Categories: ଖେଳ

କ୍ୱାର୍ଟର ଫାଇନାଲରେ ହାରିିଗଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌, ୨୦ା୩ (ପି.ଟି.)- ଭାରତ ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଶୁକ୍ରବାର ସେ ନେଦରଲାଣ୍ଡ୍ସର ମାର୍କ କାଲ୍‌ଜୋଙ୍କଠାରୁ ୧୭-୨୧, ୨୧-୧୬, ୧୭-୨୧ରେ ହାରିଯାଇଛନ୍ତି। ଫଳରେ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗରେ ଭାରତର ଚ୍ୟାଲେଞ୍ଜ ଶେଷ ହୋଇଛି। ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନ ପୋନ୍ନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀ ମଧ୍ୟ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। କ୍ୱାର୍ଟରଫାଇନାଲରେ ସେମାନେ ନେଦରଲାଣ୍ଡ୍ସର ସେଲେନା ପିକ୍‌ ଓ ଚେରିଲ ସିନେନ୍‌ଙ୍କଠାରୁ ୨୨-୨୪, ୧୨-୨୧ରେ ପରାସ୍ତ ହୋଇଯାଇଛନ୍ତି। ବିଶ୍ୱର ୧୦ନମ୍ବର ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର କିମ୍‌ ଆଷ୍ଟ୍ରପ୍‌ ଓ ଆଣ୍ଡର୍ସ ସ୍କାରପ୍‌ ରସମୁସେନ୍‌ଙ୍କଠାରୁ ୧୬-୨୧, ୨୧-୧୧, ୧୭-୨୧ରେ ପରାଜିତ ହୋଇ ଇଭେଣ୍ଟରୁ ବିଦାୟ ନେଇଥିଲେ।

Share