ଶିମିଳିପାଳରେ ବାଘ ଗଣନା ଆରମ୍ଭ

ବାରିପଦା ଅଫିସ,୨୭।୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୧୭୪ ଷ୍ଟେଶନ ମାଧ୍ୟମରେ ମୋଟ ୮୮୦ କର୍ମଚାରୀ ଏଥିର ସହଯୋଗ କରୁଛନ୍ତି। ନୂଆ ଟେକ୍ନୋଲୋଜି ବ୍ୟବହାର ପୂର୍ବକ ବିକଶିତ ମୋବାଇଲ ଆପ ମାଧ୍ୟମରେ ଏଥର ବିନା କାଗଜ କଲମରେ ଗଣନା କରାଯାଉଛି। ଡିସେମ୍ବର ୫ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଗଣନା ଚାଲିବ।
ବାଘ ସହିତ ସମସ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା, ଶିକାରର ଘନତା, ହାତୀ ସଂଖ୍ୟା ଆକଳନ ଓ ସେମାନଙ୍କ ବାସସ୍ଥାନ ଆଦି ସର୍ବେକ୍ଷଣ କରାଯାଉଛି। ସେହିପରି କାର୍ନିଭୋର ସାଇନ ସର୍ଭେ, ଟ୍ରାନ୍ସେକ୍ଟ ସର୍ଭେ, ହାବିଚାଟ ପ୍ଲଟ ସର୍ଭେ, ପେଲେଟ ସର୍ଭେ, ଶାଗୁଣା ଓ ଅନ୍ୟାନ୍ୟ ପକ୍ଷୀଙ୍କ ସର୍ଭେ ପାଇଁ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ୫ଶହ କ୍ୟାମେରା ଲଗାଯାଇଛି। ପ୍ରଥମ ଦିନରେ ଏକ କଲରାପତରିଆ ବାଘକୁ ଠାବ କରାଯାଇଥିବା ନେଇ ବିଭାଗ ସୂଚନା ଦେଇଛି। ସର୍ବଭାରତୀୟ ବ୍ୟାଘ୍ର ଗଣନା(ଆକଳନ) କାର୍ଯ୍ୟକ୍ରମ ୨୦୦୬ରୁ ଆରମ୍ଭ ହୋଇଥିବା ବେଳେ ଏହା ପ୍ରତି ୪ବର୍ଷକୁ ଚକ୍ର ହିସାବରେ ନିଆଯାଇ ପରିଚାଳିତ ହେଉଛି। ୨୦୨୨ ଜାନୁୟାରୀ ମାସରେ ପଞ୍ଚମ ଚକ୍ର ଗଣନା ବା ଆକଳନ ଅନ୍ତିମ କାର୍ଯ୍ୟକ୍ରମ ଶେଷ ହେବ। ସମସ୍ତ ସର୍ଭେ ତଥ୍ୟ ମିଶାଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଦ୍ୱାରା ୨୦୨୨ ଜୁଲାଇ ୨୯ ଗ୍ଲୋବାଲ ଟାଇଗର ଦିବସରେ ଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଗଜୟାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri