ବର୍ଷାରେ ଇସ୍ପାତ ସହର ବେହାଲ

ରାଉରକେଲା,୪।୮(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିଲା। ମନ୍ଦିରା ଡ୍ୟାମ୍‌ ୧୧ଟି ଗେଟ୍‌ ଖୋଲିଥିବା ବେଳେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ କୋଏଲ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଝାଡ଼ଖଣ୍ଡରୁ ଆସିଥିବା କୋଏଲ ଓ ଶଙ୍ଖ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଝାଡ଼ଖଣ୍ଡ ଉପରମୁଣ୍ଡରେ ବର୍ଷା ସହ ଡ୍ୟାମ୍‌ ତଥା ବ୍ୟାରେଜ ଗୁଡ଼ିକରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ବନ୍ୟାପାଣି ବିଭିନ୍ନ ଅଞ୍ଚଳରେ ପଶିଛି। ଗୁରୁବାର ସକାଳୁ ସହରରେ ବର୍ଷାର ପ୍ରକୋପ କମ୍‌ ଥିବା ବେଳେ ବାଲୁଘାଟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ପଲପଲ ବସ୍ତି ସମେତ ଅନ୍ୟ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ଅପରପକ୍ଷେ ସ୍ଥାନୀୟ ଲୋକେ ବନ୍ୟାଜଳ ଦେଖିବାକୁ ଯିବା ସହ ମାଛ ମାରିବାର ମଜା ନେଉଥିବା ଦେଖାଯାଇଛି।
ପ୍ରଭାବିତ ଅଞ୍ଚଳରେ ରାଜନେତା
ରାଜନୈତିକ ବ୍ୟକ୍ତିଙ୍କ ପାଇଁ ବନ୍ୟା ଏକ ସୁଯୋଗ ଆଣିଛି । ଏହି କ୍ରମରେ ରଘୁନାଥପାଲିର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବୁଧବାର ଠାରୁ ସେକ୍ଟର-୨୦ ପମ୍ପ ହାଉସ ବସ୍ତି, କୋଏଲନଗର ଇଣ୍ଟର ବସ୍ତି ଆଦି ପରିଦର୍ଶନ କରିବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ସେହିପରି ଗୁରୁବାର ସକାଳେ ମଧ୍ୟ ସେଠୀ ଓ ତାଙ୍କ ସମର୍ଥକମାନେ ସେକ୍ଟର-୭ ମୁଣ୍ଡାରୀ ବସ୍ତି, ବିନ୍‌ ବସ୍ତି, ଭିଏସ୍‌ଏସ୍‌ ପଲ୍ଲୀ, ସୁବାସପାଲି ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଶାସନ ପକ୍ଷରୁ ଜରିପାଲ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଗୁରୁବାର ସକାଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସେକ୍ଟର-୨୦ ପମ୍ପ ହାଉସ ବସ୍ତି ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ନାଳନର୍ଦ୍ଦମା ସଫେଇ ସହ ବସ୍ତିରୁ ଜଳ ନିଷ୍କାସନ ପାଇଁ ଆର୍‌ଏସ୍‌ପି ସହରସେବା ଜିଏମ୍‌ ବିଜୟ ଯୋଯୋ ଏବଂ ବିଦ୍ୟୁତ୍‌ ସରବରାହ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅନୁରୂପ ଭାବେ ବିଜେଡି ନଗର ସଭାପତି ଗଗନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ରାଉରକେଲା ନିର୍ବାଚନମଣ୍ଡଳୀ ଅଧୀନ ମାଲଗୋଦାମ, ଖଟାଲ ବସ୍ତି ଓ ଅନ୍ୟ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ର ବୁବୁଲି ରାଉତ, ଲକ୍ଷ୍ମୀ ସିଂ, ମାନସ ପାତ୍ର ପ୍ରମୁଖ ଆରଏମସି ସହଯୋଗରେ ନାଳନର୍ଦ୍ଦମା ସଫେଇ କରି ଜଳ ନିଷ୍କାସନ କରାଇଥିଲେ। ସୂଚନାଯୋଗ୍ୟ, ଶିଳ୍ପାଞ୍ଚଳର ମୁଣ୍ଡାରୀ ବସ୍ତି, ପମ୍ପ ହାଉସ ବସ୍ତିରେ ଘର ଭାଙ୍ଗିବା ସହ ମାଲଗୋଦାମ ଖଟାଲ ବସ୍ତିିରେ ଜଣେ ମହିଳାଙ୍କ ଘର ଭୁଶୁଡ଼ି ପଡିଥିବା ଜଣାପଡ଼ିଛି।
ବିପର୍ଯ୍ୟସ୍ତ ସ୍ବେରେଜ ବ୍ୟବସ୍ଥା
ଦୁଇଦିନ ଲଗାଣ ବର୍ଷା ଛେଣ୍ଡ ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥାର ଅସଲ ମୁଖା ଖୋଲିଦେଇଛି। କଳିଙ୍ଗ ବିହାର ଏମ୍‌ଆଇ ବ୍ଲକରେ ବୁଧବାର ସନ୍ଧ୍ୟାରେ ମୂଷଳଧାରାରେ ବର୍ଷା ହେବାରୁ ସ୍ବେରେଜ ପଏଣ୍ଟଗୁଡ଼ିକ ଓଭର ଫ୍ଲୋ ହୋଇଥିଲା। ସେହିପରି ୨୦ରୁ ଊର୍ଦ୍ଧ୍ୱ ପଏଣ୍ଟର ସମାନ ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ କଳିଙ୍ଗ ବିହାର ଅଞ୍ଚଳରେ ଘରେ ପାଣି ପଶିଯିବା ସହ ରାସ୍ତାରେ ବହୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri