ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ। ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି ପାନୀୟ ଜଳ। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ଏହି ଗାଁ ହେଲା ନୂଆଗାଁ ପଞ୍ଚୟତର ଜରିପାଳ।
ଜରିପାଳର ଲୋକ ସଂଖ୍ୟା ପ୍ରାୟ ୮ଶହ। ଗାଁରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ମୋଟ ୮ଟି ନଳକୂଅ ଓ କୂଅ ରହିଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଜଳସ୍ତର ହ୍ରାସ କାରଣରୁ ସେସବୁ ଶୁଖିଯାଉଛି। କେତୋଟି ନଳକୂଅ ଅଚଳ ଅବସ୍ଥାରେ ଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଦୀର୍ଘଦିନର ଦାବି ପରେ ଗୋଟିଏ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେଜଣଙ୍କ ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ଗଁାରେ ପାଣି ପଏଣ୍ଟ ବସାଯାଇଛି। ହେଲେ ଦୈନିକ ସକାଳୁ ମାତ୍ର ୧୫ ମିନିଟ୍‌ ପ୍ରକଳ୍ପ ଚାଲୁ କରାଯାଉଥିବାରୁ ଦିନତମାମ ପାଣି ଆବଶ୍ୟକତା ମେଣ୍ଟିପାରୁ ନାହିଁ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ଅଧିକ ସମୟ ପାଣି ଛଡ଼ାଯିବାକୁ ଦାବି କରାଯାଇଛି। କିନ୍ତୁ ପାଣି ପାଇଁ ଘର ପିଛା ମାସିକ ୩୦ ଟଙ୍କା ଆଦାୟ କରାଯାଉଥିବା ବେଳେ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ପାନୀୟ ଆବଶ୍ୟକତା ମେଣ୍ଟାଇବାକୁ ଲୋକେ ଆଉଁଳୀ ନଦୀ ମଧ୍ୟରେ ଚୁଆ ଖୋଳି ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ମାସ ମାସ ଧରି ଲୋକେ ଏପରି ଦୂଷିତ ପାଣି ବ୍ୟବହାର କରୁଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଳରେ ଗ୍ରାମବାସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଛେଣ୍ଡିପଦା ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ମତାମତ ମିଳିପାରି ନାହିଁ।

ପଦକ୍ଷେପ ନେଉନି ପ୍ରଶାସନ
ଗାଁରେ ପାନୀୟ ଜଳ ଯୋଗାଣର ସମସ୍ତ ଭିତ୍ତିଭୂମି ରହିଛି। ଜଳଯୋଗାଣ ପ୍ରକଳ୍ପ, ନଳକୂଅ ଓ କୂଅ ରହିଛି। ହେଲେ ପ୍ରଶାସନ ପକ୍ଷରୁ ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରତି ବର୍ଷ ଗ୍ରାମବାସୀ ଜଳକଷ୍ଟ ଭୋଗ କରୁଛନ୍ତି।
-ରମେଶ ବିଶ୍ବାଳ, ପୂର୍ବତନ ସମିତି ସଭ୍ୟ

ଯୋଜନାର ସୁଫଳ ମିଳୁନି
ନଦୀ କୂଳର ଗାଁ ହୋଇ ମଧ୍ୟ ଏଠାକାର ଲୋକେ ଜଳକଷ୍ଟ ଭୋଗିବା ସରକାରୀ ଉଦାସୀନତାର ଏକ ବଡ଼ ଉଦାହରଣ। ସବୁ ଲୋକଙ୍କୁ ପାଇପ୍‌ ପାଣି ଯୋଗାଣ ପାଇଁ ସରକାରଙ୍କ ଏକାଧିକ ଯୋଜନା ଥିଲେ ମଧ୍ୟ ତାହାର ସୁଫଳ ଗ୍ରାମବାସୀ ପାଉନାହାନ୍ତି।
-ରମାକାନ୍ତ ନାଏକ, ଜରିପାଳ

ପର୍ଯ୍ୟାପ୍ତ ପରିମାଣର ପାଣି ଦିଆଯାଉ
ଗ୍ରୀଷ୍ମପ୍ରବାହ ବଢ଼ିବା ସଙ୍ଗେ ସଙ୍ଗେ ପାନୀୟ ଜଳ ଚିନ୍ତା ବେଶି ଘାରୁଛି। ପାଇପ୍‌ ପାଣି ସୁବିଧା ଯେପରି ଗାଁର ସମସ୍ତେ ପାଇପାରିବେ ଓ ପର୍ଯ୍ୟାପ୍ତ ପରିମାଣର ମିଳିବ ସେ ଦିଗରେ ସରକାର ପଦକ୍ଷେପ ନେଲେ ଭଲ ହୁଅନ୍ତା।
-ଉମା ନାଏକ, ଜରିପାଳ

ସମସ୍ୟାର ସମାଧାନ କରାଯିବ
ଜରିପାଳ ଗ୍ରାମରେ ପାନୀୟ ଜଳ ଅଭାବ ଓ ଲୋକେ ଚୁଆ ପାଣି ବ୍ୟବହାର କରୁଥିବା ସମ୍ପର୍କରେ ଅଭିଯୋଗ ଆସିନାହିଁ। ତଥାପି ସମସ୍ୟାର ଗୁରୁତ୍ୱ ଦୃଷ୍ଟିରୁ ତଦନ୍ତ କରାଯାଇ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ।
– ବିଶ୍ୱନାଥ ସାହୁ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri