ଧାନ ଫସଲରେ ଗିରିଆ ପୋକ, ଚିନ୍ତାରେ ଚାଷୀ

ରାଜନଗର,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳ ଚାଷଜମିରେ କରାଯାଇଥିବା ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଅନିୟମିତ ବର୍ଷା କାରଣରୁ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେବା ଓ ମାସେରୁ ଊର୍ଦ୍ଧ୍ୱ ହେଲା ଲଘୁଚାପଜନିତ ବର୍ଷା ଲାଗି ରହିଛି। ଚାଷୀ ଶୀଘ୍ର ଅମଳ କରିବାକୁ ଅଧିକ ଓ ଶୀଘ୍ର ଅମଳକ୍ଷମ ହାଇଲିଂ ବିହନରେ ଖରିଫ ଧାନ ଚାଷ କରିଥିଲେ। ଏବେ ଧାନଗଛକୁ କଳା ରଙ୍ଗର ଗିରିଆ ପୋକ ଚରିଗଲାଣି। ଗିରିଆ ପୋକ ଲାଗିଥିବା ଗଛଟି ମରିଗଲା ପରେ ଯେପରି ଧଳା ଦେଖାଯାଏ ସେପରି ଦେଖାଯାଉଛି। ଧାନଗଛରେ ଗିରିଆ ପୋକ ଲାଗିବା ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ରାଜନଗର ନଦୀ ନାଳ ଘେରା ଅଞ୍ଚଳ। ଜଳସେଚନର ସୁବିଧା ନ ଥିବାରୁ ରାଜନଗର ଅଞ୍ଚଳରେ କେବଳ ଖରିଫ ଧାନଚାଷ ହୋଇଥାଏ। କିଛିବର୍ଷ ହେଲା ଅନିୟମିତ ବର୍ଷା ଓ ଧାନ ପାଚି ଆସିବା ବେଳକୁ ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି। ଚଳିତବର୍ଷ ଅକ୍ଷୟତୃତୀୟା ପରଠାରୁ ବର୍ଷା ଉଭାନ୍‌ ହୋଇଯାଇଥିଲା। ଅନିୟମିତ ବର୍ଷା କାରଣରୁ ଚାଷକାର୍ଯ୍ୟ ବିଳମ୍ବରେ ଆରମ୍ଭ ହେଲା। ଚାଷୀ ରୁଆ ବେଉଷଣ କରିବା ପରଠାରୁ ବର୍ଷା ଗତ ମାସେରୁ ଊର୍ଦ୍ଧ୍ୱ ହେଲା ଲାଗି ରହିଛି। ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିବାରୁ ଚାଷୀ ହାଇଲିଂ ୧୦୦୧, କନକ ପ୍ଲସ, ସ୍ବର୍ଣ୍ଣ, ସମ୍ପଦା, ଶାରଳା ପ୍ରଭୃତି ହାଇବ୍ରିଡ୍‌ ବିହନରେ ଚାଷ କରିଛନ୍ତି। ରାଜନଗର ବ୍ଲକ ହାତିନା ପଞ୍ଚାୟତର କଇଥା ଓ ବାଉଁଶଗଡ଼ରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଗତ ୨୫ଦିନ ହେଲା ଛୋଟ ଛୋଟ କଳାରଙ୍ଗର ଗିରିଆ ପୋକ ଧାନଗଛକୁ ମାରି ଦେଉଛି। ଏହି ପୋକ ଲାଗୁଥିବା ଗଛଗୁଡ଼ିକ ମରିଯିବା ପରି ହେବା ସହ ଧଳା ପଡ଼ିଯାଉଛି। ଏ ନେଇ ଚାଷୀମାନେ ଔଷଧ ସିଞ୍ଚନ କରିବା ପରେ ବି ପୋକଙ୍କ ପ୍ରାର୍ଦୁଭାବ କମୁନାହିଁ। ସେହି ସମୟରେ କୃଷି ବିଭାଗର କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ପହଞ୍ଚତ୍ ଏକ ଔଷଧ ନଁା କହି ଚାଲି ଆସିଥିଲେ। କୃଷି ବିଭାଗର କୌଣସି ଅଧିକାରୀ କିମ୍ବା ବିଶେଷଜ୍ଞ ଚାଷୀଙ୍କ ପାଖରେ ପହଞ୍ଚତ୍ ନ ଥିଲେ। ବୁଧବାର ଚାଷୀ କ୍ଷତିଗ୍ରସ୍ତ ହେବାର ପ୍ରାୟ ୨୦ରୁ ଅଧିକ ଦିନ ପରେ ଜିଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ର, ଅତିରିକ୍ତ ଜିଲା କୃଷି ଅଧିକାରୀ ତୁଷାରକାନ୍ତ ମହାନ୍ତି, ଜଜାଙ୍ଗସ୍ଥିତ କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ମିଶ୍ର ପ୍ରମୁଖ ହାତିନା, ଚିଞ୍ଚତ୍ରି, ନୂଆଗଁା, କଇଥା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ନିରାକରଣ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କଇଥା ଗାଁର ଚାଷୀ କୈଳାସ ଚନ୍ଦ୍ର ବାରିକଙ୍କ କହିବା କଥା ହେଲା, ସେ ୩ ଏକର ଜମିରେ ୧୦୦୧ ଓ କନକ ପ୍ଲସ ଧାନ ଚାଷ କରିଛନ୍ତି। ଦେଢ଼ମାସ ତଳେ ଚାଷ କାର୍ଯ୍ୟ ସରିଥିଲା। ଗୁଣ୍ଠ ପିଛା ୫ କେଜି ଡିଏପି ଓ ୟୁରିଆ ସାର ପକାଇଥିଲି। ୨୫ଦିନ ତଳେ ଧାନଗଛରେ ଗିରିଆ ପୋକ ଲାଗି ଯାଇଥିଲା। ଧାନଗଛଗୁଡିକ ଧଳା ପଡି ଯାଇଥିଲା। ଦୁଇଥର କାନନ ଔଷଧ ସ୍ପ୍ରେ କରି ସାରିବା ପରେ ବି ପୋକ ମରି ନ ଥିଲେ। ଖବରପାଇ ଜଣେ କୃଷି କର୍ମଚାରୀ ପହଞ୍ଚତ୍ ଏକ ଔଷଧ ସିଞ୍ଚନ ପାଇଁ କହିଥିଲେ, ଯାହାକି କୌଣସି ସ୍ଥାନରେ ମିଳି ନ ଥିଲା। ଆମେ କାନନ ଔଷଧ ବାରମ୍ବାର ସିଞ୍ଚନ କରିବା ପରେ ଏବେ ଧାନଗଛ ପୁଣି ଧଳାରୁ ସବୁଜ ହେଉଛି। କିନ୍ତୁ ଯେଉଁ ପରିମାଣରେ ଧାନ ହେବା କଥା ତାହା ହୋଇନାହିଁ। ଏବେ ବି ଅଧିକାଂଶ ଜମିରେ ଏହି ପୋକ ଉପଦ୍ରବ ରହିଛି। କୃଷି ବିଭାଗର ଅଧିକାରୀ ପୂର୍ବରୁ ଆସି ପଦକ୍ଷେପ ନେଇଥିଲେ, ଆମେ ସୁଫଳ ପାଇଥା’ନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri