ଶିମିଳିପାଳରେ ବାଘ ଗଣନା ଆରମ୍ଭ

ବାରିପଦା ଅଫିସ,୨୭।୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୧୭୪ ଷ୍ଟେଶନ ମାଧ୍ୟମରେ ମୋଟ ୮୮୦ କର୍ମଚାରୀ ଏଥିର ସହଯୋଗ କରୁଛନ୍ତି। ନୂଆ ଟେକ୍ନୋଲୋଜି ବ୍ୟବହାର ପୂର୍ବକ ବିକଶିତ ମୋବାଇଲ ଆପ ମାଧ୍ୟମରେ ଏଥର ବିନା କାଗଜ କଲମରେ ଗଣନା କରାଯାଉଛି। ଡିସେମ୍ବର ୫ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଗଣନା ଚାଲିବ।
ବାଘ ସହିତ ସମସ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା, ଶିକାରର ଘନତା, ହାତୀ ସଂଖ୍ୟା ଆକଳନ ଓ ସେମାନଙ୍କ ବାସସ୍ଥାନ ଆଦି ସର୍ବେକ୍ଷଣ କରାଯାଉଛି। ସେହିପରି କାର୍ନିଭୋର ସାଇନ ସର୍ଭେ, ଟ୍ରାନ୍ସେକ୍ଟ ସର୍ଭେ, ହାବିଚାଟ ପ୍ଲଟ ସର୍ଭେ, ପେଲେଟ ସର୍ଭେ, ଶାଗୁଣା ଓ ଅନ୍ୟାନ୍ୟ ପକ୍ଷୀଙ୍କ ସର୍ଭେ ପାଇଁ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ୫ଶହ କ୍ୟାମେରା ଲଗାଯାଇଛି। ପ୍ରଥମ ଦିନରେ ଏକ କଲରାପତରିଆ ବାଘକୁ ଠାବ କରାଯାଇଥିବା ନେଇ ବିଭାଗ ସୂଚନା ଦେଇଛି। ସର୍ବଭାରତୀୟ ବ୍ୟାଘ୍ର ଗଣନା(ଆକଳନ) କାର୍ଯ୍ୟକ୍ରମ ୨୦୦୬ରୁ ଆରମ୍ଭ ହୋଇଥିବା ବେଳେ ଏହା ପ୍ରତି ୪ବର୍ଷକୁ ଚକ୍ର ହିସାବରେ ନିଆଯାଇ ପରିଚାଳିତ ହେଉଛି। ୨୦୨୨ ଜାନୁୟାରୀ ମାସରେ ପଞ୍ଚମ ଚକ୍ର ଗଣନା ବା ଆକଳନ ଅନ୍ତିମ କାର୍ଯ୍ୟକ୍ରମ ଶେଷ ହେବ। ସମସ୍ତ ସର୍ଭେ ତଥ୍ୟ ମିଶାଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଦ୍ୱାରା ୨୦୨୨ ଜୁଲାଇ ୨୯ ଗ୍ଲୋବାଲ ଟାଇଗର ଦିବସରେ ଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଗଜୟାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ଲୋକଙ୍କ ଘର ବାରଣ୍ଡା ସାଜିଛି ସେଲୁନ

ସେମିଳିଗୁଡ଼ା,୧୬ା୪(ସ୍ବ.ପ୍ର.): କୌଳିକ ବୃତ୍ତିରେ ଗୁଜୁରାଣ ଚଳାଉଥିବା ଅନେକ ଲୋକଙ୍କ ଜୀବିକାରେ ଲାତ ମାରିଛି କରୋନା ଭାଇରସ। ସଂକ୍ରମଣ ଭୟରେ ସବୁଠି ଲକ୍‌ଡାଉନ। ଦୋକାନ ବଜାର ବନ୍ଦ।...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କ ଗଳା କାଟି ହତ୍ୟା

ବରଗଡ଼ ଅଫିସ,୨୯।୯: ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ଗୋଡ଼ିସାହି ଜଙ୍ଗଲରେ ନିଆଁ

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଗୋଡ଼ିସାହି ଫାଣ୍ଡି ଅଧୀନ ଏନ୍‌ଡିଆର୍‌ଏଫ୍‌ କ୍ୟାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୦୩ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ଗଞ୍ଜାମରୁ...

ଧାରଣାରେ ବସିଲେ ଡାକ୍ତର, କର୍ମଚାରୀ

ଢେଙ୍କାନାଳ ଅଫିସ,୩ା୧୧ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ସୋମବାର ସମସ୍ତ ଡାକ୍ତର...

ପଥରରେ ଛେଚିଥିଲେ ସାଙ୍ଗର ଭାଇ

ଛେଣ୍ଡିପଦା,୯ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ମାନସ ସାହୁଙ୍କୁ ଶୋଇଥିବା ଅବସ୍ଥାରେ ଗତ ମେ ୨୦ ତାରିଖରେ ପଥରରେ ଛେଚି ଦିଆଯାଇଥିଲା। ଚିକିତ୍ସାଧୀନ...

Advertisement
Archives

Model This Week