Posted inଜାତୀୟ

ପ୍ରସ୍ତାବିତ ୩ ଆଇନର ହିନ୍ଦୀ ନାମ ରହିବ

ନୂଆଦିଲ୍ଲୀ,୨୨ା୧୧: ପ୍ରସ୍ତାବିତ ୩ ଆପରାଧିକ ଆଇନକୁ ଦିଆଯାଇଥିବା ହିନ୍ଦୀ ନାମ ଅସାମ୍ବିଧାନିକ ନୁହେଁ ବୋଲି ମଙ୍ଗଳବାର ଏକ ସଂସଦୀୟ କମିଟି କହିଛି। ଏଥିସହ ଏନେଇ କେତେକ ରାଜନୈତିକ ଦଳ ଓ ସେଗୁଡ଼ିକର ନେତାମାନଙ୍କ ସମାଲୋଚନାକୁ ପ୍ୟାନେଲ ଖଣ୍ଡନ କରିଛି।
ଏମ୍‌ପି ବ୍ରିଜ୍‌ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଏହା ଉପରେ ସମ୍ବିଧାନ ଅନୁଚ୍ଛେଦ ୩୪୮ର ଅବତାରଣା କରିଛି। କମିଟି କହିଛି, ସୁପ୍ରିମକୋର୍ଟ ଓ ହାଇକୋର୍ଟଗୁଡ଼ିକ ଏବଂ ଆଇନ, ବିଲ୍‌ ଓ ଅନ୍ୟ ଆଇନଗତ ଦସ୍ତାବିଜରେ ଇଂଲିଶ୍‌ ଭାଷା ବ୍ୟବହାର କରାଯିବ। ସଂହିତାର ଅକ୍ଷରଗୁଡ଼ିକ ଇଂଲିଶରେ ରହିବ। ଏହା ୩୪୮କୁ ଉଲ୍ଲଂଘନ କରୁନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ଦେଇଥିବା ଜବାବକୁ ନେଇ କମିଟି ସନ୍ତୁଷ୍ଟ। ଉକ୍ତ ରିପୋର୍ଟ ରାଜ୍ୟ ସଭାରେ ଦାଖଲ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩), ଭାରତୀୟ ନାଗରି ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ-୨୦୨୩) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ-୨୦୨୩)କୁ ଗତ ଅଗଷ୍ଟ ୧୧ରେ ଲୋକସଭାରେ ଆଗତ କରାଯାଇଥିଲା। ଏହି ପ୍ରସ୍ତାବିତ ଆଇନଗୁଡ଼ିକ ଯଥାକ୍ରମେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି-୧୮୬୦), ଆପରାଧିକ ଦଣ୍ଡ ପ୍ରକ୍ରିୟା (ସିଆର୍‌ପିସି-୧୮୯୮) ଏବଂ ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ (ଆଇଇଏ-୧୮୭୨) ପରିବର୍ତ୍ତେ କାର୍ଯ୍ୟକାରୀ ହେବ।
ପ୍ରକାଶ ଯେ, ଉପରୋକ୍ତ ୩ ଆଇନରେ ହିନ୍ଦୀ ନାମ ବ୍ୟବହାର ପଛରେ କେନ୍ଦ୍ର ସରକାରଙ୍କ କି ଯୁକ୍ତି ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ପ୍ରଶ୍ନ କରିଥିଲେ। ସେହିପରି ତାମିଲନାଡୁର ଶାସକ ଦ୍ରାବିଡ ମୁନେତ୍ରା ଗାଝାଗାମ୍‌ (ଡିଏମ୍‌କେ) ମଧ୍ୟ ଆପରାଧିକ ଆଇନଗୁଡ଼ିକରେ ହିନ୍ଦୀ ନାମ ବ୍ୟବହାରକୁ କଡ଼ା ବିରୋଧ କରିଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏହାକୁ କେନ୍ଦ୍ରର ଭାଷାଗତ ବିସ୍ତାରବାଦ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଆଇନଗୁଡ଼ିକର ହିନ୍ଦୀ ନାମକରଣକୁ ମାଡ୍ରାସ୍‌ ବାର୍‌ ଆସୋସିଏଶନ୍‌ ସମ୍ବିଧାନ ବିରୋଧୀ ଆଖ୍ୟା ଦେଇ ଏହା ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri