ଜିଆଇ ଟ୍ୟାଗ୍‌ ଅପେକ୍ଷାରେ କାଇଁଚ ଶିଳ୍ପ

କେନ୍ଦ୍ରାପଡ଼ା ଅଫିସ, ୧୦।୪: କେନ୍ଦ୍ରାପଡ଼ା ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ (ଜୋଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ହେବାକୁ ଯାଉଛି। ଏନେଇ ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ ହେଉଛି। କାଇଁଚ ଶିିଳ୍ପର ସମସ୍ତ ତଥ୍ୟ ସଂଗ୍ରହ ହେଉଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଗୁରୁବାର ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ପ୍ରକାଶ କରିଛନ୍ତି। ଏଥିସହିତ ହସ୍ତଶିଳ୍ପ ବିଭାଗ ସଚିବ ଶୋଭା ଶର୍ମା ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି କଳାକୃତିରେ ୩୧୨୮ ଜଣ ମହିଳା ସାମିଲ ହୋଇଥିବା ବେଳେ ୧୪୭୯ ଜଣଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି ା ଆସନ୍ତା ଅକ୍ଟୋବର ସୁଦ୍ଧା ସ୍କିଲ୍‌ ଆକ୍ୟୁଜିଶନ ଆଣ୍ଡ ନଲେଜ ଆୱାରନେସ ଫର ଲାଇଭଲିହୁଡ ପ୍ରପୋଶନ (ସଙ୍କଳ୍ପ) ମାଧ୍ୟମରେ ଅନ୍ୟ ୫୧୪ ମହିଳା ତାଲିମ ପ୍ରାପ୍ତ ହେବେ। ଏହି ମହିଳାଙ୍କ ହସ୍ତଶିଳ୍ପ ଏବେ ଅନ୍‌ଲାଇନ ମାଧ୍ୟମରେ ଦେଶବିଦେଶର ବହୁ ଗ୍ରାହକଙ୍କ ଆକର୍ଷଣ ସାଜିଥିବାରୁ ଏହାକୁ ରାଜ୍ୟ ସରକାର ଜିଆଇ ଟ୍ୟାଗ୍‌ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ବ୍ଲକ ତରାଣ୍ଡୋ ଗ୍ରାମର ପ୍ରଭାତି ତ୍ରିପାଠୀ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି ଅନନ୍ୟ କୃତିକୁ ସ୍ବୀକୃତି ମିଳିବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି। ସେ କୁହନ୍ତି, ବିଲବାଡ଼ିରେ ନଷ୍ଟ ହେଉଥିବା ସୁନେଲି କାଇଁଚ ଏବେ ପ୍ରକୃତ ସୁନା ଭାବେ ଗଣନା ହେଉଛି। କାଇଁଚ ଦ୍ୱାରା ପ୍ରସ୍ତୁତ ପାଛିଆ, ଟୋପି, ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭ କରି କାନର ଝୁମୁକା, ରାଖୀ ଆଦି ଦେଶ ବିଦେଶରେ ଆକର୍ଷଣ ସାଜିଛି। ଗତ କରୋନା ସମୟରେ ମହିଳା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ପ୍ରାୟ ୫ ହଜାର ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା ଓ କୁଏଟ୍‌ ପରି ଦେଶକୁ ଅନ୍‌ଲାଇନ ବିକ୍ରି ମାଧ୍ୟମରେ ଯାଇଛି। ଜଜାଙ୍ଗର ବିଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, କାଇଁଚ ସାମଗ୍ରୀ ଖୁବ୍‌ ଆକର୍ଷଣୀୟ। ଘରକରଣାଠାରୁ ସୌଖୀନ ସାମଗ୍ରୀ ଏଠାରେ ପ୍ରସ୍ତୁତ ହେଉଛି। ତେବେ କାଇଁଚ ସଂଗ୍ରହଠାରୁ ସାମଗ୍ରୀ ପ୍ରସ୍ତୁତି ମଧ୍ୟରେ ହସ୍ତଶିଳ୍ପୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼େ ା ବର୍ଷାଦିନେ ବିଲ, ଗଡ଼ିଆ, ପଡ଼ିଆ ଆଦି ସ୍ଥାନରେ ୫ରୁ ୬ ଫୁଟ ଲମ୍ବର ଏହି କାଇଁଚକୁ ସଂଗ୍ରହ କରିବାକୁ ହୁଏ। ଏହି ସମୟରେ ଗଛର ରଙ୍ଗ ସବୁଜ ଥିବା ବେଳେ ଶୁଖିଗଲେ ସୁନେଲି ରଙ୍ଗ ଆସେ। ସଂଗୃହୀତ କାଇଁଚରୁ ସାମଗ୍ରୀ ପ୍ରସ୍ତୁତି ପାଇଁ ଉପଯୁକ୍ତ କାଇଁଚକୁ ବଛାଯାଏ। ସମୟ ସାପେକ୍ଷ ହେଲେ ମଧ୍ୟ କାଇଁଚ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହିତ ସ୍ବତନ୍ତ୍ର ପରିଚୟ ଦେଇଥାଏ ବୋଲି ସ୍ବାଇଁ କହିଛନ୍ତି।
ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, କାଇଁଚ ଶିଳ୍ପରେ ସିଦ୍ଧହସ୍ତ ମହିଳାଙ୍କ ପାଇଁ ଏହି ଜିଲାକୁ ସ୍ବତନ୍ତ୍ର ମାନ୍ୟତା ମିଳିବାକୁ ଯାଉଛି। ଯାହା ଜିଲାବାସୀ ଭାବେ ଖୁସିର ଖବର। ଜିଲାରେ କାଇଁଚ ପରି ରସାବଳୀ, ପୋଟଳି ପିଠାର ଜିଆଇ ଟ୍ୟାଗ୍‌ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସ୍ବାଗତ କରୁଥିବା ସେ ମତ ଦେଇଛନ୍ତି। ହସ୍ତଶିଳ୍ପ ବିଭାଗ ସହ ନିର୍ଦ୍ଦେଶକ ଅଜିତ୍‌ ପ୍ରସାଦ ଭୋଇ କହିଛନ୍ତି, ରାଜ୍ୟରେ ସଙ୍କଳ୍ପ ଯୋଜନା ଗତ ୨୦୨୦ ନଭେମ୍ବରରୁ ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ା ଜିଲାର ୩୫ଟି ଗ୍ରାମର ମହିଳାଙ୍କୁ କାଇଁଚ ଶିଳ୍ପ ତାଲିମ ପାଇଁ ପ୍ରୋତ୍ସାହିତ କରିଛୁ। ପ୍ରାୟ ସାଢ଼େ ବାର କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସଂକଳ୍ପ ଯୋଜନା ଏବେ ପ୍ରତି ମହିଳାଙ୍କୁ ମାସିକ ଅନୂ୍ୟନ ୫ ହଜାର ଟଙ୍କା ରୋଜଗାର ଦେଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri