ପେଟ୍ରୋଲ ପମ୍ପ୍‌ରେ ମୋଦିଙ୍କ ବ୍ୟାନର ଚିରିଲା ଛାତ୍ର କଂଗ୍ରେସ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ବତ୍ତର୍ର୍ମାନ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି l ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାର ପ୍ରତିବାଦରେ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗିଥିବା ହୋଡିଂ ଓ ବ୍ୟାନରଗୁଡିକ ଛାତ୍ର କଂଗ୍ରେସ କର୍ମୀମାନେ ଚିରିଥିଲେ l ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ୍‌ଙ୍କ ନେତୃତ୍ୱରେ ଛାତ୍ର ନେତାମାନେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଗାନ୍ଧୀ ଛକ ନିକଟ ଏକ ପେଟ୍ରୋଲ ପମ୍ପରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସଙ୍ଗୀତା ସିଂହ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, କଂଗ୍ରେସ ନେତା କୋଦଣ୍ଡଧର ଜେନା, ଜିଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆନନ୍ଦ ମାଝି, ଏମ୍‌ଡି ଓ୍ବାକିଲ ଆନସରୀ, ସୌମ୍ୟରଞ୍ଜନ ପଲେଇଙ୍କ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାରେ କୁଆପଥର ବର୍ଷା

ପାଟଣା,୨୯।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର  କାଳବୈଶାଖୀ ପ୍ରଭାବରେ କୁଆପଥର, ଘଡ଼ଘଡ଼ି ସହ ବର୍ଷା ହୋଇଛି। ପାଟଣା ମୁଖ୍ୟାଳୟ, କେନ୍ଦେଇପଶି ଓ...

ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କଲେ ସାନ ଭାଇ

ବଣାଇ/ଟେନ୍‌ସା,୧୧ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ସାନ ଭାଇ, ସାନଭାଇଙ୍କ ସ୍ତ୍ରୀ ମିଶି...

ଅଭିନବ ଉପାୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା: ହିଂସ୍ରଜନ୍ତୁଙ୍କୁ ଡରାଉଛି କୃତ୍ରିମ ଆଖି

ବାରିପଦା ଅଫିସ,୧୯ା୯-ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମୟୂରଭଞ୍ଜ ଜିଲାର ବନବାସୀମାନେ ଅଭିନବ ଉପାୟ ଆପଣାଇଛନ୍ତି। ଗାଈବଳଦଙ୍କ ପଛପାର୍ଶ୍ୱରେ ରଙ୍ଗତୂଳୀରେ କୃତ୍ରିମ ଆଖି ଆଙ୍କି ହିଂସ୍ରଜନ୍ତୁଙ୍କଠାରୁ...

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା...

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ...

ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି...

ଏମ୍‌କେସିଜିରେ ବାରମ୍ବାର ସିଲିଂ ଖସିବା ଘଟଣା: ଏନ୍‌ଏଚ୍‌ଆରସିରେ ମାମଲା ରୁଜୁ

ବ୍ରହ୍ମପୁର ଅଫିସ,୨୩ା୯: ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସୁପରସ୍ପେଶାଲିଟି ବ୍ଲକରୁ ବାରମ୍ବାର ସିଲିଂ ଖସିବା ଘଟଣାକୁ...

୬୦ରୁ ଅଧିକ ବେଗରେ ବାଇକ୍‌ ଚଳାଇଲେ ଲାଗିବ ଫାଇନ୍‌

ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର...

Advertisement
Archives

Model This Week