ଦାବି ନେଇ ଚାଷୀଙ୍କ ୨୨ କି.ମି. ପଦଯାତ୍ରା

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ପଡିଆବାହାଳ ଜୟଦୁର୍ଗା କୃଷକ କ୍ଲବ ବିଭିନ୍ନ ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ କରିଛି। କ୍ଲବ କର୍ମକର୍ତ୍ତା ଶୁକ୍ରବାର ଖଲିଆପାଲି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରୁ ପ୍ରାୟ ୨୨ କି.ମି. ପଦଯାତ୍ରା କରି ଜିଲାପାଳଙ୍କ ଅଫିସ ଆଗରେ ପହଞ୍ଚତ୍ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ୍ନ ଦାବି ଉଠାଇ ନାରାବାଜି କରିଥିଲେ। ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ଶୀତଳ ଭଣ୍ଡାର ବ୍ୟବସ୍ଥା, ଟୋକନ ବ୍ୟବସ୍ଥା, ଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା, ଇନ୍‌ପୁଟ ସବ୍‌ସିଡି ପ୍ରଦାନ, ଇ ପରିବହନ ବ୍ୟବସ୍ଥା ବନ୍ଦ କରାଯିବା, କୃଷିଋଣ ଛାଡ କରିବା, ବନ୍ୟପ୍ରାଣୀ ନଷ୍ଟ କରୁଥିବା ଫସଳର ଶୀଘ୍ର କ୍ଷତିପୂରଣ ଦେବା, ଚାଷୀମାନଙ୍କ ପାଇଁ ବୁର୍ଲା ଭିମସାରରେ ସ୍ବତନ୍ତ୍ର ଅଇସିୟୁ ବ୍ୟବସ୍ଥା ଅନ୍ୟତମ। ଜିଲାପାଳଙ୍କ ଅଫିସ ଭିତରକୁ ଯିବା ସମୟରେ ପୋଲିସ ଅଟକାଇଥିଲା। ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ସରାଜ ମିଶ୍ର ଦାବିପତ୍ର ନେବାକୁ ଆସିଥିଲେ ମଧ୍ୟ ଚାଷୀମାନେ ୨୨କି.ମି. ଚାଲି ଚାଲି ଆସିଛୁ, ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ଜିଦ୍‌ କରିଥିଲେ। ଅନୁମତି ଦିଆଯିବା ପରେ ଏକ ପ୍ରତିନିଧି ଦଳ ଜିଲାପାଳ ଶୁଭମ୍‌ ସକସେନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅଗାମୀ ଦିନରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଚଳିତବର୍ଷ ଅଣ ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିବାରୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ବୋଲି ଦାବି କରିଥିଲେ। କ୍ଲବ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ନନ୍ଦ କିଶୋର ସାହୁ, କପିଲ ପ୍ରଧାନ, ଅମୂଲ୍ୟ କୁମାର ପୂଜାରୀ, ଦିଲୀପ କୁମାର ମିର୍ଦ୍ଧା, ରୁଦ୍ର ପ୍ରସନ୍ନ ବଡପଣ୍ଡା, ଝସକେତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡ଼ା,୧୧ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ପାଙ୍ଗିଡ଼ି ନିକଟରେ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ପାଙ୍ଗିଡ଼ି ଗ୍ରାମର ରାମଚନ୍ଦ୍ର...

ମନ ଜିଣିଲା ସଖୀନାଚ, ମୋହିନୀୟତ୍ୟମ୍‌ ନୃତ୍ୟ

ବ୍ରହ୍ମପୁର ଅଫିସ,୧୭ା୬-ପ୍ରସନ୍ନାକ୍ଷୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ‘ପଞ୍ଚମବେଦ’ ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶକ ନୁର ରାଜାଙ୍କ ପୌରୋହିତ୍ୟରେ ହିଲ୍‌ପାଟଣାସ୍ଥିତ ବିଜୁ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା...

ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ

ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି।...

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ଗଞ୍ଜାମ ଷ୍ଟେସନ ଅଞ୍ଚଳରୁ ଚୋରି, ଥାନାରେ ଏତଲା

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଷ୍ଟେସନ ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛିବ। ଏନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ...

ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ବ୍ୟବସ୍ଥା

ଝାରସୁଗୁଡ଼ା ଅଫିସ,୧୪ା୭: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରେ ପ୍ରତିକୂଳ ପାଗରେ ବିମାନ ଅବତରଣ କରିବାରେ ସମସ୍ୟା ଦେଖାଦେଉଥିଲା। ଏ ନେଇ ଅନେକ ସମୟରେ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

Advertisement
Archives

Model This Week