ଅଭିଭାବକଙ୍କ ମୁଣ୍ଡରେ ଚଡ଼କ

ଜିଏସ୍‌ଟି ଲାଗିବା ଦିନଠାରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବଢ଼ିଥିବା ବେଳେ ଏଥିଲାଗି ଗରିବ ଓ ମଧ୍ୟବିତ୍ତ ସର୍ବାଧିକ ସମସ୍ୟା ଭୋଗୁଛନ୍ତି। ଗୋଟିଏ ପଟେ ଜିଏସ୍‌ଟି ପ୍ରଭାବରୁ ମୁଢ଼ି ଓ ଚୁଡ଼ା ବର୍ତ୍ତି ନ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ମହଙ୍ଗାମାଡ଼ ଅଭିଭାବକଙ୍କ ଉପରେ ବୋଝ ସଦୃଶ ହୋଇଛି। ସରକାର ସାଧାରଣ ପେନ୍‌, ପେନ୍‌ସିଲ, ଖାତା, ରବର, କାଗଜ, ଭଳି ବିଭିନ୍ନ ସାମଗ୍ରୀ ଉପରେ ୧୮% ଜିଏସ୍‌ଟି ଲଗାଇଥିବାରୁ ଏବେ ଏହାର ପ୍ରଭାବ ଶିକ୍ଷା ଉପରେ ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାମାନଙ୍କର ନୋଟ୍‌ ବୁକ୍‌ ଯାହା ସେମାନଙ୍କ ଲାଗି ଅତି ଆବଶ୍ୟକ ସେଥିରେ ମଧ୍ୟ ୧୮% ଜିଏସ୍‌ଟି ଲଗାଯାଇଛି। ଏବେ ଲୋକମାନେ ମହଙ୍ଗାମାଡ଼ରେ ତ୍ରାହି ତ୍ରାହି ଡାକିଲେଣି। ଖାଦ୍ୟ, ବସ୍ତ୍ର ଓ ଶିକ୍ଷା ହେଉଛି ସାଧାରଣ ଲୋକର ଅତ୍ୟାବଶ୍ୟକ ଜିନିଷ। ଏହି ତିନୋଟି ଉପରେ ସରକାର ୫%ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଲଗାଇଛନ୍ତି। ଯାହାଫଳରେ ଏସବୁଥିରେ ଦରଦାମ୍‌ ଦୁଇଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି।
କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କ ଅତି ଆବଶ୍ୟକ ପେନ୍‌ସିଲ ଦାମ୍‌ ମଧ୍ୟ ଦୁଇଗୁଣା ବଢ଼ିଛି। ପୂର୍ବରୁ ଏହାର ୧୦୦ପିସ୍‌ର ପ୍ୟାକେଟ୍‌ ପିଛା ୨୨୦ ଟଙ୍କାରେ ଆମେ କିଣୁଥିବାବେଳେ ଏବେ ଏହା ୩୬୦ଟଙ୍କା କିଣିବାକୁପଡ଼ୁଛି। ସେହିପରି କେଜିରେ ପଢ଼ୁଥିବା ପିଲାଙ୍କ ଛବିବହି ଉପରେ ମଧ୍ୟ ୧୨% ଟ୍ୟାକ୍ସ ଲାଗିଛି। ନୋଟ୍‌ ବୁକ୍‌ କଥା ନ କହିବା ଭଲ। କାଗଜ ଉପରେ ୧୨ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଲାଗିବା ପରେ ଏହା ମଧ୍ୟ ବେଶ୍‌ ମହଙ୍ଗା ହୋଇଯାଇଛି। ପୂର୍ବରୁ ଗୋଟିଏ ନୋଟ୍‌ ବୁକ୍‌ ୩୦ଟଙ୍କାରେ ବିକ୍ରି ହେଉଥିବା ବେଳେ ୨ରୁ ୩ବର୍ଷ ମଧ୍ୟରେ ଏହାର ଦାମ୍‌ ୫୦ଟଙ୍କାରେ ପହଞ୍ଚତ୍ଛି। ପେନ୍‌ସିଲ, କଟର ଓ ରବର ଉପରେ ମଧ୍ୟ ୧୨% ଟ୍ୟାକ୍ସ ଲାଗୁଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ତେବେ ଅଭିଭାବକଙ୍କ ମତରେ ପିଲା ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ପୂର୍ବରୁ ଖାତା, ବହି, ପେନ୍‌, ପେପର, ପେନ୍‌ସିଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲାଗି ମାସିକ ୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ଅତିରିକ୍ତ ୧ ହଜାର ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସବୁ ଦିଗରୁ ବିଚାର କଲେ ଦୁଇ କିମ୍ବା ତିନୋଟି ପିଲାଙ୍କ ପଢା ଖର୍ଚ୍ଚ ବହନ କରିବା ଏକ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ବୋଝ ପାଲଟିଯାଉଛି। ଆହୁରି ଅଧିକ ସନ୍ତାନ ଥିବା ପରିବାର କଥା ନ କହିବା ଭଲ। ପଢା ଖର୍ଚ୍ଚ ବହନ କରିବାରେ ଅକ୍ଷମତା ହିଁ ପିଲାଙ୍କ ସ୍କୁଲ ଛାଡ଼ିବାର ଏକ କାରଣ ବୋଲି କୁହାଯାଇପାରେ।
ନୋଟ୍‌ ବୁକ୍‌ଠାରୁ ଆରମ୍ଭ କରି ନିଜ ସ୍କୁଲର ସ୍ବତନ୍ତ୍ର ବହି ପିଲାଙ୍କୁ ଯୋଗାଯାଉଛି। ଏହି ବାବଦରେ ୧୮% ପର୍ଯ୍ୟନ୍ତ ଅଧିକ ଟ୍ୟାକ୍ସ ପୈଠ କରିବାକୁ ପଡ଼ୁଛି। ସ୍କୁଲ ବସ୍‌ରେ ମଧ୍ୟ ପିଲାଙ୍କ ଯିବା ଆସିବା ଉପରେ ଟ୍ୟାକ୍ସ ଲାଗୁଛି। ସେହିପରି ପିଲାଙ୍କ କପଡ଼ା, ଜୋତା, ଟି-ଶାର୍ଟ କାନ୍‌ଭାସ ଜୋତା ଉପରେ ୧୨%ରୁ ୧୮% ଜିଏସ୍‌ଟି ଲାଗୁଛି। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଅଭିଭାବକମାନେ ଗୋଟିଏ ପଟେ ପିଲାଙ୍କୁ ଭଲ ଶିକ୍ଷା ଦେଇ ମଣିଷ କରିବାକୁ ଚାହୁଁଥିବା ବେଳେ ଏବେ ସେମାନଙ୍କ ପାଠପଢ଼ା ଲାଗି ନିଜର ପେଟ କାଟି ସଞ୍ଚୟ କରିବାକୁ ପଡ଼ୁଛି। ଉଚ୍ଚଶିକ୍ଷାରେ ମଧ୍ୟ ସମାନ ଅବସ୍ଥା। ଯୁକ୍ତ୨ ପରେ ପିଲାଙ୍କ ମେଡିକାଲ, ଇଞ୍ଜିନିୟରିଂ କୋଚିଂ ଉପରେ ମଧ୍ୟ ୧୮% ଜିଏସ୍‌ଟି ଲାଗୁଛି। ପୂର୍ବରୁ ଏହା ୧୫% ଥିବାବେଳେ ପୁଣି ୩% ବଢ଼ିଛି। ସାଧାରଣତଃ ଗୋଟଏ ଭଲ କୋଚିଂ ସେଣ୍ଟରରେ ପିଲା ପଢ଼ିବା ଲାଗି ପୂର୍ବରୁ ବାର୍ଷିକ ୧ଲକ୍ଷରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବାବେଳେ ଏବେ ଏଥିରେ ଅଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିଏସ୍‌ଟି ଲାଗୁଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରି ଡାଲି, ଚାଉଳ, ତେଲ, ଲୁଣ ସହ ମେଡିସିନ ଦର ବଢ଼ିଥିବାବେଳେ ପାଠପଢ଼ା ସାମଗ୍ରୀ ଓ ବିଭିନ୍ନ ମ୍ୟାନେଜମେଣ୍ଟ କୋର୍ସ ଉପରେ ଜିଏସ୍‌ଟି ଲାଗିବା ଦ୍ୱାରା ସର୍ବାଧିକ ମଧ୍ୟବିତ୍ତବର୍ଗର ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଲାପଟପ୍‌ ଉପରେ ମଧ୍ୟ ୧୮ରୁ ୨୮% ଟ୍ୟାକ୍ସ ପୈଠ କରିବାକୁ ପଡ଼ୁଛି। ସରକାର ଏଗୁଡ଼ିକୁ ବିଚାର କରିବା କଥା। ସାଧାରଣତଃ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ଉପରୁ ଜିଏସ୍‌ଟିକୁ ବାଦ୍‌ ଦେବା ଦରକାର।

  • ଗଙ୍ଗାଧର ସାମଲ
    ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ ମୋ:୯୪୩୭୨୨୬୬୪୭

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri