ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା ଜମି ସର୍ଭେ ଆରମ୍ଭ ହୋଇଛି । ବୁଧବାର ଅପରାହ୍ନରେ ଏହି ଟିମ୍‌ରେ ରାଜନଗର ବନ ଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓକରଙ୍କ ସମେତ ଆର୍ସେଲର କମ୍ପାନୀର ୪ ଜଣିଆ ପ୍ରତିନିଧି ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇ ଓ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରାଙ୍କ ସହ ଜଙ୍ଗଲ ବିଭାଗ କର୍ମଚାରୀ ପ୍ରମୁଖ ସର୍ଭେରେ ସାମିଲ ହୋଇଥିଲେ। ଟିମ୍‌ ରାମନଗର ପଞ୍ଚାୟତ ମହାନଦୀ କୂଳ ସଂଲଗ୍ନ ବନବିହାରୀପୁର, ବରଜ-ବାହାକୁଦ ମୌଜାର କାଜୁ ଜଙ୍ଗଲ ଜମିଗୁଡିକରେ ଥିବା ସୀମା ଚିହ୍ନଟ ଖୁଣ୍ଟି ଦେଖି ସାଟେଲାଇଟ୍‌ ଓ ଜିପିଏସ୍‌ ମାଧ୍ୟମରେ ନକ୍ସା ପରଖି ଥିଲେ। ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ସନ୍ଧ୍ୟା ହେବାରୁ ଟିମ୍‌ ବାଟ ନ ପାଇ ବାହାକୁଦ କାଜୁ ଜଙ୍ଗଲରେ ଫସି ଯାଇଥିଲେ। ମୋବାଇଲ ଫୋନରେ ଯୋଗାଯୋଗ ହୋଇଥିଲେ ମଧ୍ୟ ଅନ୍ଧାର ଯୋଗୁ କେଉଁ ଦିଗରେ ସେମାନେ ଥିଲେ ତାହା ଜଣାପଡ଼ି ନ ଥିଲା। ଏକ ଘଣ୍ଟା ପରେ ଗ୍ରାମର କିଛି ଦୂରରେ ଏକ ବିବାହ ସାଉଣ୍ଡ ଓ ଲାଇଟ୍‌ ଦେଖି ଘଞ୍ଚ ଜଙ୍ଗଲରୁ ଅନ୍ଧାର ରାତିରେ ଟିମ୍‌ ଗାଁ ନିକଟରେ ପହଞ୍ଚିଥିଲେ। ଅନ୍ଧାର ରାତିରେ ବାଟ ପାଇବା ସମ୍ଭବ ହୋଇ ନ ଥିଲା। କାରଣ ଜଙ୍ଗଲରେ ବାର୍‌ହାଙ୍କ ଉପଦ୍ରବ ଥିବା ସ୍ଥାନୀୟ ଲୋକମାନେ କହିଥିବା ସେମାନେ କହିଥିଲେ। ଖରିନାସି ଓ ବତିଘର ପଞ୍ଚାୟତ ସର୍ଭେ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ଗଦାକଲେ, ପଖାଳ ଖାଇଲେ: ଚାଷୀଙ୍କ ଅଭିନବ ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କଠାରେ ଆବଶ୍ୟକ କାଗଜାତ ଦାଖଲ ସତ୍ତ୍ୱେ ଏପର୍ଯ୍ୟନ୍ତ…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ତେହରାନ୍‌ର ପାନୀୟଜଳ, ସ୍ବେରେଜ୍‌ରେ ମିଶିଲା ତେଲ

ତେହରାନ୍‌ ,୧୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ପେଟ୍ରୋଲିୟମ ଡିପୋ ଉପରେ ରବିବାର ହୋଇଥିବା ଆକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ନିଆଁ…

ଘନ ଘନ ବୈଠକ କରୁଛନ୍ତି ନବୀନ: ବିଧାୟକଙ୍କୁ କହୁଛନ୍ତି ଏମିତି କଥା, ଭବିଷ୍ୟତ ଖରାପ…

ଭୁବନେଶ୍ୱର,୧୦ା୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭାର ୪ ଆସନରେ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହେବା ପରଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ଭାଜପାର ଭିତିରି ଚାଲ୍‌: ରାଜ୍ୟ ସଭାର ଚତୁର୍ଥ ଆସନ ପାଇଁ ଚାଲିଛି…

ଭୁବନେଶ୍ୱର,୧୦।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ…

ଆମେରିକା ଛାଡୁନି, ଇରାନ ନରମୁନି

ଓ୍ବାଶିଂଟନ୍‌ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri