ଦୋଷ ଢାଙ୍କିଲେ ଅବକାରୀ ଅଧୀକ୍ଷକ

ପୁରୀ ଅଫିସ,୭ା୬:ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ଦୁଇ ବିଭାଗର ଭୂମିକା ସନ୍ଦେହ ଘେରକୁ ଆସିଛି। ଏଭଳି ସ୍ଥିତିରେ ଅଭିଯୋଗକାରୀ ଇନ୍ସପେକ୍ଟର ପଣ୍ଡାଙ୍କ ମୁଣ୍ଡ ଦୋଷ ଥିବା କହି ଅବକାରୀ ଅଧୀକ୍ଷକ ନିଜ ଉପରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିବା ଘଟଣା ହଟଚମଟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପଣ୍ଡାଙ୍କ ନିର୍ଭୀକ ଅଧିକାରୀ ଛବି ଏବଂ ‘ଯିଏ ସତ କୁହେ ସେ ପାଗଳ’ ପୋଷ୍ଟ ଟ୍ରେଣ୍ଡ କରିବାରେ ଲାଗିଛି।
ରାଜ୍ୟ ଅବକାରୀ କମିଶନରଙ୍କୁ ଗତ ୪ ତାରିଖରେ ଚିଠି ଲେଖି ଇନ୍ସପେକ୍ଟର ପଣ୍ଡା ଅଭିଯୋଗ କରିଥିଲେ ଯେ, ଅବକାରୀ ବିଭାଗ ଚଢ଼ାଉ କରୁଛି, ମାତ୍ର ପୁରୀ ପୋଲିସ ନିଶାବେପାରୀଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଛାଡ଼ିଦେଉଛି। ଫଳରେ ସେମାନେ ଅବକାରୀ ବିଭାଗକୁ ଡରୁନାହାନ୍ତି। ଅବକାରୀ ବିଭାଗରେ ପୋଲିସ ବିଭାଗର ହସ୍ତକ୍ଷେପ ବଢ଼ୁଛି। ସେହିଭଳି ସୀମିତ ସଂଖ୍ୟକ କର୍ମଚାରୀ, କମ୍‌ ଦରମା ସାଙ୍ଗକୁ କ୍ବାର୍ଟର୍ସ, ଗାଡ଼ି, ସରକାରୀ ପ୍ରୋତ୍ସାହନ କିମ୍ବା ମେଡାଲ କିଛି ନାହିଁ। ପୁରୀ ଅବକାରୀ ଅଧୀକ୍ଷକ ମଧ୍ୟ କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି ଓ ପୋଲିସର ହସ୍ତକ୍ଷେପକୁ ବିରୋଧ କରୁନାହାନ୍ତି ବୋଲି ପଣ୍ଡା ଅଭିଯୋଗ କରିଥିଲେ। ତେବେ ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା କହିଛନ୍ତି, ଗତ ୨ତାରିଖରେ ପ୍ରଥମ ଥର ପାଇଁ ପଣ୍ଡା ଯେଉଁ ପତ୍ର ଦେଇଥିଲେ ସେଥିରେ ମହିଳା କନଷ୍ଟେବଳ ନିଯୁକ୍ତି ଆବଶ୍ୟକ ଥିବା ଉଲ୍ଲେଖ ଥିଲା। ପୁରୀରେ ସବୁଠାରୁ ଅଧିକ ବ୍ରାଉନସୁଗାର ଜବତ ହେଉଛି। ନିକଟରେ ୪ କିଲୋ ବ୍ରାଉନସୁଗାର ଜବତ ହୋଇଥିଲା। ପୋଲିସକୁ ବଟି ଦେଇ ନିଶାବେପାରୀମାନେ କାର୍ଯ୍ୟ କରୁଥିବା ଅଭିଯୋଗ ସମ୍ପର୍କରେ ପଣ୍ଡା ମୋତେ ପୂର୍ବରୁ କେବେ ଅବଗତ କରାଇ ନାହାନ୍ତି। ଯଦି ଏଭଳି ଘଟଣା ତାଙ୍କ ନଜରରେ କେଉଁଠାରେ ଆସିଥିଲା, ତେବେ ମୋତେ କାହିଁକି ଜଣାଇଲେ ନାହିଁ। ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଆଉ କାହା ଉପରେ ଦୋଷ ଲଦିବା କଥା ନୁହେଁ। ପଣ୍ଡାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ସେହିପରି ପୋଲିସ ଲାଞ୍ଚ ନେଉଥିବା ନେଇ ମୋ’ ପାଖରେ କୌଣସି ସୂଚନା ନାହିଁ। ପୋଲିସ ସହଯୋଗରେ କାମ ହେଉଛି। ପ୍ରତି ମାସରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଉଛି। ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଅଣାଯିବା କଥା। ସାମୂହିକ ଭାବେ ପୁରୀ ପୋଲିସକୁ ଦୋଷ ଦେବା ଉଚିତ୍‌ ହୋଇନାହିଁ। ଇନ୍ସପେକ୍ଟର ପଣ୍ଡା ମାନସିକ ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିବା ତାଙ୍କ ଭଉଣୀ ଓ ସ୍ତ୍ରୀ ପୂର୍ବରୁ କହିଥିଲେ। ତେବେ ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ମୁଁ ସ୍ପଷ୍ଟ ଭାବେ କହିପାରିବି ନାହିଁ। ସେହିଭଳି ଗତ ୨ତାରିଖରେ ଜଣେ ମହିଳା ସବ୍‌ଇନ୍ସପେକ୍ଟର ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ବୋଲି ଜେନା କହିଛନ୍ତି। ଅନ୍ୟପକ୍ଷରେ ଇନ୍ସପେକ୍ଟର ପଣ୍ଡା କହିଛନ୍ତି, ଅବକାରୀ ଅଧୀକ୍ଷକ ନିଜକୁ ବଞ୍ଚାଇବାକୁ ଯାଇ ମୋତେ ପାଗଳ ସଜାଉଛନ୍ତି। ସତ ସମସ୍ତଙ୍କ ସମ୍ମୁଖରେ ରହିଛି। ମୋର ମାନସିକ ସ୍ଥିତି ଖରାପ ଥିବା ସତ୍ତ୍ବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା କାହିଁକି। ଏବେ ସତ କହିବା ପରେ ମୋତେ ପାଗଳ ସଜାଇବାକୁ ଚେଷ୍ଟା କରାଯାଉଛି। ଏନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି, ଏଭଳି ଅଭିଯୋଗ ସମ୍ପର୍କରେ ମୋ’ ନିକଟରେ କିଛି ସୂଚନା ନାହିଁ। ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଦୁର୍ନୀତିରେ ସାମିଲ ନୁହନ୍ତି। ପୁରୀ ପୋଲିସ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରୁଛି। ସେହିପରି ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂ କହିଛନ୍ତି, ଏନେଇ ମୋ ନିକଟକୁ କୌଣସି ଚିଠି ଆସିନାହିଁ। ତେବେ ଗଣମାଧ୍ୟମରୁ ମୁଁ ଏ ବିଷୟରେ ଜାଣିବାକୁ ପାଇଛି। ଏହାକୁ ଆଧାର କରି ପୁରୀ ଜିଲାପାଳଙ୍କୁ ରିପୋର୍ଟ ମଗାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ପୁରୀବାସୀ ଇନ୍ସପେକ୍ଟର ପଣ୍ଡାଙ୍କୁ ଜଣେ ସ୍ବଚ୍ଛ ଓ ନିର୍ଭୀକ ଅଧିକାରୀ ବୋଲି ଦର୍ଶାଇ ସୋସିଆଲ୍‌ ମିଡ଼ିଆରେ ତାଙ୍କ ଫଟୋ ପୋଷ୍ଟ କରୁଛନ୍ତି। ନିଜେ ସରକାରୀ ଅଧିକାରୀ ହୋଇ ମଧ୍ୟ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବାର ସାହସ ତାଙ୍କର ଥିବାରୁ ତାଙ୍କୁ ଜଣେ ନିର୍ଭୀକ ଅଧିକାରୀ ଭାବେ ଚିତ୍ରଣ କରାଯାଉଛି। ‘ଯିଏ ସତ କୁହେ ସିଏ ପାଗଳ’ ବୋଲି ଲେଖି ସୋସିଆଲ ମିଡ଼ିଆରେ ପଣ୍ଡାଙ୍କୁ ସମର୍ଥନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri