୨ଭଉଣୀ ଶିକ୍ଷୟିତ୍ରୀଙ୍କ ଗପରେ ସରୁଛି ପାଠପଢ଼ା

କେନ୍ଦ୍ରାପଡ଼ା ଅଫିସ, ୧୪ା୧୦: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ଜଗଦୀଶପୁର ୟୁଜି ୟୁପି ସ୍କୁଲ ସହରଠାରୁ ମାତ୍ର ୨ କିଲୋମିଟର। ଏଠାରେ ଶିକ୍ଷାଦାନଠାରୁ ଶିକ୍ଷାୟତନ, ଶୈକ୍ଷିକ ପରିବେଶ ଅବ୍ୟବସ୍ଥାରେ ଚାଲିଛି। ଦୁଇ ଭଉଣୀ ଏହି ସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିବାରୁ ପାରିବାରିକ ଗପସପରେ ଶିକ୍ଷାଦାନ ଠପ ହୋଇଛି। ଏହି ଅବ୍ୟବସ୍ଥାକୁ ତୁରନ୍ତ ସଜାଡି ଶିକ୍ଷାଦାନ ପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସୂଚନା ଦେଇଛନ୍ତି, ରାଜ୍ୟ ସରକାର ସ୍କୁଲଗୁଡିକ ୫-ଟିରେ ସାମିଲ କରିଛନ୍ତି। ବହୁ ଅର୍ଥ ବ୍ୟୟ କରି ସ୍ମାର୍ଟ ସ୍କୁଲ କରାଯାଉଛି। ତେବେ ଜଗଦୀଶପୁର ସ୍କୁଲ ଏବେ ବି ୩ ବଖରା ଆଜବେଷ୍ଟସ ଘରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଜଗଦୀଶପୁର, ନିଳାଦ୍ରୀପୁର, ଚଲରପୁର, ମାଲପୁର, ଡିଅସାହି ଆଦି ଗ୍ରାମର ୮୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏଥିପାଇଁ ୫ ଶିକ୍ଷକ ରହିବାକୁ ମଞ୍ଜୁୁରୀ ହୋଇଛି। ପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇଥିବା ଶିକ୍ଷକ କାଗଜପତ୍ର ପ୍ରସ୍ତୁତିରେ ସୀମିତ ରହିଛନ୍ତି। ଜଣେ ଶିକ୍ଷକ ୪ ବର୍ଷ ଧରି ଅସୁସ୍ଥତା କାରଣରୁ ସ୍କୁଲକୁ ଆସୁନାହାନ୍ତି। ମାତ୍ର ପ୍ରତ୍ୟେକ ମାସରେ ଦରମା ନେଉଛନ୍ତି। ଅନ୍ୟ ଜଣେ ସିଆରସିସି ଦାୟିତ୍ୱରେ ଥିବାରୁ ସ୍କୁଲରେ ଶିକ୍ଷାଦାନ ପାଇଁ ସମୟ ଦେଉନାହାନ୍ତି। ଅବଶିଷ୍ଟ ଦୁଇ ଶିକ୍ଷୟିତ୍ରୀ ସମ୍ପର୍କରେ ଦୁଇ ଭଉଣୀ। ଏହି ଶିକ୍ଷୟିତ୍ରୀ ସ୍କୁଲକୁ ଆସିବା ପରେ ଘରୋଇ ଗପସପରେ ବ୍ୟସ୍ତ ରହୁଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି। ଏ ନେଇ ବ୍ଲକ ଓ ଜିଲା ଶିକ୍ଷା ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଅବ୍ୟବସ୍ଥା ସମ୍ପର୍କରେ କୌଣସି ଅଭିଯୋଗପତ୍ର ଆସିନାହିଁ। ତେବେ ଘଟଣାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri