ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ସତ୍ତ୍ୱେ ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମି ଅଭାବରୁ ଅସ୍ତିତ୍ୱ ହଜିବାକୁ ବସିଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ପର୍ଯ୍ୟଟନକ୍ଷେତ୍ରଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି।
ପାଇକ ବିଦ୍ରୋହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ରହିଛି ବରୁଣେଇ ପାହାଡ। ଏଠାରେ ମା’ବରୁଣେଇ ଓ କରୁଣେଇଙ୍କ ଆସ୍ଥାନ ରହିଛି। ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନି। ଚାରିଆଡେ ଅଳିଆ, ଆବର୍ଜନା ପଡି ରହିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ। ପାଣି ଟ୍ୟାପ ଭାଙ୍ଗିରୁଜୁ ଯାଇଥିବା ବେଳେ ପାଦଦେଶରୁ ମାଙ୍କ ପୀଠକୁ ଯାଇଥିବା ପାହାଚ ମଧ୍ୟ ଭାଙ୍ଗିଲାଣି। ବରୁଣେଇ ପାହାଡ ଉପରେ ଐତିହାସିକ ସୀତାକୁଣ୍ଡ, ପାଣ୍ଡବ ଗୁମ୍ଫା ରହିଛି। ଗବେଷକଙ୍କ ମତରେ ଏଠାରେ ଦୁଇ ହଜାର ବର୍ଷ ତଳର ବୌଦ୍ଧ କିର୍ତ୍ତୀରାଜୀ ଶିଳାଲେଖ ରହିଛି। ପାଇକ ବୀରମାନେ ପାହାଡ ଉପରେ ରହି ବିଟ୍ରିଶ ସୈନ୍ୟ ବାହିନୀକୁ ନିରୀକ୍ଷଣ କରୁଥିଲେ। ତେବେ ବରୁଣେଇ ପାଦଦେଶରୁ ଉପରକୁ ସଂଯୋଗ ଲାଗି ପ୍ରସ୍ତାବିତ ରୋପ ଓ୍ବେ ସରକାରୀ ନାଲିଫିତା ଚାପି ହୋଇ ରହିଯାଇଥିବା ବେଳେ ଉପରକୁ ପାହାଚ ନିର୍ମାଣ ଅଧାରେ ଅଟକି ରହିଛି। ସେହିପରି ଖୋର୍ଦ୍ଧାଗଡ ବିଲୁପ୍ତ ଅବସ୍ଥାରେ ରହିଛି। ଏହାର ଅସ୍ତିତ୍ୱ ହଜିବାକୁ ବସିଛି। ଗଡର ପୁନୁରଦ୍ଧାର ଲାଗି କୌଣସି ବ୍ୟବସ୍ଥା କରାଯାଉନାହିଁ। ଗଡଖୋର୍ଦ୍ଧା ସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରୁ ୧୯୮୦ଦଶକରେ ବାହାରିଥିବା ବହୁ ଐତିହ୍ୟ କୀର୍ତ୍ତିରାଜୀର ପଦଚିହ୍ନ ସ୍ବରୂପ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଶିଳା, ପଥର ଉଦ୍ଧାର କରାଯାଇଥିଲା। ତେବେ ଏହା ଏବେ କେଉଁଠି ଅଛି, ତାହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ। କେବଳ ସଂସ୍କୃତି ଭବନ ପରିସରରେ ଗୋଟିଏ ଦୁଇଟି ଭଗ୍ନ ଶିଳା ଅବ୍ୟବହୃତ ଭାବେ ପଡିଛି। ଗଡଖୋର୍ଦ୍ଧା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବ୍ରିଟିଶ ଆକ୍ରମଣ ସମୟରେ ତୋପ କମାଣର ଚିହ୍ନକୁ ନିଜ ବକ୍ଷରେ ସାଇତି ରଖିଥିବା କୁଞ୍ଜବନ ମଠ ଅବହେଳିତ ଅବସ୍ଥାରେ ରହିଛି। ସେହିପରି ଗୁରୁଜଙ୍ଗର ଶ୍ରୀ ଧବଳେଶ୍ୱର ପୀଠ ପର୍ଯ୍ୟଟନର ମାନ୍ୟତା ପାଇଛି। ପୀଠର ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜାଗୁଳିପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ପୀଠୁ ପର୍ଯ୍ୟଟନ କ୍ଷେତ୍ରୀ ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉନାହିଁ। ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଚନ୍ଦନ ପୋଖରୀ ପୁନରୁଦ୍ଧାର କରାଯାଉନାହିଁ। ଜରିପୁଟ ଗ୍ରାମ ନିକଟରେ ତନ୍ତ୍ର ମୁଣ୍ଡିଆ ପାହାଡ ଉପରେ ବିଜେ କରିଛନ୍ତି ସଙ୍କଟମୋଚନ। ଏହି ମନ୍ଦିର ମଧ୍ୟ ପର୍ଯ୍ୟଟନର ମାନ୍ୟତା ମିଳିଛି। ମନ୍ଦିରକୁ ଉଠିବାକୁ ଗୋଟିଏ ପଟେ ଶହେରୁ ଉର୍ଦ୍ଧ୍ୱ ପାହାଡ ରହିଥିବା ବେଳେ ଅନ୍ୟପଟେ ମନ୍ଦିର ପ୍ରବେଶ ଲାଗି ଏକ ଅଙ୍କାବଙ୍କା ହୋଇ ରାସ୍ତାଟିଏ ଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ପାନୀୟଜଳର ସେଭଳି କୌଣସି ବ୍ୟବସ୍ଥା ନାହିଁ। ସେହିପରି ମା ଉଗ୍ରତାରା ଏବଂ ଭଗବତୀ, ଐତିହାସିକ ଦକ୍ଷେଶ୍ୱରଙ୍କ ମନ୍ଦିର ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ସେଭଳି କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ। ଟାଙ୍ଗୀଠାରୁ ବାଣପୁର ମଧ୍ୟରେ ରାସ୍ତା ପାର୍ଶ୍ୱରେ ପ୍ରସିଦ୍ଧ ଶୈବପୀଠ ଚଣ୍ଡେଶ୍ୱର, ପଶ୍ଚିମଶମ୍ଭୀ, ନାଚୁଣୀ ସ୍ଥିତ ଶୈବପୀଠର ମାହାତ୍ମ୍ୟ ରହିଛି। ତେବେ ଏହି ପୀଠର ପୁନରୁଦ୍ଧାର କିମ୍ବା ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଚିଲିକା କାଙ୍କଣଶିଖରୀ(ଏକ ଟାପୁ)ରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ରର ପଦଚିହ୍ନ ସ୍ବରୂପ ନନ୍ଦିଘୋଷ ରଥର ଚକା ଏବଂ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି। ଏହାକୁ ପର୍ଯ୍ୟଟନର ମାନ୍ୟତା ମିଳିଛି। ଚିଲିକା ଦେଇ କାଙ୍କଣଶିଖରୀ ଯିବାକୁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଗଡମାଣିତ୍ରୀ ଠାରେ ମହାପ୍ରଭୁଙ୍କ ନବକଳେବର ଅନୁଷ୍ଠିତ ହୋଇଥିଲା। ଏହାର ଦାଣ୍ଡରେ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଐତିହ୍ର୍ୟ ବିକାଶ ପ୍ରତି ସେଭଳି କୌଣସି ଗୁରୁତ୍ୱ ଦିଆଯାଉନାହିଁ। ସ୍ବାଧିନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚିତ ବୋଲଗଡ ବ୍ଲକର ଚମ୍ପାଇଲେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଐତିହ୍ୟ ଗ୍ରାମର ମାନ୍ୟତା ଘୋଷଣାରେ ରହିଗଲା। ଅଟ୍ରି ସ୍ଥିତ କୁଆକୁଣ୍ଡ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କୁହନ୍ତି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri