Posted inଖେଳ

ସନ୍‌ରାଇଜର୍ସ ଆଶା ଉଜ୍ଜୀବିତ

ଦୁବାଇ, ୨୩।୧୦-
ଜାସନ ହୋଲ୍ଡରଙ୍କ ପ୍ରଭାବୀ ବୋଲିଂ ପରେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୫୫ ରନ ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ଦଳ ୧୮.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରି ନେଇଥିଲା। ଏଠାରେ ବିଜୟ ସହ ସନ୍‌ରାଇଜର୍ସ ଏହାର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଏହି ଦଳ ୧୦ ମ୍ୟାଚରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୧ ମ୍ୟାଚରୁ ୭ମ ପରାଜୟ ବରଣ କରି ୭ମ ସ୍ଥାନକୁ ଖସିଛି। ଫଳରେ ଏହି ଦଳର ପ୍ଲେ-ଅଫ୍‌ ଯୋଗ୍ୟତା ଆଶଙ୍କା ବଢ଼ି ଯାଇଛି। ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ପ୍ରଥମ ଭେଟ୍‌ରେ ରୟାଲ୍ସ ୫ ଉଇକେଟରେ ବିଜୟୀ ହୋଇଥିଲା। ତେଣୁ ଏଠାରେ ରିଟର୍ନ ମ୍ୟାଚରେ ପରାସ୍ତ କରି ପରାଜୟର ମଧୁର ପ୍ରତିଶୋଧ ନେଇଛି ଡେଭିଡ ଓ୍ବାର୍ନରଙ୍କ ଦଳ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ ଅଧିନାୟକ ଓ୍ବାର୍ନର। ରାଜସ୍ଥାନ ପକ୍ଷରୁ ଭଲ ଆରମ୍ଭ କରିଥିଲେ ରବିନ ଉଥପ୍ପା ଓ ବେନ୍‌ ଷ୍ଟୋକ୍ସ। ଉଥପ୍ପା ଆକ୍ରମଣାତ୍ମକ ଖେଳିଥିଲେ ହେଁ ୧୩ ବଲ୍‌ରୁ ୧୯ (୨ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ୨୧ ବଲ୍‌ରୁ ୩୦ ରନ ହେବାପରେ ପ୍ରଥମ ଉଇକେଟ ପତନ ଘଟିଥିଲା। ଷ୍ଟୋକ୍ସ ଓ ସଞ୍ଜୁ ସାମ୍‌ସନ୍‌ ସତର୍କତାର ସହିତ ଖେଳି ଇନିଂସକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟରେ ୫୬ ରନର ଭାଗୀଦାରି ପରେ ଯୋଡ଼ି ଭାଙ୍ଗିଥିଲା। ସାମ୍‌ସନ୍‌ ୨୬ ବଲ୍‌ରୁ ୩ ଚୌକା ଓ ୧ ଛକା ସହିତ ୩୬ ରନ କରିଥିବାବେଳେ ଜାସନ ହୋଲ୍ଡରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ପରେ ଷ୍ଟୋକ୍ସ ମଧ୍ୟ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୩୦ ରନ କରି ରଶିଦ୍‌ ଖାଁଙ୍କଦ୍ୱାରା ବୋଲ୍ଡ ହୋଇ ଯାଇଥିଲେ। ମିଡିଲ ଅର୍ଡରରେ ଫର୍ମରେଥିବା ଜୋସ୍‌ ବଟଲର ମାତ୍ର ୯ ରନ କରି ପ୍ୟାଭିଲିୟନ ଫେରିବାରୁ ଦଳର ବଡ଼ ସ୍କୋର ଆଶା ମଉଳିଥିଲା। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ୧୫ ବଲ୍‌ରୁ ୧୯(୨ ଚୌକା) ରନ କରି ପାରିଥିବାବେଳେ ଯୁବ ଖେଳାଳି ରିୟାନ ପରାଗ ୧୨ ବଲ୍‌ରୁ ଦ୍ରୁତ ୨୦(୨ ଚୌକା, ୧ ଛକା) ରନର ଯୋଗଦାନ ଦେଇଥିଲେ। ବିଳମ୍ବରେ ସୁଯୋଗ ପାଇଥିବା ରାହୁଲ ଟଓ୍ବୋଟିଆ ମାତ୍ର ୩ଟି ବଲ୍‌ ଖେଳି ୨ ଓ ଜୋଫ୍ରା ଆର୍ଚର ୭ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ଜରିଆରେ ୧୬ ରନ କରି ଅପରାଜିତ ରହିଥିଲେ। ରୟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରି ପାରିଥିଲା। ସନ୍‌ରାଇଜର୍ସ ପକ୍ଷରୁ ଚଳିତ ସିଜନରେ ପ୍ରଥମଥରପାଇଁ ସୁଯୋଗ ପାଇଥିବା ଜାସନ ହୋଲ୍ଡର ୩ଟି ଏବଂ ବିଜୟ ଶଙ୍କର ଓ ରଶିଦ ଖାଁ ଗୋଟିଏ ଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ସନ୍‌ରାଇଜର୍ସ ୧୬ ରନ ମଧ୍ୟରେ ଦୁଇ ଅଭିଜ୍ଞ ଓପନରଙ୍କ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଇନିଂସର ପ୍ରଥମ ଓଭରରେ ଓ୍ବାର୍ନର(୪)ଙ୍କୁ ପ୍ୟାଭିଲିୟନ ଫେରାଇ ରାଜସ୍ଥାନ ଶିବିରରେ ଉତ୍ସାହ ଭରିଥିଲେ ଜୋଫ୍ରା ଆର୍ଚର। କେବଳ ସେତିକି ନୁହେଁ ସେ ନିଜ ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ଜନି ବେୟାରଷ୍ଟୋ(୧୦ ରନ, ୭ ବଲ, ୧ ଚୌକା, ୧ ଛକା)ଙ୍କୁ ବୋଲ୍ଡ କରି ପ୍ରତିପକ୍ଷ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ମାତ୍ର ଚାପର ବଶବର୍ତ୍ତୀ ହୋଇ ନ ଥିଲେ ଭାରତୀୟ ଖେଳାଳି ମନୀଷ ପାଣ୍ଡେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଉଭୟ ଖେଳାଳି ସତର୍କତା ଅବଲମ୍ବନ କରିଥିଲେ ହେଁ ସୁଯୋଗ ପାଇବାମାତ୍ରେ ଷ୍ଟ୍ରୋକମାନ ମାରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଅସମାପ୍ତ ତୃତୀୟ ଉଇକେଟରେ ଦୁହେଁ ୧୪୦ ରନର ଭାଗୀଦାରି ଗଢ଼ି ଦଳର ବିଜୟକୁ ସହଜ କରି ଦେଇଥିଲେ। ଆକ୍ରମଣର ନେତୃତ୍ୱ ନେଇଥିଲେ ମନୀଷ। ସେ ପଡ଼ିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ମାରି ପ୍ରତିପକ୍ଷ ବୋଲରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ୧୧ଟି ବଲ୍‌ ବାକିଥାଇ ହାଇଦ୍ରାବାଦ ବିଜୟ ହାସଲ କରିଥିଲା। ୪୭ଟି ବଲ୍‌ ଖେଳିଥିବା ମନୀଷ ୪ ଚୌକା ଓ ୮ ଛକା ସହାୟତାରେ ୮୩ ଏବଂ ବିଜୟ ଶଙ୍କର ୫୧ ବଲ୍‌ରୁ ୫୨(୬ ଚୌକା) ରନ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ କେବଳ ଆର୍ଚର ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୫୪/୬(ସାମସନ-୩୬, ଷ୍ଟୋକ୍ସ-୩୦, ପରାଗ-୨୦, ହୋଲ୍ଡର-୩/୩୩, ବିଜୟ ଶଙ୍କର-୧/୧୫, ରଶିଦ-୧/୨୦)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮.୧ ଓଭରରେ ୧୫୬/୨(ମନୀଷ-୮୩*, ବିଜୟ ଶଙ୍କର-୫୨*, ଆର୍ଚର-୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri