ଡେଲିଭରି ବୟଙ୍କ ମୃତ୍ୟୁ ପରେ ସହଯୋଗର ହାତ ବଢାଇଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚିତ । ଶୁକବାର ମୁମ୍ବାଇରେ ଜଣେ ଫୁଡ ଡେଲିଭରି ବୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ଜାଣିବା ପରେ ସେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ବୋଲି କଥା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଅନ୍ଧେରୀରେ ଥିବା ଲୋଖଣ୍ଡୱାଲା ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଫୁଡ ଡେଲିଭରି(ଜମାଟୋ) ବୟ ସ୍କୁଟିରେ ଯାଉଥିବା ସମୟରେ ତାଙ୍କ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମର୍ସିଡିଜ କାର ଡେଲିଭରି ବୟଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ମିଳିବା ପରେ ଅଭିନେତା ସୋନୁ ସୁଦଙ୍କ ହୃଦୟ ତରଳି ଯାଇଥିଲା । ସେ ସାଙ୍ଗେ ସାଙ୍ଗେ ମୃତ ଯୁବକଙ୍କ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇତିବା କାର୍ ଚାଳକ ଜଣେ ଛାତ୍ର ବୋଳି ଜଣାପଡିଛି । ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଛି । ସୋନୁ ପ୍ରଥମେ କରୋନା ମହାମାରୀ ସମୟରେ ପ୍ରବାସୀମାନଙ୍କୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରି ଆସିଥିଲେ ଚର୍ଚ୍ଚାକୁ । ଆଉ ଏହା ପରଠାରୁ ସେ ଗୋଟିଏ ପରେ ଗୋଟିଏ ସାହାଯ୍ୟ ଯୋଗାଇ ଦେଇ ସମସ୍ତଙ୍କ ହୃଦୟରେ ଘର କରି ନେଇଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ...

ରାଜସ୍ଥାନୀ ଲୁକ୍ସରେ ଜାହ୍ନବୀଙ୍କ ଫଟୋ ଶୁଟ୍ ଦେଖି ଦିୱାନା ହେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ତାଙ୍କ ଲୁକ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିଜ ଭିନ୍ନ ଭିନ୍ନ ଲୁକ୍ସର ଫଟୋ ସେ ତାଙ୍କ ପ୍ରଶଂସକଙ୍କ...

ସଲମାନଙ୍କୁ ସାହାଯ୍ୟ କରିବାକୁ ସିଧାସିଧା ମନା କରିଦେଇଥିଲେ ବାପା, କାରଣ ଜାଣିଲେ …

ସଲମାନ ଖାନ୍‌ ତାଙ୍କ ବାପା ତଥା ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ସଲିମ ଖାନ୍‌ଙ୍କ ଅତି ନିକଟତର। ତଥାପି, ସେ ତାଙ୍କ ବାପାଙ୍କୁ ଭୟ କରନ୍ତି...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା।...

ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ଉପରେ ଖସିଲା ଦୁଃଖର ପାହାଡ, ପିତାଙ୍କ ପରେ ଚାଲିଗଲା ପୁଅର ଜୀବନ

ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ହସାଉଥିବା ପ୍ରସିଦ୍ଧ ଅଭିନେତା ରାଜୀବ ନିଗମ ଉପରେ ଦୁଃଖର ପାହାଡ ଖସିଛି। ନିକଟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ...

୨୭ ବର୍ଷ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍‌: ଅଧାବାଟରେ ହାତ ଛାଡ଼ିଦେଲେ ସ୍ବାମୀ

ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦର ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କୁ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ହସ ସହ ବଡ ଆଖି...

Advertisement
Archives

Model This Week