃହ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ବ୍ୟବସ୍ଥିତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ତାରାତାରିଣୀ ଉନ୍ନୟନ ବୋର୍ଡ ୨୦୦୩ରେ ଗଠନ ହୋଇଥିଲା। ତତ୍କାଳୀନ ଗଞ୍ଜାମ ଜିଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ମନ୍ଦିର ପୁନଃ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ସ୍ପର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ ମେ’୨୦୨୨ରେ ମା’ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଓଡ଼ିଆଙ୍କୁ ଆଉ ଏକ ଭେଟି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri