ଶୁଖିଲା ପଡ଼ିଛି ତେଲେନ ନଦୀ

କୋଲାବିରା,୪।୪(ଚିନ୍ମୟ କୁମାର ବହିଦାର): ଝାରସୁଗୁଡ଼ା ଜିଲା କୋଲାବିରା ଅଞ୍ଚଳରେ ଅନେକ ଜଳାଶୟ ଏବଂ ନଈନାଳର ପାଣି ଏବର୍ଷ ଯଥେଷ୍ଟ ଆଗରୁ ଶୁଖିଗଲାଣି। ପୂର୍ବ ବର୍ଷ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ଏବର୍ଷ ଜାନୁଆରୀ ପରଠାରୁ ତାହା ଦେଖାଗଲାଣି। ଗ୍ରୀଷ୍ମ ଆରମ୍ଭ ହେଉଣୁ ଗ୍ରାମାଞ୍ଚଳରେ ଜଳକଷ୍ଟ ସମସ୍ୟା ଦେଖିବାକୁ ମିଳୁଛି। କୋଲାବିରା ଅଞ୍ଚଳରେ ପାଣିର ଆବଶ୍ୟକାତ ପୂରଣ କରୁଥିବା ୨ ପ୍ରମୁଖ ନଦୀ ଭେଡେନ ଓ ତେଲେନରେ ଜଳସ୍ରୋତ ଏବର୍ଷ ଜାନୁଆରୀ ଶେଷ ବେଳଠୁ ଶୁଖିଗଲାଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହିସବୁ ନଈନାଳରେ ପୂର୍ବବର୍ଷ ପାଣି ଧାର ଆଗୁଆ ଶୁଖି ନ ଥିଲା। ଚଳିତବର୍ଷ ସ୍ବାଭାବିକ ସମୟଠାରୁ ପ୍ରାୟ ଦୁଇ ଅଢେଇ ମାସ ଆଗରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ସ୍ନାନଶୌଚ ଆଦି ନିତ୍ୟକର୍ମ ପାଇଁ ମଧ୍ୟ ନଈନାଳରେ ପାଣି ନାହିଁ। କୋଲାବିରା ବ୍ୟତୀତ ଚନ୍ଦନିମାଲ, ରଘୁନାଥପାଲି, ଭଜୁପଡା, ଭେଜିକୁଦ, ସାହହ୍ଲେପାଲି ଓ ତରେଇକେଲା ଅଞ୍ଚଳର କେତେକାଂଶ ପାଇଁ ତେଲେନ ନଦୀ ଜୀବନରେଖା କହିଲେ ଅତ୍ୟୁକ୍ତି ହେବନାହିଁ। ଚଳିତବର୍ଷ ତେଲେନ ନଦୀର ପାଣି ଆଗୁଆ ଶୁଖିଯିବାରୁ ଜାନୁଆରୀ ଶେଷ ସପ୍ତାହରୁ ଅଞ୍ଚଳରେ ଜଳାଭାବ ଆରମ୍ଭ ହୋଇଯାଇଛି। ଏହି ନଦୀର ପ୍ରବାହିତ ପାଣି କୋଲାବିରା ଅଞ୍ଚଳର ପାଣିର ଆବଶ୍ୟତା ପୂରଣ କରିଥାଏ। କିନ୍ତୁ ଏବର୍ଷ ଆସ୍ବାଭାବିକ ଭାବେ ଭେଡେନ ଓ ତେଲେନ ନଦୀର ପାଣିଧାର ଆଗୁଆ ଶୁଖିଯିବାରୁ ଅଳ୍ପ ବହୁତ ଚାଷ ହୋଇଥିବା ରବି ଚାଷକୁ ଜଳଯୋଗାଣ ପାଇଁ ନଦୀରେ ପାଣି ନାହିଁ। ସବୁଆଡେ ଶୁଖିଲା ବାଲିଶଯ୍ୟା। ଶୁଖିଲା ନଦୀ କେବଳ ଲୋକଙ୍କ ସମସ୍ୟା ବଢାଇ ନାହିଁ, ନଈକୁଳିଆ ପନିପରିବା ଚାଷକୁ ମଧ୍ୟ ଉଜାଡି ଦେଲାଣି। ସ୍ଥାନୀୟ ଚାଷୀ ଏହି ନଈନାଳରୁ ମଟର ପମ୍ପ ଆଦି ଯୋଗେ ପାଣି ଉଠାଇ ଚାଷ କରି ନିଜର ଗୁଜୁରାଣ ମେଟାଉଥିଲେ। ଦରହଗୁଡିକରେ ମଧ୍ୟ ପାଣି ନାହିଁ। ଚାଷ ପାଇଁ ଲାଗିଥିବା ଉଠାଜଳସେଚନ ଦ୍ୱାରା ପାଣି ଟଣା ଯାଇପାରୁ ନ ଥିବାରୁ ଚାଷ ଜମି ଶୁଖିଲା ପଡିଛି। ଗତବର୍ଷରେ ଆସନ୍ନ ଜଳକଷ୍ଟକୁ ଦୃଷ୍ଟିରେ ରଖି ତେଲେନ ନଦୀର ବିଭିନ୍ନଠାରେ ଚୁଆଁ ଖୋଲି ପାଣିର ଆବଶ୍ୟକତା ପୂରଣ କରାଯାଉଥିଲା। ନଦୀରେ ପାଣି ଧାର ଆସୁଥିବା ସମୟରେ ବାଲି ବନ୍ଧା (ଆଡିବନ୍ଧ) ଦେଇ ପାଣି ଅଟକାଇ ପଞ୍ଚାୟତ ପକ୍ଷରୁ ଆବଶ୍ୟକତା ପୂରଣ କରାଯାଉଥିଲା। ତେବେ ପାଣିଧାର ଶୁଖିବା ପୂର୍ବରୁ ଆଡିବନ୍ଧ ଦିଆଯିବା ପାଇଁ ସରପଞ୍ଚଙ୍କ ଅନୁପସ୍ଥିତରେ ପଞ୍ଚୟାତ ନିର୍ବାହୀ ଅଧିକାରୀ ସୁରେଶ ମେହେରଙ୍କୁ ଅବଗତ କରାଇଥିଲେ ଜମିଦାରପଡାରେ ବାସ କରୁଥିବା ଲୋକେ। ହେଲେ ମେହେର ଆଜିପର୍ଯ୍ୟନ୍ତ ଚୁଆଁ କିମ୍ବା ଆଡିବନ୍ଧର ବ୍ୟବସ୍ଥା ମଧ୍ୟ କରିନାହାନ୍ତି। ଏ ସଂକ୍ରାନ୍ତରେ ଗତ ମାସ ୧୦ ତାରିଖ ଜିଲାପାଳଙ୍କ ଅଭିଯୋଗ ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିଲା। ସେଥିରେ ଜିଲାପାଳ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କୋଲାବିରା ସରପଞ୍ଚ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ କୋଲାବିରା ବିଡିଓ ଅଶୋକ କୁମାର ମାଝି ନିଜ ତତ୍ୱାବଧାନରେ ଏହି କାର୍ଯ୍ୟକୁ କରିବା ପାଇଁ ଜିଲାପାଳଙ୍କ ସମକ୍ଷ ପକ୍ଷ ରଖିଥିଲେ। ମାତ୍ର ଆଜକୁ ୨୦ ଦିନରୁ ଅଧିକ ହେଲାଣି ଏ ପଯ୍ୟନ୍ତ ଏଦିଗରେ କୌଣସି କାର୍ଯ୍ୟ ହାତକୁ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ନଦୀରେ ଆସୁଥିବା ପାଣି ଧାର ମଧ୍ୟ ଶୁଖିସାରିଲାଣି। ସମୟ ଥାଉ ଥାଉ ଯଦି ଏଦିଗରେ ପ୍ରୟତ୍ନ କରାଯାଇଥାନ୍ତା ତେବେ ହୁଏତ ଆଜି ଏହି ସମସ୍ୟା ଦେଖିବାକୁ ପଡି ନ ଥାନ୍ତା ବୋଲି କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପଡ୍ରତାପ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri