ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା

ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା ପ୍ରଶାସନ ନିର୍ଦ୍ଦେଶରେ ହଟାଯାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାଷ୍ଟିଂ କରି ଏହାକୁ ହଟାଯାଇଛି। ଏହି ସମୟରେ ଉଭୟ ଆନ୍ଧ୍ର ଓ କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା ।
୨୦୨୧ ସେପ୍ଟେମ୍ବର ୨୭ରେ ହୋଇଥିବା ଗୁଲିବ ବାତ୍ୟା ପ୍ରଭାବରେ ଉକ୍ତ ବ୍ଲକର ରାଲେଗଡା ଘାଟିର ଦୁଇଟି ସ୍ଥାନ ଏବଂ ସୁଙ୍କି ଘାଟିର ଗୋଟିଏ ସ୍ଥାନରେ ବଡ଼ ବଡ଼ ପଥର ପାହାଡ଼ ଉପରୁ ଖସି ଆସି ପଡିଥିଲା। ଫଳରେ ଜାତୀୟ ରାଜପଥ ଉପରେ ଯାନବାହନ ଚଳାଚଳ ବନ୍ଦ ରହିିଥିଲା। ଏହାକୁ ହଟାଇବାକୁ ସେତେବେଳେ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଜାତୀୟ ରାଜପଥ ବିଭାଗ ରାଜପଥକୁ ଅବରୋଧ କରି ରହିଥିବା ପଥରଗୁଡିକୁ ହଟାଇ ଯାନବାହନ ଚଳାଚଳରେ ସ୍ବାଭାବିକ କରିଥିଲା। ପାହାଡ଼ ଉପରୁ ଏହି ବଡ଼ ପଥର ଖସି ଆସି ରାଲେଗଡା ଘାଟିର ଦୁଇଟି ସ୍ଥାନରେ ଦୀର୍ଘ ଦିନ ହେଲା ପଡି ରହି ଜାତୀୟ ରାଜପଥକୁ ସଙ୍କୁଚିତ କରି ରଖିଥିଲା । ଏହାକୁ ଗୁରତ୍ୱ ଦେଇ ଜିଲାପାଳ ଅବଦଲ ଏମ. ଆଖତରଙ୍କ ନିର୍ଦ୍ଦେଶରେ ଶନିବାର ରାଜପଥକୁ ଦିନ ୧୨ଟାରୁ ସନ୍ଦ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ କରାଯାଇ ପଥରକୁ ବ୍ଲାଷ୍ଟିଂ କରି ହଟାଯାଇଥିଲା । ଏହି ସମୟରେ ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଚଳାଚଳକୁ ବନ୍ଦ ରଖାଯାଇଥିଲା। ଏହା ପୂର୍ବରୁ ଛୋଟ ଗାଡ଼ି କାର ଆଦିକୁ ପଟ୍ଟାଙ୍ଗୀରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ହୋଇ ଆନ୍ଧ୍ରର ସାଲୁରରେ ବାହାରିବା ବ୍ୟବସ୍ଥା କରାଯାଇଥିଲା। ସେହିପରି ଚନ୍ଦକା ପଞ୍ଚାୟତର ଦଳପତିଗୁଡା ଦେଇ ପେଟୁରୁ ପଞ୍ଚାୟତରେ ବାହାରି ସୁଙ୍କି ହୋଇ ଆନ୍ଧ୍ର ଅଭିମୁଖେ ଯାତାୟାତ ବ୍ୟବସ୍ଥା କରା ଯାଇଥିଲା। ପଥର ହଟାଇବା ସମୟରେ ଜାତୀୟ ରାଜପଥ ବିଭାଗର ଏଇ ସୌମ୍ୟ ରଞ୍ଜନ ସେଠୀ, ଏସଡିଓ ପ୍ରଶାନ୍ତ ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri