୫୦ କୋଟି ଟଙ୍କା ଖାଇଗଲେ ପୋଷ୍ଟମାଷ୍ଟର: ଶେଷରେ ମିଳିଲା…

ଜୟପୁର,୨୯।୫(ପବନ ପାଣିଗ୍ରାହୀ): ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ସହ ନିଶ୍ଚିତ କର୍ମନିଯୁକ୍ତ ଯୋଜନାର ଜମା ଟଙ୍କାକୁ ଆତ୍ମସାତ ଘଟଣାରେ ପୋଷ୍ଟମାଷ୍ଟରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ନବରଙ୍ଗପୁର ଜିଲା ଝରିଗାଁ ସବପୋଷ୍ଟ ଅଫିସର ତତ୍କାଳୀନ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବିତ କରିଛନ୍ତି ଜୟପୁର ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ସତ୍ୟବାଦୀ ବିଶାଳ।

ସୂଚନା ଅନୁସାରେ, ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଜମା ଖାତାରୁ ଚଞ୍ଚକତା କରି ଅନ୍ୟତ୍ର ଜମା କରି ଟଙ୍କା ଲୁଟ କରିଥିବା ସମ୍ପୃକ୍ତ ପୋଷ୍ଟମାଷ୍ଟରଙ୍କ ନାଁରେ ଅଭିଯୋଗ କରିଥିଲେ। ଏପରିକି ପୂର୍ବତନ ଏମ୍‌ପି ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଓ ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ କୋରାପୁଟ ଜିଲାରେ ୫୦ କୋଟିର ନିଶ୍ଚିତ କର୍ମନିଯୁକ୍ତ ଯୋଜନାରେ ଟଙ୍କା ସହ ଅନ୍ୟାନ୍ୟ ସରକାରୀ ଯୋଜନାର ଡିବିଟି ପାଣ୍ଠିର ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ ଜୟପୁର ଡାକ ଡିଭିଜନ ଅଧୀନରେ ନବରଙ୍ଗପୁର ଜିଲାର ଝରିଗାଁ, କୋଡିଙ୍ଗା, ଡାବୁଗାଁ ତିନି ପୋଷ୍ଟ ଅଫିସରେ ଏନଆରଇଜିଏସ ଭଳି ଅନେକ ସରକାରୀ ସହାୟତା ରାଶିର ଦୁରୁପଯୋଗ କରି ଗରିବଙ୍କ ଟଙ୍କା ଠକି ନେଇଥିଲେ ଖୋଦ ବିଭାଗୀୟ ଅଧିକାରୀ। ଏପରି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ଡାକବିଭାଗ। ସେପଟେ ଘଟଣାରେ ଅନ୍ୟ ଦୁଇ ପୋଷ୍ଟମାଷ୍ଟରଙ୍କ ବିରୋଧରେ ତଦନ୍ତ ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri