ଶୁଖିଲା ପଡ଼ିଛି ତେଲେନ ନଦୀ

କୋଲାବିରା,୪।୪(ଚିନ୍ମୟ କୁମାର ବହିଦାର): ଝାରସୁଗୁଡ଼ା ଜିଲା କୋଲାବିରା ଅଞ୍ଚଳରେ ଅନେକ ଜଳାଶୟ ଏବଂ ନଈନାଳର ପାଣି ଏବର୍ଷ ଯଥେଷ୍ଟ ଆଗରୁ ଶୁଖିଗଲାଣି। ପୂର୍ବ ବର୍ଷ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ଏବର୍ଷ ଜାନୁଆରୀ ପରଠାରୁ ତାହା ଦେଖାଗଲାଣି। ଗ୍ରୀଷ୍ମ ଆରମ୍ଭ ହେଉଣୁ ଗ୍ରାମାଞ୍ଚଳରେ ଜଳକଷ୍ଟ ସମସ୍ୟା ଦେଖିବାକୁ ମିଳୁଛି। କୋଲାବିରା ଅଞ୍ଚଳରେ ପାଣିର ଆବଶ୍ୟକାତ ପୂରଣ କରୁଥିବା ୨ ପ୍ରମୁଖ ନଦୀ ଭେଡେନ ଓ ତେଲେନରେ ଜଳସ୍ରୋତ ଏବର୍ଷ ଜାନୁଆରୀ ଶେଷ ବେଳଠୁ ଶୁଖିଗଲାଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହିସବୁ ନଈନାଳରେ ପୂର୍ବବର୍ଷ ପାଣି ଧାର ଆଗୁଆ ଶୁଖି ନ ଥିଲା। ଚଳିତବର୍ଷ ସ୍ବାଭାବିକ ସମୟଠାରୁ ପ୍ରାୟ ଦୁଇ ଅଢେଇ ମାସ ଆଗରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ସ୍ନାନଶୌଚ ଆଦି ନିତ୍ୟକର୍ମ ପାଇଁ ମଧ୍ୟ ନଈନାଳରେ ପାଣି ନାହିଁ। କୋଲାବିରା ବ୍ୟତୀତ ଚନ୍ଦନିମାଲ, ରଘୁନାଥପାଲି, ଭଜୁପଡା, ଭେଜିକୁଦ, ସାହହ୍ଲେପାଲି ଓ ତରେଇକେଲା ଅଞ୍ଚଳର କେତେକାଂଶ ପାଇଁ ତେଲେନ ନଦୀ ଜୀବନରେଖା କହିଲେ ଅତ୍ୟୁକ୍ତି ହେବନାହିଁ। ଚଳିତବର୍ଷ ତେଲେନ ନଦୀର ପାଣି ଆଗୁଆ ଶୁଖିଯିବାରୁ ଜାନୁଆରୀ ଶେଷ ସପ୍ତାହରୁ ଅଞ୍ଚଳରେ ଜଳାଭାବ ଆରମ୍ଭ ହୋଇଯାଇଛି। ଏହି ନଦୀର ପ୍ରବାହିତ ପାଣି କୋଲାବିରା ଅଞ୍ଚଳର ପାଣିର ଆବଶ୍ୟତା ପୂରଣ କରିଥାଏ। କିନ୍ତୁ ଏବର୍ଷ ଆସ୍ବାଭାବିକ ଭାବେ ଭେଡେନ ଓ ତେଲେନ ନଦୀର ପାଣିଧାର ଆଗୁଆ ଶୁଖିଯିବାରୁ ଅଳ୍ପ ବହୁତ ଚାଷ ହୋଇଥିବା ରବି ଚାଷକୁ ଜଳଯୋଗାଣ ପାଇଁ ନଦୀରେ ପାଣି ନାହିଁ। ସବୁଆଡେ ଶୁଖିଲା ବାଲିଶଯ୍ୟା। ଶୁଖିଲା ନଦୀ କେବଳ ଲୋକଙ୍କ ସମସ୍ୟା ବଢାଇ ନାହିଁ, ନଈକୁଳିଆ ପନିପରିବା ଚାଷକୁ ମଧ୍ୟ ଉଜାଡି ଦେଲାଣି। ସ୍ଥାନୀୟ ଚାଷୀ ଏହି ନଈନାଳରୁ ମଟର ପମ୍ପ ଆଦି ଯୋଗେ ପାଣି ଉଠାଇ ଚାଷ କରି ନିଜର ଗୁଜୁରାଣ ମେଟାଉଥିଲେ। ଦରହଗୁଡିକରେ ମଧ୍ୟ ପାଣି ନାହିଁ। ଚାଷ ପାଇଁ ଲାଗିଥିବା ଉଠାଜଳସେଚନ ଦ୍ୱାରା ପାଣି ଟଣା ଯାଇପାରୁ ନ ଥିବାରୁ ଚାଷ ଜମି ଶୁଖିଲା ପଡିଛି। ଗତବର୍ଷରେ ଆସନ୍ନ ଜଳକଷ୍ଟକୁ ଦୃଷ୍ଟିରେ ରଖି ତେଲେନ ନଦୀର ବିଭିନ୍ନଠାରେ ଚୁଆଁ ଖୋଲି ପାଣିର ଆବଶ୍ୟକତା ପୂରଣ କରାଯାଉଥିଲା। ନଦୀରେ ପାଣି ଧାର ଆସୁଥିବା ସମୟରେ ବାଲି ବନ୍ଧା (ଆଡିବନ୍ଧ) ଦେଇ ପାଣି ଅଟକାଇ ପଞ୍ଚାୟତ ପକ୍ଷରୁ ଆବଶ୍ୟକତା ପୂରଣ କରାଯାଉଥିଲା। ତେବେ ପାଣିଧାର ଶୁଖିବା ପୂର୍ବରୁ ଆଡିବନ୍ଧ ଦିଆଯିବା ପାଇଁ ସରପଞ୍ଚଙ୍କ ଅନୁପସ୍ଥିତରେ ପଞ୍ଚୟାତ ନିର୍ବାହୀ ଅଧିକାରୀ ସୁରେଶ ମେହେରଙ୍କୁ ଅବଗତ କରାଇଥିଲେ ଜମିଦାରପଡାରେ ବାସ କରୁଥିବା ଲୋକେ। ହେଲେ ମେହେର ଆଜିପର୍ଯ୍ୟନ୍ତ ଚୁଆଁ କିମ୍ବା ଆଡିବନ୍ଧର ବ୍ୟବସ୍ଥା ମଧ୍ୟ କରିନାହାନ୍ତି। ଏ ସଂକ୍ରାନ୍ତରେ ଗତ ମାସ ୧୦ ତାରିଖ ଜିଲାପାଳଙ୍କ ଅଭିଯୋଗ ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିଲା। ସେଥିରେ ଜିଲାପାଳ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କୋଲାବିରା ସରପଞ୍ଚ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ କୋଲାବିରା ବିଡିଓ ଅଶୋକ କୁମାର ମାଝି ନିଜ ତତ୍ୱାବଧାନରେ ଏହି କାର୍ଯ୍ୟକୁ କରିବା ପାଇଁ ଜିଲାପାଳଙ୍କ ସମକ୍ଷ ପକ୍ଷ ରଖିଥିଲେ। ମାତ୍ର ଆଜକୁ ୨୦ ଦିନରୁ ଅଧିକ ହେଲାଣି ଏ ପଯ୍ୟନ୍ତ ଏଦିଗରେ କୌଣସି କାର୍ଯ୍ୟ ହାତକୁ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ନଦୀରେ ଆସୁଥିବା ପାଣି ଧାର ମଧ୍ୟ ଶୁଖିସାରିଲାଣି। ସମୟ ଥାଉ ଥାଉ ଯଦି ଏଦିଗରେ ପ୍ରୟତ୍ନ କରାଯାଇଥାନ୍ତା ତେବେ ହୁଏତ ଆଜି ଏହି ସମସ୍ୟା ଦେଖିବାକୁ ପଡି ନ ଥାନ୍ତା ବୋଲି କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପଡ୍ରତାପ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri