ଟାର୍ଗେଟରେ ଥିଲେ ଆମେରିକାର ଅନ୍ୟ ରାଷ୍ଟ୍ରପତି, ପ୍ରାର୍ଥୀ

ଓ୍ବାଶିଂଟନ୍‌,୧୫ା୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅତୀତରେ ଆମେରିକାର ଅନେକ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣ ରାଷ୍ଟ୍ରପତିଙ୍କ ଜୀବନ ଯାଇଛି।

ଆବ୍ରାହାମ ଲିଙ୍କନ: ଗୁଳିକାଣ୍ଡରେ ପ୍ରାଣ ହରାଇବାରେ ଆବ୍ରାହାମ ଲିଙ୍କନ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି। ଦେଶର ଏହି ୧୬ଶ ରାଷ୍ଟ୍ରପତିଙ୍କୁ ୧୮୬୫ ମସିହା ଏପ୍ରିଲ ୧୪ରେ ଜନ୍‌ ଓ୍ବିଲ୍‌କେସ୍‌ ବୁଥ୍‌ ଗୁଳି କରିଥିଲେ। ଲିଙ୍କନ ତାଙ୍କ ସ୍ତ୍ରୀ ମେରିଙ୍କ ସହ ଓ୍ବାଶିଂଟନର ଫୋର୍ଡ ଥିଏଟରଠାରେ ଏକ ସ୍ବତନ୍ତ୍ର କମେଡି ଶୋ’ ଦେଖୁଥିବାବେଳେ ଗୁଳିକାଣ୍ଡ ହୋଇଥିଲା। ତାଙ୍କ ମୁଣ୍ଡ ପଛପାର୍ଶ୍ୱରେ ଗୁଳି ବାଜିଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତା’ ପରଦିନ ସେ ଆଖି ବୁଜିଥିଲେ। ଲିଙ୍କନ୍‌ ଅଣଶ୍ୱେତାଙ୍ଗମାନଙ୍କ ଅଧିକାରକୁ ସମର୍ଥନ କରିବାରୁ ତାଙ୍କୁ ଗୁଳି କରାଯାଇଥିଲା।

ଜେମ୍‌ସ ଗାର୍‌ଫିଲ୍ଡ: ଗୁଳିକାଣ୍ଡରେ ନିହତ ହେବାରେ ଜେମ୍‌ସ ଗାର୍‌ଫିଲ୍ଡ ହେଉଛନ୍ତି ଆମେରିକାର ଦ୍ୱିତୀୟ ରାଷ୍ଟ୍ରପତି। ଏହି ୨୦ତମ ରାଷ୍ଟ୍ରପତି ୧୮୮୧ ଜୁଲାଇ ୨ରେ ନ୍ୟୁ ଇଂଲଣ୍ଡକୁ ଟ୍ରେନ୍‌ ଧରିବା ପାଇଁ ଓ୍ବାଶିଂଟନ ଷ୍ଟେଶନରେ ଚାଲୁଥିବାବେଳେ ଚାର୍ଲସ ଗୁଇଟିଉ ତାଙ୍କୁ ଗୁଳି କରିଥିଲେ। ଗାର୍‌ଫିଲ୍ଡଙ୍କ ଛାତିରେ ଗୁଳି ବାଜିଥିଲା ଓ କିଛି ସପ୍ତାହର ଚିକିତ୍ସା ପରେ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ରାଷ୍ଟ୍ରପତି ଭାବେ ମାତ୍ର ୬ ମାସ କ୍ଷମତାରେ ରହିଥିଲେ।

ଓ୍ବିଲିୟମ୍‌ ମାକିନ୍‌ଲି: ଆମେରିକାର ୨୫ତମ ରାଷ୍ଟ୍ରପତି ଓ୍ବିଲିୟମ୍‌ ମାକିନ୍‌ଲି ୧୯୦୧ ସେପ୍ଟେମ୍ବର ୬ରେ ନ୍ୟୁୟର୍କର ବୁଫାଲୋରେ ଭାଷଣ ଦେଇସାରି ଲୋକମାନଙ୍କ ସହ କରମର୍ଦ୍ଦନ କରୁଥିବାବେଳେ ଅତି ନିକଟରୁ ଜଣେ ବ୍ୟକ୍ତି ତାଙ୍କ ଛାତିକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଦ୍ୱିତୀୟ ପାଳି ରାଷ୍ଟ୍ରପତି ହେବାର ୬ ମାସ ପରେ ତାଙ୍କୁ ଗୁଳି ହୋଇଥିଲା ଏବଂ ୮ ଦିନର ଚିକିତ୍ସା ପରେ ସେ ପ୍ରାଣ ହରାଇଥିଲେ। ଲେଓନ୍‌ ଏଫ୍‌. ଜୋଲ୍‌ଗୋଜ ନାମକ ଜଣେ ୧୮ ବର୍ଷୀୟ ବେରୋଜଗାରୀ ଗୁଳି ଚଳାଇଥିବା ସ୍ବୀକାର କରିଥିଲେ। ସେହିବର୍ଷ ଅକ୍ଟୋବର ୨୯ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ: ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ ରାଷ୍ଟ୍ରପତି ନିର୍ବାଚିତ ହୋଇ ୧୯୩୩ ଫେବୃଆରୀରେ ମାୟାମିଠାରେ ଭାଷଣ ଦେଉଥିବାବେଳେ ପଛରୁ ତାଙ୍କୁ ଗୁଳି ହୋଇଥିଲା। ରୁଜ୍‌ଭେଲ୍ଟ ଆକ୍ରମଣରୁ ବର୍ତ୍ତି ଯାଇଥିବାବେଳେ ତାଙ୍କ ପାଖରେ ଥିବା ଶିକାଗୋ ମେୟର ଆଣ୍ଟୋନ୍‌ ସେର୍‌ମାର୍କ ନିହତ ହୋଇଥିଲେ। ଆକ୍ରମଣକାରୀ ଗୁଇସେପେ ଜାଙ୍ଗାରା ଦୋଷୀସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ପାଇଥିଲେ।
ହାରି ଏସ୍‌. ଟ୍ରୁମାନ୍‌: ଆମେରିକାର ୩୩ତମ ରାଷ୍ଟ୍ରପତି ହାରି ଏସ୍‌. ଟ୍ରୁମାନ୍‌ ୧୯୫୦ ମସିହା ନଭେମ୍ବରରେ ହ୍ବାଇଟ୍‌ ହାଉସ୍‌ ନିକଟ ବ୍ଲେୟାର ହାଉସ୍‌ରେ ରହିଥିବାବେଳେ ୨ ଜଣ ବନ୍ଧୁକଧାରୀ ସେଠାରେ ପ୍ରବେଶ କରି ଗୁଳି ଚଳାଇଥିଲେ। ଟ୍ରୁମାନ୍‌ ଆହତ ହୋଇ ନ ଥିବାବେଳେ ଗୁଳି ବିନିମୟ ବେଳେ ହ୍ବାଇଟ୍‌ ହାଉସ୍‌ର ଜଣେ ପୋଲିସ ଓ ଜଣେ ଆତତାୟୀ ନିହତ ହୋଇଥିଲେ।

ଜନ୍‌ ଏଫ୍‌ କେନେଡି: ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡିଙ୍କୁ ୧୯୬୩ରେ ଗୁଳି ହୋଇଥିଲା । କେନେଡିଙ୍କୁ ପାର୍କଲ୍ୟାଣ୍ଡ ମେମୋରିଆଲ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ଗୁଳି ଚଳାଇଥିବା ଲି ହାର୍ଭେ ଓସ୍‌ଓ୍ବାଲ୍ଡଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିବାବେଳେ ସେଠାରେ ଡଲାସ ନାଇଟ୍‌କ୍ଲବ୍‌ ମାଲିକ ଜାକ୍‌ ରୁବି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଏହା ବ୍ୟତୀତ ୩୮ତମ ରାଷ୍ଟ୍ରପତି ଗେରାଲ୍ଡ ଫୋର୍ଡ ୧୯୭୫ରେ ୨ ଥର ହତ୍ୟା ଉଦ୍ୟମର ଶିକାର ହୋଇ ବର୍ତ୍ତିଯାଇଥିଲେ। ସେହିପରି ଆମେରିକାର ୪୦ତମ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ୧୯୮୧ ମାର୍ଚ୍ଚରେ ଓ୍ବାଶିଂଟନ ଡିସିରେ ଭାଷଣ ଦେଇ ନିଜ ମୋଟରକେଡ୍‌ ନିକଟକୁ ଯାଉଥିବାବେଳେ ଜନ୍‌ ହିଙ୍କ୍‌ଲି ଜୁନିୟର ତାଙ୍କୁ ଗୁଳି କରିଥିଲେ। ରେଗାନ୍‌ ଆକ୍ରମଣରୁ ବର୍ତ୍ତିଯାଇଥିବାବେଳେ ତାଙ୍କ ପ୍ରେସ୍‌ ସେକ୍ରେଟାରୀଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ୪୩ତମ ରାଷ୍ଟ୍ରପତି ଜର୍ଜ ଡବ୍ଳ୍ୟୁ ବୁଶ୍‌ ୨୦୦୫ରେ ଜର୍ଜିଆ ରାଷ୍ଟ୍ରପତି ମିଖାଇଲ୍‌ ସାକଶଭିଲିଙ୍କ ସହ ଟିବିଲିସିଠାରେ ଏକ ରାଲିରେ ଯୋଗଦେଇଥିବାବେଳେ ହ୍ୟାଣ୍ଡ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଗ୍ରେନେଡ୍‌ ବିସ୍ଫୋରଣ ନ ହେବାରୁ କେହି ଆହତ ହୋଇ ନ ଥିଲେ।

ଥେଓଡର ରୁଜ୍‌ଭେଲ୍ଟ ୨ ଥର ଆମେରିକାର ରାଷ୍ଟ୍ରପତି ରହି ୧୯୧୨ରେ ତୃତୀୟ ଥର ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ବେଳେ ତାଙ୍କୁ ଗୁଳି ହୋଇଥିଲା। ତେବେ ତାଙ୍କ ପକେଟରେ ମେଟାଲ ଗ୍ଲାସ୍‌ ଥିବାରୁ ଗୁଳିମାଡ଼ରେ ସେ ଗୁରୁତର ହୋଇ ନ ଥିଲେ। ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍‌. କେନେଡି ୧୯୬୮ରେ କାଲିଫର୍ନିଆ ପ୍ରାଇମେରି ଜିତିବା ପରେ ଲସ୍‌ ଏଞ୍ଜେଲସ୍‌ ହୋଟେଲରେ ତାଙ୍କୁ ହତ୍ୟା କରାଯାଇଥିଲା। ରବର୍ଟ କେନେଡି ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡିଙ୍କ ଭାଇ ଏବଂ ସେ ପୂର୍ବରୁ ନ୍ୟୁୟର୍କରୁ ସିନେଟର ଥିଲେ। ୧୯୭୨ରେ ମେରିଲ୍ୟାଣ୍ଡରେ ପ୍ରଚାର ପାଇଁ ଅଟକିଥିବା ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରାଯାଇଥିଲା। ଫଳରେ ତାଙ୍କ ଅଣ୍ଟା ତଳୁ ଅଚଳ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?