ଅଧିକାରୀଙ୍କ ସମ୍ମୁଖରେ ସହକର୍ମୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ

କାଲିମେଳା,୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟା ସମାଧାନ କରିବାକୁ ଆସିଥିବା ଏବିଇଓ ସିଆର୍‌ସିସି ଓ ବିଦ୍ୟାଳୟ ସଭାପତିଙ୍କ ସମ୍ମୁଖରେ ଗଣ୍ଡଗୋଳ ହୋଇଛି। ଜଣେ ଶିକ୍ଷୟିତ୍ରୀ ତାଙ୍କ ସହକର୍ମୀ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି। ଏହାକୁ ନେଇ ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କ ନାମରେ ଏମ୍‌ଭି-୭୯ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ବିଶାଳ ସିଂହ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଖବରରୁ ଜଣାପଡ଼ିଛି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଇଲା ସେନ୍‌ ତାଙ୍କୁ ସହକର୍ମୀମାନେ ହଇରାଣ କରୁଛନ୍ତି ବୋଲି ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ବୁଧବାର ଏହାର ତଦନ୍ତ ପାଇଁ ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରି, ସିଆର୍‌ସିସି ସୁଭାଷ ମଣ୍ଡଳ, ଏସ୍‌ଏମ୍‌ସି ସଭାପତି ସମସ୍ତେ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ଇଲାଙ୍କୁ ଡାକି ଅଧିକାରୀମାନେ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଥିଲେ। ଏହି ସମୟରେ ଶିକ୍ଷୟିତ୍ରୀ ଇଲା ଅଧିକାରୀଙ୍କ ସମ୍ମୁଖରେ ଶିକ୍ଷକ ବେହେରାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି। ୩ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଶିକ୍ଷୟିତ୍ରୀଙ୍କ ଏପରି ଆଚରଣ ପ୍ରଦର୍ଶନକୁ ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀ ନାପସନ୍ଦ କରିଛନ୍ତି। ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସିଆର୍‌ସିସି ଓ ବିଇଓଙ୍କୁ ଦାବିପତ୍ର ଦେଇଛନ୍ତି। ଘଟଣା ସମ୍ପକର୍ର୍ରେ ଏବିଇଓ ଅସିତ ମିସ୍ତ୍ରି ଓ ଚିନ୍ତାହରଣ ମଧୁଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣା ସତ୍ୟ। ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି। ଏସ୍‌ଏମ୍‌ସି ସଭାପତି ସୁମନ୍ତ ରାୟ କହିଛନ୍ତି, ଶିକ୍ଷୟିତ୍ରୀ ରାଗିଯାଇ ଯାହା କଲେ ତାହା ଠିକ୍‌ କରିନାହାନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ମାଡ଼ ଖାଇଥିବା ଶିକ୍ଷକ ବେହେରାଙ୍କୁ ପଚାରିବାରୁ ସେ କହିଲେ, ସାର୍‌ମାନେ ତଦନ୍ତ ପାଇଁ ମୋତେ ରୁମ୍‌କୁ ଡାକିଥିଲେ। ମୁଁ ଯାଇ ତଦନ୍ତ ପ୍ରକୋଷ୍ଠର ଏକ ଚେୟାରରେ ବସିଥିବାବେଳେ ଶିକ୍ଷୟିତ୍ରୀ ଇଲା ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏ ସଂକ୍ରାନ୍ତରେ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଇଲାଙ୍କୁ ପଚାରିବାକୁ ଫୋନ (ନଂ. ୯୮୬୧୬୩୮୩୬୯) ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri