ପରିଚାଳନାରେ ବ୍ୟତିକ୍ରମ, ମଧୁର ଜଳ ନଷ୍ଟ

ପାରାଦୀପ, ୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ମୂଷାଡିଆଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) କମ୍ପାନୀ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ କଠୋର କଟକଣା ଜାରି କରିଛି। ମୁଖ୍ୟତଃ ପାଣି ପରିଚାଳନାରେ ବ୍ୟତିକ୍ରମ ଯୋଗୁ ମଧୁର ଜଳ ନଷ୍ଟ ହେଉଛି ବୋଲି ଉଲ୍ଲେଖ କରାଯାଇଛି। ଉକ୍ତ କମ୍ପାନୀ ବାର୍ଷିକ ୧୨ ମିଲିୟନ ଟନ୍‌ (ଏମ୍‌ଟିପିଏ) ଉତ୍ପାଦନ ପାଇଁ ଆବେଦନ କରିଥିଲେ ହେଁ ୮.୦୭ ଏମ୍‌ଟିପିଏ ପାଇଁ ସ୍ବୀକୃତି ମିଳିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠି (ନଂ.୧୩୨୬୭) ଅନୁସାରେ, ଏହି ସ୍ବୀକୃତି ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିଛି। ଏଥିରେ ଦର୍ଶାଯାଇଛି, ୱାଟର ପ୍ରିଭେନ୍‌ସନ ଆଣ୍ଡ କଣ୍ଟ୍ରୋଲ ପଲ୍ୟୁସନ ଆଇନ ୧୯୭୪ ଧାରା ୨୫ ଓ ୨୬ ଏବଂ ବାୟୁ ପ୍ରଦୂଷଣ ଆଇନ ୧୯୮୧ ଧାରା ୨୧ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏଏମ୍‌ଏନ୍‌ଏସ୍‌ର ଦୁଇଟି ଯାକ ପେଲେଟ ପ୍ଲାଣ୍ଟରୁ ଦିନକୁ ୨୯ ହଜାର ଟନ୍‌ ମଧ୍ୟରେ ଉତ୍ପାଦନ କରିପାରିବେ।

ଏପରି କଟକଣା ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାଶ କୁହନ୍ତି, ଏଏମ୍‌ଏନ୍‌ଏସ୍‌ (ପୂର୍ବରୁ ଏସାର ଷ୍ଟିଲ୍‌ ଥିଲା) କମ୍ପାନୀ ଲୁହା ପଥର ପଣ୍ୟ ଆଣିବାକୁ ପାଇପ୍‌ ଲାଇନ୍‌ ବ୍ୟବହାର କରେ। ଲୁହାପଥର ଗୁଣ୍ଡକୁ ପାଣିରେ ଭର୍ତ୍ତି କରି ପାଇପ୍‌ ଲାଇନ୍‌ ଯୋଗେ ପାରାଦୀପ କାରଖାନା ପର୍ଯ୍ୟନ୍ତ ଆସିଥାଏ। ଏଥିପାଇଁ କମ୍ପାନୀ ବୈତରଣୀ ନଦୀରୁ ଘଣ୍ଟାକୁ ୭୫୦ କ୍ୟୁ. ମିଟର (ଘନ ମିଟର) ମଧୁର ଜଳ ଆଣିଥାଏ। କାରଖାନାରେ ପହଞ୍ଚତ୍ବା ପରେ ଲୁହାପଥର ପାଣି ଗୋଟିଏ ସ୍ଥାନରେ ରଖାଯାଏ। ସେହି ଲୁହାପଥର ମିଶା ପାଣି କିଛି ସମୟ ସ୍ଥିର ରହିଥାଏ। ପରେ ସେଥିରୁ ପାଣିକୁ ଅଲଗା କରାଯାଇ ଲୁହାପଥରକୁ ବାହାର କରାଯାଏ। ସେହି ପାଣିକୁ ପରିଚାଳନା କରିବା ପାଇଁ ସେଭଳି କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ ଏଏମ୍‌ଏନ୍‌ଏସ୍‌ କମ୍ପାନୀ କରିନାହିଁ। ଉକ୍ତ ପାଣିକୁ କ’ଣ କରୁଛ ବୋଲି ବୋର୍ଡ ପକ୍ଷରୁ ରିପୋର୍ଟ ମଗାଯାଇଥିଲା। ସେଥିରେ କମ୍ପାନୀ ଦର୍ଶାଇଛି, ଉକ୍ତ ପାଣିରୁ ୨୫୦ କ୍ୟୁ.ମିଟର ପାୱାର ପ୍ଲାଣ୍ଟରେ ବ୍ୟବହାର କରୁଛି। ୧୦୦ କ୍ୟୁ.ମିଟର ଫୁଲ ଗଛରେ ଦିଆଯାଉଛି। ଅବଶିଷ୍ଟ ୪୦୦ କ୍ୟୁ.ମିଟର ପାଣି ହିସାବ ମିଳୁନାହିଁ। ଏଥିରୁ ସ୍ପଷ୍ଟ ସେହି ପ୍ରଦୂଷିତ ପାଣିକୁ ଲୁକ୍କାୟିତ ଭାବେ ନଦୀ କିମ୍ବା ସମୁଦ୍ରରେ ଛଡାଯାଉଛି। ଯେଉଁଥିପାଇଁ କମ୍ପାନୀକୁ ୮.୦୭ ଏମ୍‌ଟିପିଏ ପାଇଁ ଅଙ୍କୁଶ ଲଗାଯାଇଛି। ସେହି ମଧୁର ପାଣିକୁ ଶୋଧନ କରି କାମରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଦାଶ କହିଛନ୍ତି।

ସୂଚନାଯୋଗ୍ୟ, ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ଜଳ ଉତ୍ସ ହେଲା ତାଳଦଣ୍ଡା କେନାଲ। ୨୦୧୩ରୁ ତାଳଦଣ୍ଡା କେନାଲ ଖରାଦିନେ ଆବଶ୍ୟକ ପାଣି ଯୋଗାଇ ପାରୁନାହିଁ। ଯାହାଦ୍ୱାରା ଖରାଦିନେ ପାରାଦୀପରେ ଜଳ ସଙ୍କଟ ଲାଗି ରହୁଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ କମ୍ପାନୀର ଜନସମ୍ପର୍କ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କୁ ଗତ ୮ ଦିନ ହେଲା ଏହି ଦୁଇଟି ପ୍ରସଙ୍ଗ ଉପରେ ପଚରାଯାଇଥିଲା। ସେ ଉପରିସ୍ଥ ଅଧିକାରୀଙ୍କ ପାଖରୁ ମତାମତ ଆଣିବେ କହି ସମୟ ଗଡାଇ ଚାଲିଛନ୍ତି। ଏପରି କି ଲିଖିତ ଭାବେ ମତାମତ ମାଗିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ତାଲିକାରେ ବିଭ୍ରାଟ: ବଢ଼ୁଛି ଅସନ୍ତୋଷ, ବିଧାୟକ ଦୃଷ୍ଟି ଦେବାକୁ ଦାବି

ହାଟଡିହୀ, ୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନଗଣନା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜମ୍ଭିରା ପଞ୍ଚାୟତରେ ଲୋକମାନେ ହୋ...

ନଈ, ପୋଖରୀକୁ ଗିଳୁଛି ବର୍ଦ୍ଧିତ ସହର

କେନ୍ଦ୍ରାପଡ଼ା ଅଫିସ, ୨୨।୬: ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାକୁ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...

ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ଘଟଣା: କାରଣ ଅସ୍ପଷ୍ଟ

ଚିତ୍ରକୋଣ୍ଡା,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପରାରି କଲୋନୀ ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ହୋଇ...

ଜାତୀୟ ଏକତା ଦିବସ : ଦେଶର ଏକତା, ଅଖଣ୍ଡତା ଅକ୍ଷୁଣ୍ଣ ରଖିବାକୁ ଶପଥ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ପ୍ରଜ୍ଞା ପାରମିତା...

ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା...

ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ...

ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ୍‌ ଓରାମ

ଭଦ୍ରକ ଅଫିସ, ୨୬।୪ – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ଭଦ୍ରକ ଜିଲା ଗସ୍ତ କରିବେ। ସେମାନଙ୍କ ସହ ଭାଜପାର ବହୁ...

Advertisement
Archives

Model This Week