Posted inଜାତୀୟ

ସତ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ, ୬।୮(ପି.ଟି.):ପେଗାସସ୍‌ ଗୁପ୍ତଚରଗିରି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ଅଭିଯୋଗ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍‌କୁ ସରକାର ରାଜନେତା, ସାମାଜିକ କର୍ମୀ ଏବଂ ଖବରଦାତାମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଅଦାଲତଙ୍କ ତତ୍ତ୍ୱାଧାନରେ ହେଉ ବୋଲି ଦାବି କରୁଥିବା ଆବେଦନକାରୀ ଏନେଇ ଫୌଜଦାରି ମାମଲା ରୁଜୁ କରିବା ପାଇଁ ଉଦ୍ୟମ କରିଥିଲେ କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମାନ୍ନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ପିଟିଶନର ଶୁଣାଣି କରିବା ଅବସରରେ ସୂଚନା ପ୍ରଯୁକ୍ତି ଏବଂ ଟେଲିଗ୍ରାଫ୍‌ ଆଇନରେ କ’ଣ ପାଇଁ କେହି ଅଭିଯୋଗ ଦାଏର କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
ଆବେଦନକାରୀମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ଅଭିଯୋଗ ସମ୍ପର୍କିତ ପ୍ରତ୍ୟକ୍ଷ ତଥ୍ୟ ମିଳିନାହିଁ। ଜଣେ ଆବେଦନକାରୀ ପ୍ରଧାନମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିଥିବାରୁ ଖଣ୍ଡପୀଠ ଏହା ଉପରେ ଆପତ୍ତି ଉଠାଇଥିଲେ। ଆବେଦନର ନକଲ ସରକାରଙ୍କ ପାଖରେ ଦାଖଲ କରିବାକୁ ଖଣ୍ଡପୀଠ କହିଥିଲେ, ଯେପରି ୧୦ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ କେହି ପ୍ରତିନିଧିତ୍ୱ କରିପାରିବେ। ଆବେଦନକାରୀ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ଶିକ୍ଷିତ ଓ ବିଜ୍ଞ ବ୍ୟକ୍ତି ହୋଇଥିବାବେଳେ ସେମାନେ ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବା ଆବଶ୍ୟକ ଥିଲା ବୋଲି କୋର୍ଟ କହିଥିଲେ। ୨୦୧୯ ମେ’ରେ ଏହି ରିପୋର୍ଟ ସାମ୍‌ନାକୁ ଆସିଥିଲା। ଆବେଦନକାରୀ ଚାହିଁଥିଲେ ଅଧିକ ତଥ୍ୟ ସଂଗ୍ରହ କରିପାରିଥାନ୍ତେ। କେତେଜଣ ଆବେଦନକାରୀ ସେମାନଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ କରିଛନ୍ତି। ଟେଲିଗ୍ରାଫ୍‌ ଆଇନ କିମ୍ବା ସୂଚନା ପ୍ରଯୁକ୍ତି ଆଇନରେ ଏନେଇ ଫୌଜଦାରି ମାମଲା ଦାଏର କରିବା ବ୍ୟବସ୍ଥା ରହିଥିଲେ ମଧ୍ୟ କେହି ଆବେଦନ ନ କରିବା କାରଣ କ’ଣ ବୋଲି ଅଦାଲତ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri