ଧାନ କେଣ୍ଡା ଧରିବାରେ ବାଧକ ସାଜିଛି ଷ୍ଟ୍ରିଟ୍‌ ଲାଇଟ୍‌

ଉମରକୋଟ,୨୮।୧୧(ସ୍ବ.ପ୍ର.): ଆଜିର ବିଜ୍ଞାନ ଯୁଗରେ ସୁବିଧା ପାଇଁ ମଣିଷ ଅନେକ ଆବିଷ୍କାର କରୁଛି। କିନ୍ତୁ ଏହାଦ୍ୱାରା ବେଳେବେଳେ କେତେକ ଅସୁବିଧା ଦେଖାଯିଏ। ଏପରିକି କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟଲାଇଟ ଯୋଗୁ କେତେଜଣ ଚାଷୀଙ୍କ ଫସଲ ପ୍ରଭାବିତ ହୋଇଥିବା ଅଭିଯୋଗ ଆସିଛି । ଷ୍ଟ୍ରିଟ୍‌ ଲାଇଟ ଆଲୁଅ ଯେତେ ଦୂର ଯାଏ ପଡିଛି ସେହି ସ୍ଥାନରେ ଧାନଗଛରେ ଫୁଲ ଆସିନାହିଁ। ଏ ନେଇ ଜିଲା କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଧାନଗଛ ସ୍ବଳ୍ପ ସମୟରେ ଚାଷ ହୁଏ। ସବୁବେଳେ ଗଛ ଉପରେ ଆଲୋକ ପଡୁଥିବା ଯୋଗୁ ଧାନ ଗଛରେ ଫୁଲ ଆସିପାରିଲା ନାହିଁ। ଅନ୍ଧାର ନ ହେଲେ କୌଣସି ସ୍ବଳ୍ପ ସମୟ ଚାଷ ଫସଲରେ ଫୁଲ ଆସିବ ନାହିଁ। ଧାନ କେଣ୍ଡା ଧରିବାରେ ଅସୁବିଧା ହେବ। ଯଦି ଏହି ସ୍ଥାନରେ ଚାଷ କରିବାର ଅଛି ତେବେ ଗଛରେ ଫୁଲ ଆସିବା ସମୟରେ ଲାଇଟ୍‌ ବନ୍ଦ ବ୍ୟବସ୍ଥା କରିବା ଜରୁରୀ ବୋଲି ସେ କହିଛନ୍ତି।
ଉମରକୋଟ ସହରରୁ ନୂଆଁଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାରେ ୧୫୦ଟି ଖୁଣ୍ଟ ପୋତି ଆଲୋକୀକରଣ ବ୍ୟବସ୍ଥା ଚଳିତ ବର୍ଷ କରାଯାଇଛି। ସେଥିରୁ ୯୦ଟି ବିଦ୍ୟୁତ୍‌ ଖୁଣ୍ଟ ଧାନଜମି କଡ଼ରେ ରହିଛି। ରାତିରେ ପଥଚାରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍‌ ଖୁଣ୍ଟଗୁଡିକରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବାବେଳେ ଯେଉଁ ଗଛ ଉପରେ ରାତିସାରା ବିଜୁଳି ଆଲୁଅ ପଡୁଛି ସେଠାରେ ଫୁଲ ମଧ୍ୟ ଫୁଟିନାହିଁ। ଆଲୁଅ ନ ପଡ଼ିବା ସ୍ଥାନରେ ଫସଲ ହୋଇଛି। କିନ୍ତୁ ଯେଉଁଠାରେ ଆଲୁଅ ପଡୁଛି ସେଠାରେ ଧାନ ଗଛ ବଢିଛି, କିନ୍ତୁ ଫଳ ଫଳିଲା ନାହିଁ। ରାସ୍ତାକଡରେ ଜମି ଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାରକରଜ କରି ଚାଷ କରିଥିଲୁ। ଷ୍ଟ୍ରିଟ୍‌ ଲାଇଟ ଆଲୁଅ ଯୋଗୁ ଧାନ ଫସଲ ନଷ୍ଟ ହେଲା। ମହାଜନକୁ ଋଣ ପରିଶୋଧ କିଭଳି କରିବେ ବୋଲି ଦୁଃଖରେ ଚାଷୀ ପ୍ରଶ୍ନ କରିଛନ୍ତି। ପ୍ରାୟ ୧୦ଏକର ଜମିରେ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏଥିସହ କ୍ଷତିପୂରଣ ଦେବାକୁ ଚାଷୀମାନେ ପ୍ରଶାସନକୁ ନିବେଦନ କରୁଛନ୍ତି। ଏପରି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାରୀସ୍ତରରେ କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ ବୋଲି ଜିଲା କୃଷି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri