ଥାନାଧିକାରୀଙ୍କ ବିରୋଧରେ କମିଶନରଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୮।୨(ବ୍ୟୁରୋ): କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ପୋଲିସ କମିଶନରଙ୍କୁ ଫେରାଦ ହୋଇଛି ପ୍ରଦେଶ ଛାତ୍ର କଂଗ୍ରେସ। ସୋମବାର ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ ଓ ପିସିସିର ପୂର୍ବତନ ରାଜନୈତିକ ସଚିବ ପ୍ରକାଶ ମିଶ୍ରଙ୍କୁ ନେଇ ୩ଜଣିଆ ଟିମ୍‌ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ନୱାଜ କହିଛନ୍ତି, କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀ ୩ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ରହି ବହୁ ବେଆଇନ କାର୍ଯ୍ୟରେ ସାମିଲ ଅଛନ୍ତି। ତାଙ୍କ ନାମରେ ଦୁର୍ନୀତି, ପକ୍ଷପାତିତା, ଅପରାଧ ନିୟନ୍ତ୍ରଣରେ ବିଫଳତା ଆଦି ବହୁ ଅଭିଯୋଗ ପରେ ବି ଏଭଳି ଜଣେ ଅଫିସରଙ୍କୁ କିପରି କ୍ୟାପିଟାଲ ଥାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରିବାକୁ ଦିଆଯାଇଛି। ବଦଳି ହେବାପରେ ବି ସେ କେଉଁ ଆଧାରରେ କ୍ୟାପିଟାଲ ଥାନାରେ ରହିଛନ୍ତି। କଂଗ୍ରେସ ଭବନ ପୋଡ଼ିରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଧରିବା ବଦଳରେ ଛାତ୍ରନେତା ନିହାର ରଞ୍ଜନ ବେହେରାଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ବୋଲି ନୱାଜ କହିଛନ୍ତି। ପୋଲିସ କମିଶନର ଅଭିଯୋଗ ଗ୍ରହଣ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନୱାଜ କହିଛନ୍ତି।
କଂଗ୍ରେସ ଦୁଇ ଗୋଷ୍ଠୀ ବିରୋଧରେ ଖବର ପ୍ରସାରଣକୁ ନେଇ ଜନୈକ ଖବରଦାତାଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଛାତ୍ର ନେତା ନିହାର ରଞ୍ଜନ ବେହେରାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ତେବେ ଏହାକୁ ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲା। କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇ ମିଛ ମକଦ୍ଦମାରେ ଛାତ୍ର ନେତାଙ୍କୁ ଗିରଫ କରିବା ପ୍ରତିବାଦରେ ରବିବାର ଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଓ ରାସ୍ତାରୋକୋ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri