ରିଲିଜ ପୂର୍ବରୁ ୧୧ କୋଟିରୁ ଅଧିକ ଆୟ କଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ମୁମ୍ବାଇ: କିଛିଦିନ ହେବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ର ଖୁବ୍ ଚର୍ଚ୍ଚା ହେଉଛି । ଖୁବ ବଡ ବଜେଟର ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ମାତା । ପ୍ରଶଂସକ ବେଶ କିଛିଦିନର ବ୍ୟବଧାନ ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହାର ରିଲିଜ୍ ଡେଟ ଯେତିକି ପାଖେଇ ଆସୁଛି ଏହାର ଆଡଭାନ୍ସ ବୁକିଂ ବି ବଢି ବଢି ଚାଲିଛି । ରିଲିଜ ପୂର୍ବରୁ ଫିଲ୍ମ ଖୁବ୍ କଲେକଶନ କରି ସାରିଲାଣି ।
ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ ସିନେମା ହଲରେ ରିଲିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ୩୦ ସେପ୍ଟେମ୍ବର ଅଥାର୍ତ ଶୁକ୍ରବାର ଏହା ରିଲିଜ ହେବାକୁ ଯାଉଛି । ସାଉଥ୍ ଦର୍ଶକଙ୍କ ନିକଟରେ ଫିଲ୍ମକୁ ନେଇ ଖୁବ୍ କ୍ରେଜ ରହିଛି । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ । ଅନୁମାନ କରାଯାଉଛି ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳିବ । ତେବେ ରିଲିଜ୍ ପୂର୍ବରୁ ଫିଲ୍ମ କମାଲ କରିଛି ।
‘ପୋନ୍ନିୟିନ ସେଲଭମ’ର ଆଡଭାନ୍ସ ବୁକିଂ ପ୍ରାୟ ୧ ସପ୍ତାହ ଆଗରୁ ଆରମ୍ଭ ହୋଇଯାଇଛି । ଆଡଭାନ୍ସ ବୁକିଂରେ ମୋଟା ଅଙ୍କର ଅର୍ଥ ଆସିଛି । ତାମିଲ ଭର୍ସନରେ ପ୍ରଥମ ଦିନ ପାଇଁ ପ୍ରାୟ ୧୦ କୋଟି ଟିକେଟ ବିକ୍ରି ହୋଇ ସାରିଛି । ସେମିତି ତେଲୁଗୁ, ହିନ୍ଦି ଓ ମଲାୟାଲମ ଭାଷାରେ ଫିଲ୍ମ ପ୍ରାୟ ୧ କୋଟିରୁ ଅଧିକ ଟିକେଟ ବିକ୍ରି ସରିଛି । ଏହାକୁ ଦେଖିଲେ ଫିଲ୍ମର ଆଡଭାନ୍ସ ବୁକିଂ କଲେକଶନ ପ୍ରାୟ ୧୧କୋଟିରୁ ଅଧିକ ରହିଛି ।
ଚଳିତ ବର୍ଷ ରିଲିଜ୍ ହୋଇଥିବା କମଲ ହାସନଙ୍କ ଫିଲ୍ମ ବିକ୍ରମକୁ ବି ଏହା ମାତ୍ ଦେଇଛି । ଏହା ରିଲିଜ୍ ପୂର୍ବରୁ ୧୦ କୋଟି ଆୟ କରିଥିବା କୁହାଯାଉଥିଲା । ତେବେ ହିନ୍ଦି ଭାଷାରେ ଫିଲ୍ମ କେବଳ ୧୮-୨୦ ପ୍ରତିଶତ ଯୋଗଦାନ ଦେଇଛି । ଫିଲ୍ମର ଅଧିକ ଟିକେଟ ସାଉଥରେ ବିକ୍ରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri