ଗାଁରୁ ଲିଭିଲିଭି ଯାଉଛି ଷ୍ଟ୍ରିଟ୍‌ ଲାଇଟ

ପଟ୍ଟାମୁଣ୍ଡାଇ, ୨ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳରେ ଫେଲ୍‌ ମାରିଛି ସରକାରଙ୍କ ଆଲୋକୀକରଣ ବ୍ୟବସ୍ଥା । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗେଇ ଠିକା ସଂସ୍ଥା ମାଲେମାଲ ହୋଇଥିଲେ। ସେମାନେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ୍‌ ସରଞ୍ଜାମ ଲଗାଇବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଛନ୍ତି, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତରେ ଆଲୋକୀକରଣ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଆଲୋକୀକରଣ ପାଇଁ ୨୦୨୧-୨୦୨୨ ଆର୍ଥତ୍କ ବର୍ଷରେ ବିଭିନ୍ନ ପଞ୍ଚାୟତର ଗଁାଗଣ୍ଡାରେ ରାସ୍ତା କଡରେ ବିଜୁଳିବତୀ ଜଳିଲା। ପଞ୍ଚାୟତ ପାଣ୍ଠି ସିଧା ସଳଖ ପଞ୍ଚାୟତ ଖାତାକୁ ଆସୁଥିବା ବେଳେ ତା’ର ନିଜସ୍ବ ଅର୍ଥରେ ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ ଖୁଣ୍ଟରେ ଲାଇଟ ଲଗାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ କଲା। କେଉଁ କେଉଁ ପଞ୍ଚାୟତରେ ସୋଲାର ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଲଗାଗଲା। ଗୋଟିଏ ଗୋଟିଏ ଗ୍ରାମରେ ୧୦ରୁ୧୨ଟି ଖୁଣ୍ଟରେ ଏଲଇଡି ଲାଇଟ ଲାଗିଥିବା ବେଳେ କେଉଁଠି ଗୋଟିଏ ଦୁଇଟି ଜଳୁଛି ଅନ୍ୟ ସବୁ ବନ୍ଦ ହୋଇଯାଇଛି। ଏପରି କି ଅନେକ ଖୁଣ୍ଟରୁ ଏଲଇଡି ଲାଇଟ୍‌ ଖୋଲା ହୋଇ ଯାଇଥିବା ଦେଖାଯାଇଛି ବୋଲି ସେ କହିଥିଲେ। ସେହିପରି ସମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ ଗ୍ରାମ୍ୟ ସ୍ତରରେ ଗୋଟିଏ ଗ୍ରାମସଭା ରହିଛି। ପଞ୍ଚାୟତଗୁଡିକର ଗଠନ ଗ୍ରାମସଭାକୁ ବର୍ତ୍ତମାନ ଗୋଟିଏ ଆଇନଗତ ସଂସ୍ଥାର ମାନ୍ୟତା ଦିଆଯାଇଛି। ମାତ୍ର ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା କରା ନ ଯାଇ ବର୍ଷ ବର୍ଷ ଧରି ବିଭିନ୍ନ ଉନ୍ନୟନମୂଳକ ଢଳେଇ କାର୍ଯ୍ୟର କାର୍ଯ୍ୟାଦେଶକୁ ବାତିଲ କରାଯାଇ ଆଲୋକୀକରଣ କରାଗଲା। ଗଁାରେ ଥିବେ ବିଦ୍ୟୁତ୍‌ ବିଭାଗ ଖୁଣ୍ଟରେ ଏହି ଏଲିଡ ଲାଇଟ ଲଗାଗଲା। ଯାହାକି ଗୋଟିଏ ଗୋଟିଏ ଏଲଇଡି ଲାଇଟ ୧୨ ଶହରୁ ୨ ହଜାର ଟଙ୍କା ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୧୦ରୁ ୧୫ ହଜାର ଟଙ୍କା ଭଳି ବିଲ୍‌ କରାଗଲା। ସରକାରୀ ଖୁଣ୍ଟରେ ସରକାରୀ ବଲ ଲଗାଇ ଖୁଣ୍ଟର ବିଲ୍‌ କରିବାକୁ ପଛାଇଲେ ନାହିଁ। ଏଥିଯୋଗୁ ବିପୁଳ ପରିମାଣର ମୁନାଫା ମଧ୍ୟ ସେମାନଙ୍କୁ ମିଳିଥିଲା। ଏପରି କି ପଞ୍ଚାୟତଗୁଡିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ହୋଇ ପଡି ରହିଥିବା ଅର୍ଥକୁ ଫେରାଇ ନେଇ ଏହି ଲାଇଟ୍‌ ଲଗା ଯାଇଥିଲା। ତେବେ ଧୀରେଧୀରେ ଗ୍ରାମାଞ୍ଚଳର ବିଜୁଳି ଖୁଣ୍ଟରୁ ବିଜୁଳିବତୀ ଲିଭି ଯାଇଛି। କେଉଁଠି ଗୋଟିଏ ଅଧେ ଜଳୁଛି ତ ଆଉ କେଉଁଠାରେ ମାସମାସ ଧରି ବନ୍ଦ ହୋଇ ପଡି ରହିଛି। ତେବେ ଆଲୋକୀକରଣ ବ୍ୟବସ୍ଥା ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳରେ ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏ ସମ୍ପର୍କରେ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ଗ୍ରାମାଞ୍ଚଳ ଆଲୋକୀକରଣ ଦାୟିତ୍ୱ ସରପଞ୍ଚମାନଙ୍କର। ଏପରି ଅଭିଯୋଗ ଆସି ନ ଥିଲା। ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୨୩୮ ଡ୍ରାଇଭିଂ ଲାଇସେନ୍ସ ବାତିଲ, ୧୨୪୪ ଇ-ଚାଲାଣ

ଛତ୍ରପୁର,୧୮ା୧(ଡି.ଏନ.ଏ.)-ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ଗଞ୍ଜାମ ଜିଲାରେ ଗତ ୨ ବର୍ଷ ମଧ୍ୟରେ ୬୨୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଆରଟିଓଙ୍କ ପକ୍ଷରୁ ରଦ୍ଦ କରାଗଲାଣି ା...

ନିର୍ବାଚନରେ ବେଆଇନ କାର୍ଯ୍ୟ: ୨ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୧୧ା୪: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରରେ ବେଆଇନ କାର୍ଯ୍ୟ କରିବା ୨ ଶିକ୍ଷକଙ୍କୁ ମହଙ୍ଗା ପଡିଛି ା ଜିଲା ନିର୍ବାଚନ...

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି।...

ସାମାଜିକ ସଂହତିର ସେତୁବନ୍ଧ ‘ଲୋକକଳା’

(ରତନ ନାୟାର) ଢେଙ୍କାନାଳ ଅଫିସ, ୧୮।୧୦ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ଲୋକକଳା। ତେବେ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ଲୋକକଳାରେ ଧସେଇ...

ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା...

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ...

ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା,୮।୧୧(ଡି.ଏନ୍‌.ଏ.): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ...

ମୁରତୁ ସଂଗେ ଯୁଝୁଛନ୍‌ ଦେବକୀ

ବିନିକା, ୯ା୬(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଅଧୀନ ଜାମପାଲି ତଲିପଡ଼ାର ଦେବକୀ କଲିତା(୩୪)। ଆପ୍‌ନେ ହାଡ଼ୁ କଲିତା(୪୨) ଆର ତିନ୍‌ ପିଲାକୁ...

Advertisement
Archives

Model This Week