ଧାନ ଫସଲରେ ଗିରିଆ ପୋକ, ଚିନ୍ତାରେ ଚାଷୀ

ରାଜନଗର,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳ ଚାଷଜମିରେ କରାଯାଇଥିବା ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଅନିୟମିତ ବର୍ଷା କାରଣରୁ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେବା ଓ ମାସେରୁ ଊର୍ଦ୍ଧ୍ୱ ହେଲା ଲଘୁଚାପଜନିତ ବର୍ଷା ଲାଗି ରହିଛି। ଚାଷୀ ଶୀଘ୍ର ଅମଳ କରିବାକୁ ଅଧିକ ଓ ଶୀଘ୍ର ଅମଳକ୍ଷମ ହାଇଲିଂ ବିହନରେ ଖରିଫ ଧାନ ଚାଷ କରିଥିଲେ। ଏବେ ଧାନଗଛକୁ କଳା ରଙ୍ଗର ଗିରିଆ ପୋକ ଚରିଗଲାଣି। ଗିରିଆ ପୋକ ଲାଗିଥିବା ଗଛଟି ମରିଗଲା ପରେ ଯେପରି ଧଳା ଦେଖାଯାଏ ସେପରି ଦେଖାଯାଉଛି। ଧାନଗଛରେ ଗିରିଆ ପୋକ ଲାଗିବା ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ରାଜନଗର ନଦୀ ନାଳ ଘେରା ଅଞ୍ଚଳ। ଜଳସେଚନର ସୁବିଧା ନ ଥିବାରୁ ରାଜନଗର ଅଞ୍ଚଳରେ କେବଳ ଖରିଫ ଧାନଚାଷ ହୋଇଥାଏ। କିଛିବର୍ଷ ହେଲା ଅନିୟମିତ ବର୍ଷା ଓ ଧାନ ପାଚି ଆସିବା ବେଳକୁ ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି। ଚଳିତବର୍ଷ ଅକ୍ଷୟତୃତୀୟା ପରଠାରୁ ବର୍ଷା ଉଭାନ୍‌ ହୋଇଯାଇଥିଲା। ଅନିୟମିତ ବର୍ଷା କାରଣରୁ ଚାଷକାର୍ଯ୍ୟ ବିଳମ୍ବରେ ଆରମ୍ଭ ହେଲା। ଚାଷୀ ରୁଆ ବେଉଷଣ କରିବା ପରଠାରୁ ବର୍ଷା ଗତ ମାସେରୁ ଊର୍ଦ୍ଧ୍ୱ ହେଲା ଲାଗି ରହିଛି। ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିବାରୁ ଚାଷୀ ହାଇଲିଂ ୧୦୦୧, କନକ ପ୍ଲସ, ସ୍ବର୍ଣ୍ଣ, ସମ୍ପଦା, ଶାରଳା ପ୍ରଭୃତି ହାଇବ୍ରିଡ୍‌ ବିହନରେ ଚାଷ କରିଛନ୍ତି। ରାଜନଗର ବ୍ଲକ ହାତିନା ପଞ୍ଚାୟତର କଇଥା ଓ ବାଉଁଶଗଡ଼ରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଗତ ୨୫ଦିନ ହେଲା ଛୋଟ ଛୋଟ କଳାରଙ୍ଗର ଗିରିଆ ପୋକ ଧାନଗଛକୁ ମାରି ଦେଉଛି। ଏହି ପୋକ ଲାଗୁଥିବା ଗଛଗୁଡ଼ିକ ମରିଯିବା ପରି ହେବା ସହ ଧଳା ପଡ଼ିଯାଉଛି। ଏ ନେଇ ଚାଷୀମାନେ ଔଷଧ ସିଞ୍ଚନ କରିବା ପରେ ବି ପୋକଙ୍କ ପ୍ରାର୍ଦୁଭାବ କମୁନାହିଁ। ସେହି ସମୟରେ କୃଷି ବିଭାଗର କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ପହଞ୍ଚତ୍ ଏକ ଔଷଧ ନଁା କହି ଚାଲି ଆସିଥିଲେ। କୃଷି ବିଭାଗର କୌଣସି ଅଧିକାରୀ କିମ୍ବା ବିଶେଷଜ୍ଞ ଚାଷୀଙ୍କ ପାଖରେ ପହଞ୍ଚତ୍ ନ ଥିଲେ। ବୁଧବାର ଚାଷୀ କ୍ଷତିଗ୍ରସ୍ତ ହେବାର ପ୍ରାୟ ୨୦ରୁ ଅଧିକ ଦିନ ପରେ ଜିଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ର, ଅତିରିକ୍ତ ଜିଲା କୃଷି ଅଧିକାରୀ ତୁଷାରକାନ୍ତ ମହାନ୍ତି, ଜଜାଙ୍ଗସ୍ଥିତ କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ମିଶ୍ର ପ୍ରମୁଖ ହାତିନା, ଚିଞ୍ଚତ୍ରି, ନୂଆଗଁା, କଇଥା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ନିରାକରଣ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କଇଥା ଗାଁର ଚାଷୀ କୈଳାସ ଚନ୍ଦ୍ର ବାରିକଙ୍କ କହିବା କଥା ହେଲା, ସେ ୩ ଏକର ଜମିରେ ୧୦୦୧ ଓ କନକ ପ୍ଲସ ଧାନ ଚାଷ କରିଛନ୍ତି। ଦେଢ଼ମାସ ତଳେ ଚାଷ କାର୍ଯ୍ୟ ସରିଥିଲା। ଗୁଣ୍ଠ ପିଛା ୫ କେଜି ଡିଏପି ଓ ୟୁରିଆ ସାର ପକାଇଥିଲି। ୨୫ଦିନ ତଳେ ଧାନଗଛରେ ଗିରିଆ ପୋକ ଲାଗି ଯାଇଥିଲା। ଧାନଗଛଗୁଡିକ ଧଳା ପଡି ଯାଇଥିଲା। ଦୁଇଥର କାନନ ଔଷଧ ସ୍ପ୍ରେ କରି ସାରିବା ପରେ ବି ପୋକ ମରି ନ ଥିଲେ। ଖବରପାଇ ଜଣେ କୃଷି କର୍ମଚାରୀ ପହଞ୍ଚତ୍ ଏକ ଔଷଧ ସିଞ୍ଚନ ପାଇଁ କହିଥିଲେ, ଯାହାକି କୌଣସି ସ୍ଥାନରେ ମିଳି ନ ଥିଲା। ଆମେ କାନନ ଔଷଧ ବାରମ୍ବାର ସିଞ୍ଚନ କରିବା ପରେ ଏବେ ଧାନଗଛ ପୁଣି ଧଳାରୁ ସବୁଜ ହେଉଛି। କିନ୍ତୁ ଯେଉଁ ପରିମାଣରେ ଧାନ ହେବା କଥା ତାହା ହୋଇନାହିଁ। ଏବେ ବି ଅଧିକାଂଶ ଜମିରେ ଏହି ପୋକ ଉପଦ୍ରବ ରହିଛି। କୃଷି ବିଭାଗର ଅଧିକାରୀ ପୂର୍ବରୁ ଆସି ପଦକ୍ଷେପ ନେଇଥିଲେ, ଆମେ ସୁଫଳ ପାଇଥା’ନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?