ଦୋଷ ଢାଙ୍କିଲେ ଅବକାରୀ ଅଧୀକ୍ଷକ

ପୁରୀ ଅଫିସ,୭ା୬:ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ଦୁଇ ବିଭାଗର ଭୂମିକା ସନ୍ଦେହ ଘେରକୁ ଆସିଛି। ଏଭଳି ସ୍ଥିତିରେ ଅଭିଯୋଗକାରୀ ଇନ୍ସପେକ୍ଟର ପଣ୍ଡାଙ୍କ ମୁଣ୍ଡ ଦୋଷ ଥିବା କହି ଅବକାରୀ ଅଧୀକ୍ଷକ ନିଜ ଉପରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିବା ଘଟଣା ହଟଚମଟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପଣ୍ଡାଙ୍କ ନିର୍ଭୀକ ଅଧିକାରୀ ଛବି ଏବଂ ‘ଯିଏ ସତ କୁହେ ସେ ପାଗଳ’ ପୋଷ୍ଟ ଟ୍ରେଣ୍ଡ କରିବାରେ ଲାଗିଛି।
ରାଜ୍ୟ ଅବକାରୀ କମିଶନରଙ୍କୁ ଗତ ୪ ତାରିଖରେ ଚିଠି ଲେଖି ଇନ୍ସପେକ୍ଟର ପଣ୍ଡା ଅଭିଯୋଗ କରିଥିଲେ ଯେ, ଅବକାରୀ ବିଭାଗ ଚଢ଼ାଉ କରୁଛି, ମାତ୍ର ପୁରୀ ପୋଲିସ ନିଶାବେପାରୀଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଛାଡ଼ିଦେଉଛି। ଫଳରେ ସେମାନେ ଅବକାରୀ ବିଭାଗକୁ ଡରୁନାହାନ୍ତି। ଅବକାରୀ ବିଭାଗରେ ପୋଲିସ ବିଭାଗର ହସ୍ତକ୍ଷେପ ବଢ଼ୁଛି। ସେହିଭଳି ସୀମିତ ସଂଖ୍ୟକ କର୍ମଚାରୀ, କମ୍‌ ଦରମା ସାଙ୍ଗକୁ କ୍ବାର୍ଟର୍ସ, ଗାଡ଼ି, ସରକାରୀ ପ୍ରୋତ୍ସାହନ କିମ୍ବା ମେଡାଲ କିଛି ନାହିଁ। ପୁରୀ ଅବକାରୀ ଅଧୀକ୍ଷକ ମଧ୍ୟ କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି ଓ ପୋଲିସର ହସ୍ତକ୍ଷେପକୁ ବିରୋଧ କରୁନାହାନ୍ତି ବୋଲି ପଣ୍ଡା ଅଭିଯୋଗ କରିଥିଲେ। ତେବେ ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା କହିଛନ୍ତି, ଗତ ୨ତାରିଖରେ ପ୍ରଥମ ଥର ପାଇଁ ପଣ୍ଡା ଯେଉଁ ପତ୍ର ଦେଇଥିଲେ ସେଥିରେ ମହିଳା କନଷ୍ଟେବଳ ନିଯୁକ୍ତି ଆବଶ୍ୟକ ଥିବା ଉଲ୍ଲେଖ ଥିଲା। ପୁରୀରେ ସବୁଠାରୁ ଅଧିକ ବ୍ରାଉନସୁଗାର ଜବତ ହେଉଛି। ନିକଟରେ ୪ କିଲୋ ବ୍ରାଉନସୁଗାର ଜବତ ହୋଇଥିଲା। ପୋଲିସକୁ ବଟି ଦେଇ ନିଶାବେପାରୀମାନେ କାର୍ଯ୍ୟ କରୁଥିବା ଅଭିଯୋଗ ସମ୍ପର୍କରେ ପଣ୍ଡା ମୋତେ ପୂର୍ବରୁ କେବେ ଅବଗତ କରାଇ ନାହାନ୍ତି। ଯଦି ଏଭଳି ଘଟଣା ତାଙ୍କ ନଜରରେ କେଉଁଠାରେ ଆସିଥିଲା, ତେବେ ମୋତେ କାହିଁକି ଜଣାଇଲେ ନାହିଁ। ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଆଉ କାହା ଉପରେ ଦୋଷ ଲଦିବା କଥା ନୁହେଁ। ପଣ୍ଡାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ସେହିପରି ପୋଲିସ ଲାଞ୍ଚ ନେଉଥିବା ନେଇ ମୋ’ ପାଖରେ କୌଣସି ସୂଚନା ନାହିଁ। ପୋଲିସ ସହଯୋଗରେ କାମ ହେଉଛି। ପ୍ରତି ମାସରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଉଛି। ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଅଣାଯିବା କଥା। ସାମୂହିକ ଭାବେ ପୁରୀ ପୋଲିସକୁ ଦୋଷ ଦେବା ଉଚିତ୍‌ ହୋଇନାହିଁ। ଇନ୍ସପେକ୍ଟର ପଣ୍ଡା ମାନସିକ ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିବା ତାଙ୍କ ଭଉଣୀ ଓ ସ୍ତ୍ରୀ ପୂର୍ବରୁ କହିଥିଲେ। ତେବେ ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ମୁଁ ସ୍ପଷ୍ଟ ଭାବେ କହିପାରିବି ନାହିଁ। ସେହିଭଳି ଗତ ୨ତାରିଖରେ ଜଣେ ମହିଳା ସବ୍‌ଇନ୍ସପେକ୍ଟର ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ବୋଲି ଜେନା କହିଛନ୍ତି। ଅନ୍ୟପକ୍ଷରେ ଇନ୍ସପେକ୍ଟର ପଣ୍ଡା କହିଛନ୍ତି, ଅବକାରୀ ଅଧୀକ୍ଷକ ନିଜକୁ ବଞ୍ଚାଇବାକୁ ଯାଇ ମୋତେ ପାଗଳ ସଜାଉଛନ୍ତି। ସତ ସମସ୍ତଙ୍କ ସମ୍ମୁଖରେ ରହିଛି। ମୋର ମାନସିକ ସ୍ଥିତି ଖରାପ ଥିବା ସତ୍ତ୍ବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା କାହିଁକି। ଏବେ ସତ କହିବା ପରେ ମୋତେ ପାଗଳ ସଜାଇବାକୁ ଚେଷ୍ଟା କରାଯାଉଛି। ଏନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି, ଏଭଳି ଅଭିଯୋଗ ସମ୍ପର୍କରେ ମୋ’ ନିକଟରେ କିଛି ସୂଚନା ନାହିଁ। ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଦୁର୍ନୀତିରେ ସାମିଲ ନୁହନ୍ତି। ପୁରୀ ପୋଲିସ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରୁଛି। ସେହିପରି ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂ କହିଛନ୍ତି, ଏନେଇ ମୋ ନିକଟକୁ କୌଣସି ଚିଠି ଆସିନାହିଁ। ତେବେ ଗଣମାଧ୍ୟମରୁ ମୁଁ ଏ ବିଷୟରେ ଜାଣିବାକୁ ପାଇଛି। ଏହାକୁ ଆଧାର କରି ପୁରୀ ଜିଲାପାଳଙ୍କୁ ରିପୋର୍ଟ ମଗାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ପୁରୀବାସୀ ଇନ୍ସପେକ୍ଟର ପଣ୍ଡାଙ୍କୁ ଜଣେ ସ୍ବଚ୍ଛ ଓ ନିର୍ଭୀକ ଅଧିକାରୀ ବୋଲି ଦର୍ଶାଇ ସୋସିଆଲ୍‌ ମିଡ଼ିଆରେ ତାଙ୍କ ଫଟୋ ପୋଷ୍ଟ କରୁଛନ୍ତି। ନିଜେ ସରକାରୀ ଅଧିକାରୀ ହୋଇ ମଧ୍ୟ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବାର ସାହସ ତାଙ୍କର ଥିବାରୁ ତାଙ୍କୁ ଜଣେ ନିର୍ଭୀକ ଅଧିକାରୀ ଭାବେ ଚିତ୍ରଣ କରାଯାଉଛି। ‘ଯିଏ ସତ କୁହେ ସିଏ ପାଗଳ’ ବୋଲି ଲେଖି ସୋସିଆଲ ମିଡ଼ିଆରେ ପଣ୍ଡାଙ୍କୁ ସମର୍ଥନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?