୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ ଏକ ଯାତ୍ରା କମିଟି ଗଠନ କରାଯାଇଛି। ଏନେଇ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। କାଉନସିଲର ନୀଳମାଧବ ଗୌଡ଼ ସଭାରେ ଅଧ୍ୟକ୍ଷତା କରିଥିଲେ।

ଆସନ୍ତା ଅକ୍ଟୋବର ୧୭ ତାରିଖ ଆଶ୍ୱିନ ଶୁକ୍ଳ ମହାସପ୍ତମୀଠାରୁ ୨୫ ତାରିଖ ଆଶ୍ୱିନ ଶୁକ୍ଳ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ୮ ଦିନ ଧରି ମା’ଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଆୟୋଜନ ନେଇ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା।

ଚଳିତବର୍ଷର ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ ସର୍ବସମ୍ମତିକ୍ରମେ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଏ. ସୁଶାନ୍ତଙ୍କୁ ଉପସଭାପତି, କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ସମ୍ପାଦକ, ଶିବଶଙ୍କର ମହାରଣାଙ୍କୁ ସହସମ୍ପାଦକ, ଆଶିଷ କୁମାର ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ, କେ. ରାଜେନ୍ଦ୍ର ସାହୁଙ୍କୁ ସହକୋଷାଧ୍ୟକ୍ଷ ଏବଂ ସତ୍ୟନାରାୟଣ ଦାଶଙ୍କୁ ପରିମଳ ପରିଚାଳନା କମିଟିର ମୁଖ୍ୟ ଭାବେ ମନୋନୀତ କରାଯାଇଛି।

ସେହିପରି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ସାମାଜିକ କର୍ମୀ ଶିବଶଙ୍କର ମହାଙ୍କୁଡ, ଅର୍ଦ୍ଦୁ. ଗୋବିନ୍ଦ, କୁରେଶୁ ମହାରଣା, ପ୍ରଦୀପ କୁମାର ପଣ୍ଡା, କାଉନସିଲର ନୀଳମାଧବ ଗୌଡ଼, ପଞ୍ଚାନନ ସୱାଇଁ, ରବୀନ୍ଦ୍ର କୁମାର ମାର୍ଥା, କେ. କୁନା ଏବଂ ଦୁର୍ଗା ପ୍ରସାଦ ମେକାପଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି।

ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମାଙ୍କ ପରାମର୍ଶକ୍ରମେ ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ରାତିରେ ବଜାର ସାହି ଗାନ୍ଧୀ ଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠକୁ ଶୁଭଖୁଣ୍ଟି ଅଣାଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଘଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ଓ ବସ୍ତି ପରିକ୍ରମା କରିବ। ଏଥିସହ ଯାତ୍ରାପୀଠରେ ପ୍ରତିଦିନ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାମଦୋଳି ଓ ମୀନାବଜାର ଆୟୋଜନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।

ସଭାରେ ମନ୍ଦିରର ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର, ଯାତ୍ରା ପରିଚାଳନା କମିଟି ସଦସ୍ୟ ପ୍ରଶାନ୍ତ ପୂଜାରୀ, ତାରିଣୀ ପାତ୍ର, ବୈକୁଣ୍ଠ ସୱାଇଁ, ଏମ. ବୀର, ଦିବାକର ପ୍ରଧାନ, ଏ. ବନମାଳୀଙ୍କ ସମେତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ସୂର୍ଯ୍ୟଙ୍କ ଗୋଚର: ୩ ରାଶିଙ୍କୁ ମିଳିବ ଲାଭ, ଚାକିରିରେ ବଡ଼ ଅଫର୍‌କୁ ଧନଲାଭର ଖୋଲିଲା ଯୋଗ

ସୂର୍ଯ୍ୟ ଗ୍ରହ ୧୩ ସେପ୍ଟେମ୍ୱର ୨୦୨୬ ରବିବାର ରାତି ୯ଟା ୫୩ ମିନିଟରେ ପୂର୍ୱାଫାଲଗୁନୀ ନକ୍ଷତ୍ରରୁ ପୂର୍ୱାଫାଲଗୁନୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ଗୋଚର ପ୍ରଭାବରୁ ଭାଗ୍ୟଶାଳୀ…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

ବୁଧାଦିତ୍ୟ ରାଜଯୋଗରେ ମାଲାମାଲ ହେବେ ୪ ରାଶି: ଚାକିରିରେ ପଦୋନ୍ନତି ସହ ବ୍ୟବସାୟରେ ଅଚାନକ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ଦେବ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ସେହି ସମୟରେ କନ୍ୟା ରାଶିରେ…

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri