ଆଖୁଚାଷ ଉଜାଡିଲେ

ପରଜଙ୍ଗ, ୧୨ ।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ହାତୀଙ୍କୁ ଜନବସତି ମୁହଁା କରାଇଥିବାବେଳେ ସେମାନେ ଦଳବଦ୍ଧ ହୋଇ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହିତ ଘରଦ୍ୱାର, ଫାର୍ମ ଭାଙ୍ଗି ପକାଉଛନ୍ତି।
ବ୍ଲକର ବଡ଼ଝରା କପାସିରା ନିକଟ ଆଖୁ ବଗିଚାରେ ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ବ୍ୟାପକ ଚାଷ ନଷ୍ଟ କରିଛନ୍ତି। ଏଥିରେ ବ୍ରହ୍ମାନନ୍ଦ ସାହୁଙ୍କ ଆଖୁ କିଆରି ଉଜୁଡ଼ିଯାଇଛି। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଡ଼ଝରା ଗ୍ରାମର ବ୍ରହ୍ମାନନ୍ଦ କପାସିରାଠାରେ ୧ ଏକରରୁ ଊର୍ଦ୍ଧ୍ୱ ଜମିରେ ଆଖୁ ଚାଷ କରିଥିଲେ। କ୍ଷେତ ଜଗିବା ଲାଗି ବଗିଚାରେ ଦୁଇ ବଖରା ଆଜବେଷ୍ଟସ୍‌ ଘର କରିଥିଲେ। ବିଳମ୍ବିତ ରାତିରେ ୧୮ରୁ ଊର୍ଦ୍ଧ୍ୱ ହାତୀ ଜମିରେ ପଶି ଫସଲ ଖାଇଯିବା ସହିତ ଦଳିଚକିଟି ନଷ୍ଟ କରିଦେଇଛନ୍ତି। ଏଥିସହ ଘର ଭାଙ୍ଗି ଦେଇଛନ୍ତି। ସେହିପରି କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ରେଞ୍ଜ ଝିଲି ଗ୍ରାମ ନିକଟରେ ଥିବା ବ୍ରହ୍ମାନନ୍ଦଙ୍କ କଦଳୀ ବଗିଚା ଏବଂ କୁକୁଡ଼ା ଫାର୍ମରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ କଦଳୀ ଗଛ ନଷ୍ଟ ହୋଇଛି। ଫାର୍ମ ଭାଙ୍ଗି କୁକୁଡ଼ା ଦାନା ଖାଇଦେଇଛନ୍ତି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ...

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ...

ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର...

ବାଣ ଫୁଟି ୫ମୃତ ଘଟଣା: ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖୋର୍ଦ୍ଧା ଅଫିସ,୭।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଧୀନ ଭୂଷଣ୍ଡପୁରରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ସୋମବାର ୫ଜଣଙ୍କ ମୃତ୍ୟୁ ଘଟିଥିବା...

ଏଣିକି ଅନ୍‌ଲାଇନରେ ସ୍ଲଟ୍‌ ବୁକିଂ

କଟକ ଅଫିସ,୯।୫: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ସୋମବାରଠୁ ଅନ୍‌ଲାଇନରେ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଫେସର ପ୍ରଶନଜିତ...

ଦୁଇ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କା ଜରିମାନା

କଟକ ଅଫିସ,୩।୩: ମାର୍ଚ୍ଚ ପହିଲାଠାରୁ ରାଜ୍ୟରେ ନୂତନ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପରିବହନ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ...

କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚିଥିବା...

ଭିସୁଟରେ ରାଗିଂ ଅଭିଯୋଗ: ଭିଡିଓ ଭାଇରାଲ କରି ଅଭିଯୋଗ କଲେ ପ୍ରଥମ ବର୍ଷ ଛାତ୍ର

ସମ୍ବଲପୁର, ୧୩।୨(ବ୍ୟୁରୋ)- ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟୀକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଜଣେ ପ୍ରଥମ ବର୍ଷ  ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ର ଭିଡିଓ...

Advertisement
Archives

Model This Week