ସୀମା ଭିତରେ ସମ୍ପର୍କ

ସାଙ୍ଗ ହୋଇ ରହିବା ପ୍ରବୃତ୍ତି ମହିଳାଙ୍କ କ୍ଷେତ୍ରରେ ଢେର୍‌ ଅଧିକ। ହେଲେ କାହା ସହ କିଭଳି ବନ୍ଧୁତା କରିବାକୁ ହେବ ସେନେଇ ଜାଣିବା ବି ନିହାତି ଦରକାର। ବିଶେଷକରି ଅଫିସ୍‌ରେ ନିଜ ମାଲିକ କିମ୍ବା ସିନିୟରମାନଙ୍କ ସହ ନିବିଡ଼ତା କେତେଦୂର ଗ୍ରହଣୀୟ ସେନେଇ ଠିକ୍‌ ସମୟରେ ସତର୍କ ହେବା ଜରୁରୀ…

ଅଫିସ୍‌ରେ ସମସ୍ତଙ୍କ ସହ ମିଳିମିଶି କାମ କରିବା ଏକ ଭଲ ଗୁଣ। କିନ୍ତୁ ସହକର୍ମୀଭାବେ ସମସ୍ତଙ୍କ ସହ ମିଶିବା ଓ କଥାବାର୍ତ୍ତା କରିବାରେ ମହିଳାଙ୍କୁ ନିଜ ପାଇଁ ନିଜେ ଲକ୍ଷ୍ମଣଗାର ତିଆରି କରି ରଖିବା ଜରୁରୀ। ଅଫିସ୍‌ରେ ନିଜ ବିଭାଗର ମୁଖ୍ୟ କିମ୍ବା ମାଲିକଙ୍କ ସହ ଭଲ ସମ୍ପର୍କ ରଖିବା ଭୁଲ୍‌ କଥା ନୁହେଁ, କିନ୍ତୁ ଭବିଷ୍ୟତରେ ଏହି ସମ୍ପର୍କକୁ ନେଇ ହୁଏତ ଅସୁବିଧା ହୋଇପାରେ। ଯାହାଫଳରେ ବ୍ୟକ୍ତିଗତ ଜୀବନ କିମ୍ବା କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ସମ୍ପର୍କର ଲକ୍ଷ୍ମଣଗାର ମଧ୍ୟରେ ରହିଲେ କ୍ୟାରିୟରରେ କୌଣସି ପ୍ରକାର ସମସ୍ୟା ଆସି ନ ଥାଏ।
ଠିକ୍‌ ନୁହେଁ ଆବଶ୍ୟକତାରୁ ଅଧିକ: ଅଫିସ୍‌ରେ ସବୁବେଳେ କାମକୁ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ୍‌। ନିଜ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ପାରିଲେ କ୍ୟାରିୟରରେ ସଫଳତା ମିଳିବା ସହିତ ବ୍ୟକ୍ତିଗତ ଜୀବନ ବି ଆନନ୍ଦମୟ ହୋଇଥାଏ। ଅଫିସ କାମକୁ ନେଇ ନିଜ ସହକର୍ମୀ ହୁଅନ୍ତୁ ଅବା ଡିପାର୍ଟମେଣ୍ଟ ମୁଖ୍ୟ ଅବା ମାଲିକ ହୁଅନ୍ତୁ ସମସ୍ତଙ୍କ ସହ ଆବଶ୍ୟକ ଅନୁଯାୟୀ ମିଳାମିଶା ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ କୌଣସି ପ୍ରକାରରେ ବି ଆବଶ୍ୟକତାଠାରୁ ଅଧିକ ମିଳାମିଶା ଆଦୌ ଗ୍ରହଣୀୟ ନୁହେଁ। ହୁଏତ କାହା ସହ ଘନିଷ୍ଠତା ବଢ଼ିପାରେ କିନ୍ତୁ ସେସବୁ ସମ୍ପର୍କ ଅଫିସ ବାହାରେ ରହିବା ଦରକାର। ତେଣୁ ଅଫିସ ଭିତରେ ପୁରୁଷ ସହକର୍ମୀ ହୁଅନ୍ତୁ ଅବା ମହିଳା, ସମସ୍ତଙ୍କ ସହ ଅଫିସ୍‌ କାମ ନେଇ ଯେତିକି ଆବଶ୍ୟକ ସେହି ଅନୁସାରେ ମିଶିବା ଫଳରେ କୌଣସି ସମସ୍ୟା ଆସି ନ ଥାଏ।
ସମସ୍ତଙ୍କର ସ୍ଥାନ ସ୍ବତନ୍ତ୍ର: ଅଫିସ୍‌ରେ ବିଭିନ୍ନ ପଦବୀରେ ଭିନ୍ନ ଭିନ୍ନ ବ୍ୟକ୍ତି କାମ କରନ୍ତି। ତେଣୁ ସେ ଉପରିସ୍ଥ କର୍ମଚାରୀ ହୁଅନ୍ତୁ କି ସହକର୍ମୀ ହୁଅନ୍ତୁ ସମସ୍ତଙ୍କର ସ୍ବତନ୍ତ୍ରତା ରହିଛି। ତେଣୁ କାହାକୁ ଛୋଟ ଦୃଷ୍ଟିରେ ଦେଖିବା ଯେମିତି ଭୁଲ୍‌ ସେମିତି ଉପରିସ୍ଥ ସହକର୍ମୀଙ୍କୁ ଅତ୍ୟଧିକ ଆନୁଗତ୍ୟ ପ୍ରକାଶ କରିବା ବି ଅନୁଚିତ। ଏପରି ହେଲେ ଅଫିସରେ ମହିଳାମାନେ ନିଜ ସ୍ବତନ୍ତ୍ରତା ବି ହରାଇପାରନ୍ତି। ତେଣୁ ଏ ଦୃଷ୍ଟିରୁ ସଚେତନ ରହିବା ଜରୁରୀ।
ସକାରାତ୍ମକ ହେଉ
ରକ୍ଷଣଶୀଳତା: କେତେଜଣ ମହିଳା ନିଜକୁ ଆଧୁନିକ ଦେଖାଇବା ପାଇଁ ଅଫିସରେ ପୁରୁଷ ସହକର୍ମୀଙ୍କ ସହ ଅବାଞ୍ଛିତ ମିଳାମିଶା କରନ୍ତି। ଏନେଇ ପରିବାର ହେଉ କି ବନ୍ଧୁମାନଙ୍କର କୌଣସି ପ୍ରକାରର କଟକଣା ସେମାନଙ୍କୁ ଗାଉଁଲି କିମ୍ବା ରକ୍ଷଣଶୀଳ ମାନସିକତା ବୋଲି ଧାରଣା ହୋଇଥାଏ। କିନ୍ତୁ ସକାରାତ୍ମକ ରକ୍ଷଣଶୀଳତା ସବୁ ସ୍ଥାନରେ ଉତ୍ତମ ଚରିତ୍ରର ଉଦାହରଣ ହୋଇଥାଏ ଏକଥାକୁ ଭୁଲିଯିବା ଠିକ୍‌ ନୁହେଁ।
ସିନିୟର କିମ୍ବା ବସ୍‌ଙ୍କ ସହିତ ଘନିଷ୍ଠତା କରି କ୍ୟାରିୟରରେ ଆଗକୁ ବଢିହେବ ବୋଲି କେତେକଙ୍କର ମଧ୍ୟ ଧାରଣା ରହିଥାଏ। କିନ୍ତୁ ନିଜ ଯୋଗ୍ୟତା ଅନୁସାରେ ହିଁ ସବୁବେଳେ ସଫଳତା ମିଳେ ଏକଥାକୁ ଆଦୌ ଭୁଲିବା କଥା ନୁହେଁ। ଯଦି ବି କେହି ନିଜ ଯୋଗ୍ୟତା ନ ଥାଇ ଅନୁଗ୍ରହରେ କ୍ୟାରିୟରରେ ସଫଳତା ପାଇଥାନ୍ତି ତେବେ ତାହା କ୍ଷଣସ୍ଥାୟୀ ହୋଇଥାଏ। ତେଣୁ ସବୁବେଳେ ନିଜର ଯୋଗ୍ୟତା ବଢାଇବା ପାଇଁ ଚେଷ୍ଟା କରିବା ଜରୁରୀ।

ଏମାନେ କ’ଣ କରନ୍ତି

ଅଫିସ କାମରେ କଥା ହୁଏ: ଅଫିସ୍‌ରେ ମୁଁ ସମସ୍ତଙ୍କ ସହ ମିଶେ କେବଳ ଅଫିସିଆଲ କାମ ପାଇଁ। ଆବଶ୍ୟକ ନ ଥିଲେ ମୁଁ କାହା ସହ ଅଧିକ ସମୟ କଥା ହୁଏନି। ତେଣୁ ସହକର୍ମୀ ହୁଅନ୍ତୁ କି ମୋର ସିନିୟର ଅବା ବସ୍‌ ସମସ୍ତଙ୍କ ସହ ମୁଁ ମାପିଚୁପି କଥାବାର୍ତ୍ତା ହୁଏ। ଅବଶ୍ୟ ସହକର୍ମୀଙ୍କ ମଧ୍ୟରେ ମୋର କେତେଜଣ ବନ୍ଧୁ ବି ଅଛନ୍ତି ଯେଉଁମାନଙ୍କ ସହ ମୁଁ ସବୁ ସମସ୍ୟା ନେଇ ଆଲୋଚନା କରିଥାଏ। ମାତ୍ର ଅଫିସ୍‌ରେ ନୁହେଁ ବରଂ ଘରେ କିମ୍ବା ଅଫିସ ବାହାରେ କୌଣସି ସ୍ଥାନରେ ଏକାଠି ହେଲେ ଆମେ ମନକଥା ଗପୁ।
-ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, ଭୁବନେଶ୍ୱର
ସତର୍କ ରହିଥାଏ: ଅଫିସରେ ପୁରୁଷ ସହକର୍ମୀଙ୍କ ସହ ବି ମୁଁ ମିଳାମିଶା କରେ, କିନ୍ତୁ ସମ୍ପର୍କର ସୀମା ଡେଇଁଲା ଭଳି କେବେ କୌଣସି କାମ କରିନି। ସେଥିପାଇଁ ଅଫିସରେ ମୋର ସମସ୍ତଙ୍କ ସହ ଭଲ ସମ୍ପର୍କ ରହିଛି। ଅଫିସ କାମରେ ମୁଁ ସମସ୍ତଙ୍କ ସହ ମିଶି କାମ କରେ। କାହା ସହ ଆବଶ୍ୟକତାରୁ ଅଧିକ ମିଳାମିଶା କରିବା ମତେ ଆଦୌ ପସନ୍ଦ ନୁହେଁ। ଅଫିସ ପରିବେଶକୁ ଖରାପ କରିବା ଭଳି କାହା ସହିତ ବି ମିଳାମିଶା କରିବା ଠିକ୍‌ ନୁହେଁ। ସେଥିପାଇଁ ମୁଁ ସବୁବେଳେ ସତର୍କ ରହିଥାଏ।
-ଶିବାନୀ ସେବିକା ସ୍ବାଇଁ, କର୍ମଜୀବୀ, ନଖରା, କଟକ
ସୀମା ଡେଇଁ ନାହିଁ: ଅଫିସ୍‌ରେ ସବୁବେଳେ ମୋ କାମ ଉପରେ ହିଁ ଅଧିକ ଫୋକସ୍‌ କରେ। ସେଥିପାଇଁ ଆବଶ୍ୟକ ସ୍ଥଳେ ସହକର୍ମୀଙ୍କଠାରୁ ଆରମ୍ଭକରି ସିନିୟର ତଥା ମାଲିକଙ୍କ ସହ ବି ଦେଖା ସାକ୍ଷାତକରେ। କିନ୍ତୁ ସବୁବେଳେ ସୀମା ଭିତରେ ରହି କାମ କରୁଥିବାରୁ ମତେ କେହି ଆକ୍ଷେପ କରି କିଛି କହିବାର ସୁଯୋଗ ପାଇ ନ ଥାନ୍ତି। ମୋ ମତରେ ନାରୀମାନେ ଯେତେ ଆଧୁନିକ ହେଲେ ବି ସବୁବେଳେ ନିଜ ଚରିତ୍ର ଓ ଆଚରଣକୁ ନେଇ ସଚେତନ ରହିବା ଜରୁରୀ। -ହିମଶ୍ୱେତା ସୁବୁଦ୍ଧିରାୟ, କର୍ମଜୀବୀ, ଚୌଦ୍ୱାର, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?