ରାୟଗଡ଼ା ଅଫିସ,୨୪।୧୨: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ମୁକୁନ୍ଦ ପ୍ରସାଦ ନାଥଶର୍ମା । ତାଙ୍କ ଘର ଡଙ୍ଗାସିଲ ଗ୍ରାମରେ ।
ସୂଚନାଯୋଗ୍ୟ, ମୁକୁନ୍ଦ ସବୁଦିନ ଭଳି ଶୁକ୍ରବାର ନିଜ ସାଇକେଲରେ ତୁରେଇଘାଟି ବିଦ୍ୟାଳୟ ଯାଇଥିଲେ । ବିଦ୍ୟାଳୟ କାମ ଶେଷ କରି ଘରକୁ ଫେରିବା ବେଳେ ଜଣେ ମାନସିକ ବିକୃତ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ଏକ ଧାରୁଆ ଅସ୍ତ୍ରରେ ମୁକୁନ୍ଦଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ମୁକୁନ୍ଦ ଗୁରୁତର ହୋଇଥିଲେ । କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କାଶୀପୁର ବ୍ଲକ ଅଞ୍ଚଳର ଶିକ୍ଷକ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।
Posted inଆମ ଜିଲା ଖବର, ରାୟଗଡା View All
ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ
ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...
ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ
ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...
କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍ଘାଟିତ
ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...
ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ
କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
Archives


