Posted inଜାତୀୟ

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର ସେଠାରେ ତାପମାତ୍ରା ୪୯ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ରାଜ୍ୟର ବଲୋତ୍ରା, ପଲି ଏବଂ ଜୟପୁରରେ ଅଂଶୁଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନିର୍ମାଣାଧୀନ ପାଚପଡ୍ରା ରିଫାଇନାରୀରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି।

ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲରେ ଜଣେ ଗାର୍ଡ ଏବଂ ପାଲି ରେଳଷ୍ଟେଶନରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ କ୍ରମାଗତ ୨ ଦିନରେ ଅଂଶୁଘାତରେ ୧୨ ଜଣଙ୍କ ଜୀବନ ଗଲାଣି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ୪.୨ ଡିଗ୍ରୀ ଅବକ ରହିଛି। ରାଜଧାନୀ ଜୟପୁରର ତାପମାତ୍ରା ୪୨.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଗ୍ରୀଷ୍ମ ଲହରି ଲାଗିରହିଥିବାରୁ ରିଫାଇନାରୀର ନିର୍ମାଣ କାର୍ଯ୍ୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବଲୋତ୍ରା ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ଜମ୍ମୁ-କଶ୍ମୀର ପରେ ମଣିପୁରକୁ ନେଇ ଆକ୍ସନ ମୋଡ୍‌ରେ ଶାହା, ଡାକିଲେ ବୈଠକ

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା ପରେ ଏବେ ମଣିପୁର ଉପରେ ଫୋକସ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଅପରାହ୍ନ ୪ଟା...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଇସ୍ତଫା ଦେବେ ଶିବରାଜ ସିଂ ଚୌହାନ: ଦିନେ-୨ଦିନ ଭିତରେ ହୋଇଯିବ ସ୍ପଷ୍ଟ

ଭୋପାଳ,୧୭।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି କିମ୍ବା ଆସନ୍ତାକାଲି ବିଧାନସଭା ପଦରୁ ଇସ୍ତଫା ଦେଇପାରନ୍ତି। ସମ୍ବିଧାନରେ...

ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦି,୧୭ା୬: ବାହାନଗା ଟ୍ରେନ୍‌ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି...

ମାନବୀୟ ତ୍ରୁଟିରୁ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା: ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ,୧୭।୬: ସୋମବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ମାନବୀୟ...

ଏହି ଆସନରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାଏବରେଲିରୁ ଏମପି ରହିବେ ବୋଲି କୁହାଯାଉଛି। ବର୍ତ୍ତମାନ...

ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri