ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୬ ଦିନ ଧରି ଡିଜିଟାଲ ସର୍ଭେ, ଆପ୍‌ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ବୌଦ୍ଧ ଜିଲା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ ଜଣ ଏବଂ ଛାମୁଣ୍ଡିଆ ରେଞ୍ଜର ୧୨ ଟି ବିଟ୍‌ରେ ୩୬ ଜଣ, ବାଣିଗୋଛାର ୭ଟି ବିଟ୍‌ରେ ୨୧ଜଣ ଏବଂ କୁଆଁରିଆ ରେଞ୍ଜର ୭ଟି ବିଟ୍‌ରେ ୨୧ଜଣକୁ ମିଶାଇ ମୋଟ ୧୧୧ ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି। ଭୋର ସମୟରୁ ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ବିଟ୍‌ ଅଞ୍ଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ୍‌ ସାହାଯ୍ୟରେ ଗଣନା କରାଯିବ। ଏହି ସମୟରେ ବିଭିନ୍ନ ପ୍ରଜାତିର ବାଘ, ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିବ। ପ୍ରତ୍ୟେକ ରେଞ୍ଜରେ ଦୁଇଟି ଟ୍ରାନିଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବା ବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ, ଚିତାବାଘ, ବଣ କୁକୁର, ରାମଶିଆଳ ଭଳି ସମସ୍ତ ପ୍ରଜାତିର ମାଂସାଶୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଉଛି। ପ୍ରଥମ ଦଫାରେ ୧୬ରୁ ୧୮ ପର୍ଯ୍ୟନ୍ତ ତିନିଦିନ ଧରି ମାଂସାଶୀ ପ୍ରାଣୀଙ୍କ ସର୍ଭେ କରାଯିବ। ଦ୍ୱିତୀୟ ଦଫାରେ ଅର୍ଥାତ ୧୯ରୁ ୨୧ପର୍ଯ୍ୟନ୍ତ ୩ ଦିନ ଧରି ତୃଣଭୋଜୀ ପ୍ରାଣୀଙ୍କ ଇକୋଲୋଜିକାଲ ମୋବାଇଲ ଆପ୍‌ ସାହାଯ୍ୟରେ ସର୍ଭେ କରାଯାଇ ଗଣନା କରାଯିବ ବୋଲି ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri