ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ। ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି ପାନୀୟ ଜଳ। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ଏହି ଗାଁ ହେଲା ନୂଆଗାଁ ପଞ୍ଚୟତର ଜରିପାଳ।
ଜରିପାଳର ଲୋକ ସଂଖ୍ୟା ପ୍ରାୟ ୮ଶହ। ଗାଁରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ମୋଟ ୮ଟି ନଳକୂଅ ଓ କୂଅ ରହିଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଜଳସ୍ତର ହ୍ରାସ କାରଣରୁ ସେସବୁ ଶୁଖିଯାଉଛି। କେତୋଟି ନଳକୂଅ ଅଚଳ ଅବସ୍ଥାରେ ଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଦୀର୍ଘଦିନର ଦାବି ପରେ ଗୋଟିଏ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେଜଣଙ୍କ ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ଗଁାରେ ପାଣି ପଏଣ୍ଟ ବସାଯାଇଛି। ହେଲେ ଦୈନିକ ସକାଳୁ ମାତ୍ର ୧୫ ମିନିଟ୍‌ ପ୍ରକଳ୍ପ ଚାଲୁ କରାଯାଉଥିବାରୁ ଦିନତମାମ ପାଣି ଆବଶ୍ୟକତା ମେଣ୍ଟିପାରୁ ନାହିଁ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ଅଧିକ ସମୟ ପାଣି ଛଡ଼ାଯିବାକୁ ଦାବି କରାଯାଇଛି। କିନ୍ତୁ ପାଣି ପାଇଁ ଘର ପିଛା ମାସିକ ୩୦ ଟଙ୍କା ଆଦାୟ କରାଯାଉଥିବା ବେଳେ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ପାନୀୟ ଆବଶ୍ୟକତା ମେଣ୍ଟାଇବାକୁ ଲୋକେ ଆଉଁଳୀ ନଦୀ ମଧ୍ୟରେ ଚୁଆ ଖୋଳି ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ମାସ ମାସ ଧରି ଲୋକେ ଏପରି ଦୂଷିତ ପାଣି ବ୍ୟବହାର କରୁଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଳରେ ଗ୍ରାମବାସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଛେଣ୍ଡିପଦା ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ମତାମତ ମିଳିପାରି ନାହିଁ।

ପଦକ୍ଷେପ ନେଉନି ପ୍ରଶାସନ
ଗାଁରେ ପାନୀୟ ଜଳ ଯୋଗାଣର ସମସ୍ତ ଭିତ୍ତିଭୂମି ରହିଛି। ଜଳଯୋଗାଣ ପ୍ରକଳ୍ପ, ନଳକୂଅ ଓ କୂଅ ରହିଛି। ହେଲେ ପ୍ରଶାସନ ପକ୍ଷରୁ ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରତି ବର୍ଷ ଗ୍ରାମବାସୀ ଜଳକଷ୍ଟ ଭୋଗ କରୁଛନ୍ତି।
-ରମେଶ ବିଶ୍ବାଳ, ପୂର୍ବତନ ସମିତି ସଭ୍ୟ

ଯୋଜନାର ସୁଫଳ ମିଳୁନି
ନଦୀ କୂଳର ଗାଁ ହୋଇ ମଧ୍ୟ ଏଠାକାର ଲୋକେ ଜଳକଷ୍ଟ ଭୋଗିବା ସରକାରୀ ଉଦାସୀନତାର ଏକ ବଡ଼ ଉଦାହରଣ। ସବୁ ଲୋକଙ୍କୁ ପାଇପ୍‌ ପାଣି ଯୋଗାଣ ପାଇଁ ସରକାରଙ୍କ ଏକାଧିକ ଯୋଜନା ଥିଲେ ମଧ୍ୟ ତାହାର ସୁଫଳ ଗ୍ରାମବାସୀ ପାଉନାହାନ୍ତି।
-ରମାକାନ୍ତ ନାଏକ, ଜରିପାଳ

ପର୍ଯ୍ୟାପ୍ତ ପରିମାଣର ପାଣି ଦିଆଯାଉ
ଗ୍ରୀଷ୍ମପ୍ରବାହ ବଢ଼ିବା ସଙ୍ଗେ ସଙ୍ଗେ ପାନୀୟ ଜଳ ଚିନ୍ତା ବେଶି ଘାରୁଛି। ପାଇପ୍‌ ପାଣି ସୁବିଧା ଯେପରି ଗାଁର ସମସ୍ତେ ପାଇପାରିବେ ଓ ପର୍ଯ୍ୟାପ୍ତ ପରିମାଣର ମିଳିବ ସେ ଦିଗରେ ସରକାର ପଦକ୍ଷେପ ନେଲେ ଭଲ ହୁଅନ୍ତା।
-ଉମା ନାଏକ, ଜରିପାଳ

ସମସ୍ୟାର ସମାଧାନ କରାଯିବ
ଜରିପାଳ ଗ୍ରାମରେ ପାନୀୟ ଜଳ ଅଭାବ ଓ ଲୋକେ ଚୁଆ ପାଣି ବ୍ୟବହାର କରୁଥିବା ସମ୍ପର୍କରେ ଅଭିଯୋଗ ଆସିନାହିଁ। ତଥାପି ସମସ୍ୟାର ଗୁରୁତ୍ୱ ଦୃଷ୍ଟିରୁ ତଦନ୍ତ କରାଯାଇ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ।
– ବିଶ୍ୱନାଥ ସାହୁ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?