ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି

Dillip Cherian

କରୋନା ଭୂତାଣୁ ମହାମାରୀର ଦ୍ୱିତୀୟ ଲହର ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ବୃହତ୍‌ ସହରଗୁଡ଼ିକରେ ବିଧ୍ୱଂସକ ସାଜିଛି। ଏହା ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ପରାସ୍ତ କରିଦେଇଛି। ଏବେ ଭାରତରେ ସବୁଠୁ ଅଧିତ୍କ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିଛି ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ମହାମାରୀର ଏହି ଦ୍ୱିତୀୟ ଲହର ଦେଶକୁ ଆଗକୁ ବଢିବାରେ ସାହାଯ୍ୟ କରୁଥିତ୍ବା ପ୍ରତିଷ୍ଠିତ ପ୍ରଶାସନିକ ସେବାଗୁଡ଼ିକୁ ମଧ୍ୟ ଛାଡ଼ି ନାହିଁ। ସୂତ୍ରରୁ ପ୍ରକାଶ ଯେ, ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌ ଓ ଅନ୍ୟ ସେବାର ୧୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଅଧିକାରୀ କୋଭିଡ୍‌ରେ ପ୍ରାଣ ହରାଇସାରିଲେଣି। ବିହାର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂ ଏବଂ ତାଙ୍କ ୧୯୮୫ ବ୍ୟାଚ୍‌ର ଆଉ ୩ ଜଣ ଅଧିକାରୀ- ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଣଜିତ ସିହ୍ନା, ଭୂମି ସଂସାଧନ ବିଭାଗର ପୂର୍ବତନ ସଚିବ ଆର. ବୁର୍ହିଲ , ବିହାର ପଞ୍ଚାୟତିରାଜ ବିଭାଗର ଦାୟିତ୍ୱରେ ଥିତ୍ବା ନିର୍ଦ୍ଦେଶକ ଏବଂ ଆହୁରି ଅନେକଙ୍କର ମୃତ୍ୟୁ ଖବର ବାବୁମାନଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଛି। ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶ ଆଇଏଏସ୍‌ ସଂଘର ସଭାପତି ଦୀପକ ତ୍ରିବେଦୀ ଓ ବିହାର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଆର୍‌.ଏସ୍‌. ଚୌଧୁରୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି। ଚଳିତ ସପ୍ତାହରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ପାଖାପାଖି ଦୁଇ ଡଜନ ବାବୁଙ୍କର ପଜିଟିଭ ଚିହ୍ନଟ ହୋଇଛି। ମହାମାରୀ ସଂକ୍ରମଣରେ ଦେଶର କ୍ଷମତାଶାଳୀ ବ୍ୟକ୍ତିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି ଭ ପରିବାରର ସ୍ବାସ୍ଥ୍ୟକୁ ନେଇ ସେମାନେ ଚିନ୍ତିତ । ତଥାପି ଏହି ସଙ୍କଟ ସମୟରେ ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢୁଛନ୍ତି। ସାଧାରଣତଃ ନିୟତିର ପରିବର୍ତ୍ତିତ ପରିସ୍ଥିତି ବହୁ ସମୟରେ ଦେଶର ନାଗରିକଙ୍କୁ କଷ୍ଟ ଦେଇଥାଏ। ଏହା ବିରୋଧରେ ଦେଶର ସିଷ୍ଟମ ବା ବ୍ୟବସ୍ଥା ଏକ ଶକ୍ତ ପାଚେରି ଭାବେ କାମ କରେ। ଏଥର କିନ୍ତୁ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ଏହା ଦେଶର ପ୍ରତିଷ୍ଠିତ ପ୍ରଶାସକମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ନୂଆ ଅନୁଭବ । ପୂର୍ବର ଭରସାଯୋଗ୍ୟ ନେଟ୍‌ଓ୍ବର୍କ ଏବଂ ବିଶ୍ୱସନୀୟ ଯୋଗାଯୋଗ ମଧ୍ୟ ବିଫଳ ହୋଇଛି।
ପୋଲିସ ଅଧିକାରୀ ଫେରିଲେ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଘମାଘୋଟ ଲଢେଇ ପରେ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ତାଙ୍କ ଘର ସଜାଡ଼ିବାରେ ଏବେ ବ୍ୟସ୍ତ ରହିଛନ୍ତି। ଜଣାପଡ଼ିଛି ଯେ, ପ୍ରଚାର ବେଳେ ନିର୍ବାଚନ କମିଶନ ବଦଳି କରିଥିତ୍ବା ବହୁ ବରିଷ୍ଠ ଆଇପିଏସ୍‌ ଅଧିତ୍କାରୀମାନଙ୍କୁ ସେ ପୁଣି ସେମାନଙ୍କ ପଦକୁ ଫେରାଇ ଆଣୁଛନ୍ତି । ମମତା ବାନାର୍ଜୀ ଶପଥ ନେବାର କେଇ ଘଣ୍ଟା ଭିତରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ରଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ପୁଣି ନିଯୁକ୍ତ କରିଛନ୍ତି। ବୀରେନ୍ଦ୍ର ଚଳିତ ମାସରେ ଅବସର ଗ୍ରହଣ କରିବେ। ବିବେକ ସହାୟଙ୍କୁ ସୁରକ୍ଷା ନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ କରାଯାଇଛି। ରାଜ୍ୟ ସରକାର ପୋଲିସ ପ୍ରଶାସନରେ ରହିଥିବା ଅବ୍ୟବସ୍ଥା ଦୂର କରିବା ଲାଗି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଥିତ୍ପାଇଁ ନିର୍ବାଚନ ସମୟରେ ସନ୍ଦେହ ଘେରକୁ ଆସିଥିବା ଏବଂ ନିୟମ ଉଲ୍ଲଂଘନ କରିଥିବା ବହୁ ସଂଖ୍ୟକ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ତେବେ ସ୍ବାଭାବିକ ସ୍ଥିତି ଫେରିବାକୁ ସମୟ ଲାଗିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ କିଛି ନିିର୍ଦ୍ଦିଷ୍ଟ ଅଞ୍ଚଳରେ ହିଂସା ପ୍ରକାଶ ପାଇବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାର ଶୀର୍ଷ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଟିମ୍‌କୁ୍‌ ସେଠାକୁ ପଠାଇଛି। ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ ସ୍ତରର ଅଧିକାରୀ। ରାଜ୍ୟରେ ତୃଣମୂଳ ସ୍ତରରେ ପରିସ୍ଥିତି ଆକଳନ କରିବା ସହ ହିଂସାର କାରଣ ଜାଣିବା ଲାଗି ଏହି ଟିମ୍‌ ପଠାଯାଇଛି। ଏହାଦ୍ୱାରା ଦିଦି ଏବଂ କେନ୍ଦ୍ର ମଧ୍ୟରେ ଏବେ ଏକ ନୂଆ ବିବାଦ ସୃଷ୍ଟି ହେବା ସମ୍ଭାବନା ରହିଛି।
ଇସି ଦୁଇଫାଳ
କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହର ସମୟରେ ନିର୍ବାଚନ ପରିଚାଳନାକୁ ନେଇ ନିର୍ବାଚନ କମିଶନ (ଇସି)ଙ୍କ ଭୂମିକାକୁ ମାଡ୍ରାସ ହାଇକୋର୍ଟ ତୀବ୍ର ନିନ୍ଦା କରିବା ସହ ଦୋଷ ଲଦିଥିଲେ। ଏହାର ପ୍ରତିକ୍ରିୟାରେ ଇସି ଏବେ ଦୁଇଫାଳ ହୋଇଯାଇଛି। ହାଇକୋର୍ଟଙ୍କ ନିନ୍ଦା ବିରୋଧରେ ଇସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିତ୍ଲେ, କିନ୍ତୁ ଏହାର ପିଟିଶନ ଖାରଜ ହୋଇଗଲା। ଇସି ପ୍ୟାନେଲ କାଉନ୍‌ସିଲ ମଧ୍ୟରୁ ଜଣେ ଇସ୍ତଫା ଦେଇଛନ୍ତି। ୧୨ ଏପ୍ରିଲରେ ମୁଖ୍ୟ ନିର୍ବାଚନ କିମିଶନ ( ସିଇସି) ସୁନୀଲ ଅରୋରା ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ କମିଶନରେ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନ ଏବଂ ରାଜୀବ କୁମାର ନିର୍ବାଚନ କମିଶନର ଭାବେ ରହିଛନ୍ତି। ତୃତୀୟ ନିର୍ବାଚନ କମିଶନର ପଦବୀ ଖାଲି ପଡ଼ିଛି। ଗତଥର ନିର୍ବାଚନ କମିଶନ ମଧ୍ୟରେ ଯେତେବେଳେ ମତଭେଦ ହୋଇଥିଲା ସେତେବେଳେ କ’ଣ ଘଟିଥିଲା ତାହା ଅନେକଙ୍କର ମନେଥିବ। ୨୦୧୯ ସାଧାରଣ ନିର୍ବାଚନରେ ସେତେବେଳର ନିର୍ବାଚନ କମିଶନର ଅଶୋକ ଲାଭାସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କୁ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ କ୍ଲିନ୍‌ଚିଟ୍‌ ଦେବାକୁ ବିରୋଧ କରିଥିଲେ। ତାହା କିଭଳି ହୋଇଥିତ୍ଲା ସେ ବିଷୟରେ ଆମେ ସମସ୍ତେ ଜାଣୁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri