ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା

ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା ପ୍ରଶାସନ ନିର୍ଦ୍ଦେଶରେ ହଟାଯାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାଷ୍ଟିଂ କରି ଏହାକୁ ହଟାଯାଇଛି। ଏହି ସମୟରେ ଉଭୟ ଆନ୍ଧ୍ର ଓ କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା ।
୨୦୨୧ ସେପ୍ଟେମ୍ବର ୨୭ରେ ହୋଇଥିବା ଗୁଲିବ ବାତ୍ୟା ପ୍ରଭାବରେ ଉକ୍ତ ବ୍ଲକର ରାଲେଗଡା ଘାଟିର ଦୁଇଟି ସ୍ଥାନ ଏବଂ ସୁଙ୍କି ଘାଟିର ଗୋଟିଏ ସ୍ଥାନରେ ବଡ଼ ବଡ଼ ପଥର ପାହାଡ଼ ଉପରୁ ଖସି ଆସି ପଡିଥିଲା। ଫଳରେ ଜାତୀୟ ରାଜପଥ ଉପରେ ଯାନବାହନ ଚଳାଚଳ ବନ୍ଦ ରହିିଥିଲା। ଏହାକୁ ହଟାଇବାକୁ ସେତେବେଳେ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଜାତୀୟ ରାଜପଥ ବିଭାଗ ରାଜପଥକୁ ଅବରୋଧ କରି ରହିଥିବା ପଥରଗୁଡିକୁ ହଟାଇ ଯାନବାହନ ଚଳାଚଳରେ ସ୍ବାଭାବିକ କରିଥିଲା। ପାହାଡ଼ ଉପରୁ ଏହି ବଡ଼ ପଥର ଖସି ଆସି ରାଲେଗଡା ଘାଟିର ଦୁଇଟି ସ୍ଥାନରେ ଦୀର୍ଘ ଦିନ ହେଲା ପଡି ରହି ଜାତୀୟ ରାଜପଥକୁ ସଙ୍କୁଚିତ କରି ରଖିଥିଲା । ଏହାକୁ ଗୁରତ୍ୱ ଦେଇ ଜିଲାପାଳ ଅବଦଲ ଏମ. ଆଖତରଙ୍କ ନିର୍ଦ୍ଦେଶରେ ଶନିବାର ରାଜପଥକୁ ଦିନ ୧୨ଟାରୁ ସନ୍ଦ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ କରାଯାଇ ପଥରକୁ ବ୍ଲାଷ୍ଟିଂ କରି ହଟାଯାଇଥିଲା । ଏହି ସମୟରେ ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଚଳାଚଳକୁ ବନ୍ଦ ରଖାଯାଇଥିଲା। ଏହା ପୂର୍ବରୁ ଛୋଟ ଗାଡ଼ି କାର ଆଦିକୁ ପଟ୍ଟାଙ୍ଗୀରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ହୋଇ ଆନ୍ଧ୍ରର ସାଲୁରରେ ବାହାରିବା ବ୍ୟବସ୍ଥା କରାଯାଇଥିଲା। ସେହିପରି ଚନ୍ଦକା ପଞ୍ଚାୟତର ଦଳପତିଗୁଡା ଦେଇ ପେଟୁରୁ ପଞ୍ଚାୟତରେ ବାହାରି ସୁଙ୍କି ହୋଇ ଆନ୍ଧ୍ର ଅଭିମୁଖେ ଯାତାୟାତ ବ୍ୟବସ୍ଥା କରା ଯାଇଥିଲା। ପଥର ହଟାଇବା ସମୟରେ ଜାତୀୟ ରାଜପଥ ବିଭାଗର ଏଇ ସୌମ୍ୟ ରଞ୍ଜନ ସେଠୀ, ଏସଡିଓ ପ୍ରଶାନ୍ତ ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri